ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୁଳ ରାମପୁର ବ୍ଳକ ଗାୟତ୍ରୀ ପରିବାରର ସମନ୍ବିୟ କମିଟି ଗଠନ

ଥୁଆମୁଳ ରାମପୁର:୧୨/୩ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକର ଗାୟତ୍ରୀ ପରିବାରଙ୍କ ଏକ ସମନ୍ବିୟ କମିଟି ଜିଲ୍ଲା ଗାୟତ୍ରୀ ପରିବାର ସଂଯୋଜକ ଶ୍ରୀ ତପନ କୁମାର ସାହୁଙ୍କ ଅଧ୍ଯକ୍ଷତାରେ ଗଠନ ହୋଇଯାଇଛି। ଏହି ଅବସରରେ ଥୁଆମୁଳ ରାମପୁର ସ୍ଥିତ ମାଁ ମାଣିକେଶ୍ବରୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ଖଣ୍ତୂଆଳ ପଡିଆରେ ପହଞ୍ଚି ଟାଡିୟମ ଗୃହରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପୂର୍ବକ ଗାୟତ୍ରୀ ପରିବାରର ସମସ୍ତ ସଦସ୍ୟ ସଦସ୍ଯା ଉପସ୍ଥିତରେ ଗାୟତ୍ରୀ ପରିବାର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଥୁଆମୁଳ ରାମପୁର ବ୍ଳକରେ ଗାୟତ୍ରୀ ପରିବାରରେ ଅନ୍ଯାନ୍ଯ ପରିବାର ଦିନକୁ ଦିନ ସାମିଲ ହେଉଥିବା ଯୋଗୁଁ ତାହାକୁ ଆଖିଆଗରେ ରଖି ସମନ୍ବିୟ କମିଟି ଗଠନ କରାଯାଇଥିବା ଜଣାପଡିଛି। ଆଗକୁ ଏହି ଅଞ୍ଚଳରେ କେଉଁ ଭଳିଭାବରେ ଲୋକେ ସଚେତନ ହେବେ ଓ ଗାୟତ୍ରୀ ପରିବାରରେ ସାମିଲ ହେବେ ସେନେଇ ସମନ୍ବିୟ କମିଟିର ଗୁରୁଦାୟିତ୍ୱ ରହିଛି ବୋଲି ଜିଲ୍ଲା ଗାୟତ୍ରୀ ପରିବାରର କର୍ମକର୍ତ୍ତା ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀ ବିଜୟ କୁମାର ନାଏକ ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ ଶ୍ରୀ ଦେବାଶିଷ ଦୁର୍ଗା। ଗାୟତ୍ରୀ ପରିବାରର ସମସ୍ତ ସଦସ୍ୟ ସଦସ୍ଯାଙ୍କ ସର୍ବସମ୍ମତି କ୍ରମେ ବ୍ଳକ ସ୍ତରୀୟ ସମନ୍ବିୟ କମିଟିରେ ସଂଯୋଜକ ଭାବରେ ଶ୍ରୀ ଦେବାଶିଷ ଦୁର୍ଗା ଓ ସହ ସଂଯୋଜକ ଭାବରେ ଶ୍ରୀ ଭିକାରୀ ମାଝୀଙ୍କୁ ଚୟନ କରିଥିଲେ। କୋଷାଧ୍ୟକ୍ଷ ଭାବରେ ବିନୋଦିନି ମଙ୍ଗରାଜଙ୍କୁ ଚୟନ କରାଯାଇଛି। ମେଡିଆସେଲରେ ଶ୍ରୀ କୁମୁଦ ମାଝୀ, ନାରୀ ଜାଗରଣ ଶ୍ରୀମତୀ ଜାହ୍ନବୀ ନାଏକ ସମତ୍ ସଂଗଠନ ପରିଚାଳନା ପାଇଁ ଶ୍ରୀ ତ୍ରିନାଥ ନାଏକଙ୍କୁ ମନୋନୀତ କରାଯାଇଛି। ଏହି କାର୍ଯ୍ଯକ୍ରମରେ ଶ୍ରୀ ଦୟାନିଧି ବାଗ,ଶ୍ରୀ ଯୁଗଳ କିଶୋର ହଂସ,ଶ୍ରୀ କମଳ କୁମାର ନାଏକ,ଶ୍ରୀ ବାସୁଦେବ ଯୋଷୀ, ଶ୍ରୀ ଜନକ ରାମ ଦୁର୍ଗା, ଶ୍ରୀ ଶୈଳେସ ଅଗ୍ରଓ୍ବାଲ ପ୍ରମୁଖ ଉପସ୍ଥିତ ରହିଥିଲେ।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଜିଲ୍ଲାରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ପାଳନ 

Sunil Chandra Nayak

ଲାଖ ଚାଷ ଉପରେ ସି ଡ଼ିଓ ଙ୍କ ଗୁରୁତ୍ୱାରୋପ

Sunil Chandra Nayak

ଭବାନୀପାଟଣା ଠାରେ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!