ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେକରେ ଦାଉଡ଼ିଦେଇ ଯୁବକର ଆତ୍ମହତ୍ୟା

ଜୁନାଗଡ଼– ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରେ ଭଡାଘରେ ରହୁଥିବା ଜଣେ ଯୁବକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ବଳଦିଆମାଲ ଗ୍ରାମର ଅମ୍ଳାନ ମେହେର ଙ୍କ ସୁନା ଦୋକାନ ରେ ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାରର ଦେବାଶିଷ ଘୋରେଇ(୩୪) ବୁଧବାର ସନ୍ଧ୍ୟାରେ ନିଜେ ରହୁଥିବା ଭଡାଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଥିଲା। ଏନେଇ ଅମ୍ଳାନ ମେହେର ଜୁନାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କଲାପରେ, ପୋଲିସ ଘଟଣା ସ୍ଥଳରେ ଉପସ୍ଥି ତ ହୋଇ ଶବକୁ ଉଦ୍ଧାର କରିଥିଲେ।ସାଇଣ୍ଟି ଫିକ ଟିମ ପରିପାର୍ସିକ ସ୍ଥିତି ଅନୁଧ୍ୟାନ କରି ପ୍ରାଥମିକ ତଦନ୍ତ କରିଥିଲେ।ଏ ସଂକ୍ରାନ୍ତରେ ପୋଲିସ ଏକ ଅପମୃତୁ ମାମଲା ରୁଜୁକରଛି ।ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନ ଥିବା ତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି।ଗୁରୁବାର ଶବ ବ୍ୟବଚ୍ଛେଦ କରାଯିବ।ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ 

Related posts

ରାଜ୍ୟ ସ୍ତରୀୟ ଗିତାଭିନୟ ଓଡିଶୀ ନୃତ୍ୟ ମହୋତ୍ସବ କାର୍ଯ୍ୟକ୍ରମ

Sunil Chandra Nayak

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଗଜାନନ

Sunil Chandra Nayak

କଳାହାଣ୍ଡି ଗଣଦୁଷ୍କର୍ମ ମାମଲା: ତିନି ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

Leave a Comment

error: Content is protected !!