ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

ପାପଡାହାଣ୍ଡି,12/3, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ସୋରିଷ ପଦର ଜମି ଭିତରେ ଥିବା ଏକ ତେନ୍ତୁଳି ଗଛ ରୁ ରବିବାର ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ପୋଲିସ ଉଦ୍ଧାର କରିଛି | ତାଙ୍କ ନାମ କମଳସିଂ ଅମନାତ୍ୟ | ପୋଲିସ ଶବ ଜବତ କରି ବ୍ୟାବଛେଦ ପରେ ପରିବାର କୁ ହସ୍ତାନ୍ତର କରିଛି | ଗତ ଜାନୁଆରୀ 31 ତାରିଖରେ ତାଙ୍କ ପ୍ରେମିକା କବିତା ମାଝୀ ଙ୍କ ଝୁଲନ୍ତା ମୃତ ଦେହ ସହ କମଳଙ୍କ ବେକ କାଟି ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇ ଚିକିତ୍ସା ପରେ ସୁସ୍ଥ ଥିଲେ | ଗତ କାଲି ରାତିରେ ସେ ଖାଇ ସାରିବା ପରେ ବାହାରକୁ ପରିସ୍ରା କରିବାକୁ ଯାଇ ଫେରିନଥିଲେ, ସକାଳୁ ତାଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି | ଖବର ପାଇ ପାପଡାହାଣ୍ଡି ପୋଲିସ ଏସଆଇ ଶିବଜି ପଣ୍ଡା, ଏଏସଆଇ ହରିହର ଭତରା, ଏଏସଆଇ ଲାବନ୍ୟ ବେମାଲ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ପାଣି ଟ୍ୟାଙ୍କର୍ ଧକ୍କାରେ ଜଣେ ମୃତ ଘଟଣା, କ୍ଷତିପୂରଣ ଦାବିରେ ଶବରଖି ରାସ୍ତାରୋକ କଲେ ଗ୍ରାମବାସୀ

Sunil Chandra Nayak

ବ୍ରାଉନ ସୁଗାର ଜବତ, ଦୁଇ ଜଣ ଙ୍କୁ ଗିରଫ ଓ଼ କୋର୍ଟ ଫରୱାଡ

Sunil Chandra Nayak

ଟଙ୍କା ହଡ଼ପ ଅଭିଯୋଗରେ ଫେରାର୍ ଏଲଆଈସି ଏଜେଣ୍ଟ ଗିରଫ , ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ ଅଭିଯୋଗ 

Leave a Comment

error: Content is protected !!