ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେମୁ କିଷାନ ସେବା କେନ୍ଦ୍ରର ଦ୍ଵିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ

 ଲଙ୍ଗଳେଶ୍ୱର11/3-(ମନିସ )ବାଲିଆପାଳ ବ୍ଲକ ରେମୁ ଛକ ନିକଟ କିଷାନ ସେବା କେନ୍ଦ୍ର (ପେଟ୍ରୋଲ ପମ୍ପ )ର ଦ୍ଵିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଶନିବାର ପାଳିତ ହୋଇ ଯାଇଛି।ଏଥିରେ ସ୍ଥାନୀୟ ଜାମଶୂଳୀ କଲେଜର ବରିଷ୍ଠ ଅଧ୍ୟାପକ ଡ଼ଃ ସୁକାନ୍ତ କୁମାର ଗିରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସେବା କେନ୍ଦ୍ରର ନୂଆ କାର୍ଯ୍ୟ ଶୈଳୀ ଓ ଉତ୍କୃଷ୍ଟ ଗ୍ରାହକ ସେବା ସମ୍ପର୍କରେ ଆଲୋଚନା କରିଥିଲେ।ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସାହୁ, ବରିଷ୍ଠ ବିଜେପି ନେତା ବାସୁଦେବ ପଣ୍ଡା,କଇନଗିରୀ ସରପଞ୍ଚ ରାଧା ବଲ୍ଲଭ ମଣ୍ଡଳ,ନାବରା ପଞ୍ଚାୟତର ପୂର୍ବତନ ସରପଞ୍ଚ ରୁନୁ ସିଂ ,ନାରୀନେତ୍ରୀ ବିନତୀ ସିଂ ,କିଷାନ ସେବା କେନ୍ଦ୍ରର ମେନେଜର କରୁଣାକର ସାହୁ , ଜୟକୃଷ୍ଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସେବା କେନ୍ଦ୍ର ର ଉତ୍ତମ ଗ୍ରାହକ ସେବା ସମ୍ପର୍କରେ ଆଲୋଚନା କରିଥିଲେ।ସେବା କେନ୍ଦ୍ରର ସତ୍ତ୍ୱାଧିକାରୀ ତଥା ବସ୍ତା ବ୍ଲକ ପୁଟୁରା ପଞ୍ଚାୟତର ସରପଞ୍ଚ ରାଧାକୃଷ୍ଣ ବେହେରା ଉତ୍ତମ ଗ୍ରାହକ ସେବା ଆମର ଧ୍ୟେୟ ବୋଲି କହିଥିଲେ ଏବଂ ପ୍ରତ୍ୟେକ ଗ୍ରାହକଙ୍କୁ ଇଣ୍ଡିଆନ ଅଏଲ ଆପ ମାଧ୍ୟମରେ ୫୦ ଟଙ୍କାର ମାଗଣା ତେଲ ପ୍ରଦାନ କରାଯାଉଥିବା କଥା ପ୍ରକାଶ କରିଥିଲେ।ଏହି ଅଫର ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଶ୍ରୀ ବେହେରା କହିଥିଲେ।ଏହା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସେ କହିଥିଲେ ।ଏହି ଉତ୍ସବ ରେ ବହୁ ଗ୍ରାହକ ,ବୁଦ୍ଧିଜୀବୀ ,ସମାଜସେବୀ ପ୍ରମୁଖ ଯୋଗ ଦେଇ ଥିଲେ। ଗ୍ରାହକ ମାନଙ୍କ ପାଇଁ ଉପହାର ର ବ୍ୟବସ୍ଥା କରାଯାଇଥିଲା l

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ସରକାରୀ ଉଚ୍ଚ ବିଦ୍ୟାଳୟ,ଆର୍ ଇ ସି କ୍ୟାମ୍ପସ ରେ ଆଲୋଚନା ଆସର

masiha

ଢୁଷଗୁଡ଼ା ରେତ୍ ନଦୀ ଡ୍ୟାମରେ ବୁଡ଼ି କଲେଜ ଛାତ୍ର ନିଖୋଜ

Sunil Chandra Nayak

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!