ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର

 ମୟୂରଭଞ୍ଜ- ୧୨/୩/୨୩ (ମସିହା) ରାଇରଙ୍ଗପୁର କଲ୍ୟାଣ ମଣ୍ଡପ ପରିସରରେ ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆ, ମୟୂରଭଞ୍ଜ ଜିଲ୍ଲା ଶାଖା ତରଫରୁ ଜିଲ୍ଲାସ୍ତରୀୟ ମାନବାଧିକାର ତାଲିମ ଶିବିର କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଜନୀ ସୋରେନ , ରାଇରଙ୍ଗପୁର ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ, ସମ୍ମାନିତ ଅତିଥି ମୟୂରଭଞ୍ଜ (୨) ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ,ବାରିପଦା କିସର ଅଧ୍ୟକ୍ଷ ଶ୍ରୀ ଗଣେଶ ମିଶ୍ର,ଏଚଆରଏଫ ,ଇଣ୍ଡିଆ, ଅଧ୍ୟକ୍ଷ ଶ୍ରୀ ମନୋଜ ଜେନା,ଆଡଭୋକେଟ ଡ଼ଃ ମନୀଷା ଦାସ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ରାଜ୍ୟ ଆବାହକ ଡଃ ରାଜୀବ ପଟନାୟକ ଅତିଥି ପରିଚୟ,ସ୍ଵାଗତ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ସବିଶେଷ ଆଲୋକପାତ କରିଥିଲେ ।ମଣିଷ ଜୀବନ ଦୁର୍ଲଭ । ସମ୍ବିଧାନ ସମସ୍ତଙ୍କୁ ସୁସ୍ଥ ସହ ବଂଚିବାର ମୌଳିକ ଅଧିକାର ଦେଇଛି ।ସର୍ବେ ଭବନ୍ତୁ ସୁଖିନଃ । ଶିଶୁରୁ ଶବ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସମ୍ବିଧାନର ୨୧ ଧାରା ରହିଛି । ଅତିଥି ଗଣ କହିଥିଲେ ରୋଟି,କପଡା, ମକାନ , କଥା କହିବାର, ବଂଚିବାର ଅଧିକାର ସମସ୍ତ ମାନବ ସମାଜ ପାଇଁ ଦରକାର ।ଜୀବ ଜଗତରେ ମାନବ ଶ୍ରେଷ୍ଠ ପ୍ରାଣୀ । ତେଣୁ ସମସ୍ତଙ୍କ ମାନବାଧିକାର ଯେଭଳି କ୍ଷୁର୍ଣ ନ ହୁଏ ସେଥିପାଇଁ ଯତ୍ନଶୀଳ ହେବା ଉଚିତ । ଶିଶୁ,ଯୁବକ,ଯୁବତୀ,ମହିଳା,ବୟସ୍କ, ସଂଖ୍ୟାଲଘୁ,ପଛୁଆ ବର୍ଗ,ଦିବ୍ଯାଙ୍ଗ,କୃଷକ, ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ସଂଗଠିତ ଓ ଅସଂଗଠିତ ଶ୍ରମିକ, ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ,କିନ୍ନର, ସମସ୍ତଙ୍କ ପାଇଁ ସାମ୍ବିଧାନିକ ଅଧିକାର ଅଛି ।ସମସ୍ତଙ୍କର ସାମାଜିକ, ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ଅଧିକାର ଯେଭଳି କ୍ଷୁର୍ଣ୍ଣ ନ ହୁଏ ସେଥିପାଇଁ ଯତ୍ନଶୀଳ ହେବା ଆବଶ୍ୟକତା ରହିଛି । ଏହାକୁ ନେଇ ଅତିଥିଗଣ ବିଭିନ୍ନ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସାମାଜିକ କର୍ମୀ ମାନଙ୍କୁ ବୁଝାଇବା ସହ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସେଥିପାଇଁ ଆଇନଗତ ଜ୍ଞାନ ରହିବା ଦରକାର ଓ ସଚେତନତା ହେବା ଦରକାର।ରାଜ୍ୟରେ ଏହି ଅନୁଷ୍ଠାନ ପକ୍ଷରୁ ୧୫୦ ରୁ ଉର୍ଦ୍ଧ୍ବ ଅଭିଯୋଗ ପ୍ରକୋଷ୍ଠ ବିଭିନ୍ନ ବ୍ଲକରେ ଖୋଲାଯାଇ ପିଡିତ ମାନଙ୍କୁ ନ୍ୟାୟିକ ସୁବିଧା ଦେବାପାଇଁ ଅନୁଷ୍ଠାନ ଅଣ୍ଟାଭିଡିଛି । ମାନବାଧିକାର କର୍ମୀମାନେ ପିଡିତ ମାନଙ୍କ ସହିତ ରହି ସେମାନଙ୍କ ସମସ୍ଯା ସମାଧାନ ପାଇଁ ଲାଗି ରହିଛନ୍ତି । ଆଗକୁ ଆହୁରି ଅଧିକ ଅଭିଯୋଗ ପ୍ରକୋଷ୍ଠ ଖୋଲାଯିବ ବୋଲି ଆଡଭୋକେଟ ଡଃ ମନୀଷା ଦାସ ପଟ୍ଟନାୟକ ସୂଚନା ଦେଇଥିଲେ ।ଏସଡିପିଓ କହିଥିଲେ ପୋଲିସ ପିଡିତ ମାନଙ୍କ ପ୍ରତି ସହାନୁଭୂତି ଶୀଳ ଦେଖାଇବା ପାଇଁ ତାଙ୍କ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦେଶ ଦେଇଛନ୍ତି ।କେହି ଯେମିତି ହତାଶ ନ ହୋଇ ନ୍ୟାୟ ପାଇବାରୁ ବଂଚିତ ନ ହୁଅନ୍ତି ।ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ଥିବା ମାନବଧିକାର‌କର୍ମି ବା ରକ୍ଷକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଆଡଭୋକେଟ ଅମିତ ବୈଠା,ମିଡ଼ିଆ ପ୍ରଭାରୀ ଶୁଭ୍ରାଂଶୁ ମଣ୍ଡଳ, ମାନଗୋବିନ୍ଦ ମହାନ୍ତ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । କଳ୍ପତରୁ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସ୍ବତନ୍ତ୍ର ସଘନ ସଂଶୋଧନ (SIR) କାଯ୍ୟକ୍ରମରେ ଉପୁଜିଥିବା ସମସ୍ୟାକୁ ନେଇ ବିଜେଡି ପକ୍ଷରୁ ସ୍ମାରକପତ୍ର

Sunil Chandra Nayak

ଆର ଏସ ଏସ ପକ୍ଷରୁ ପ୍ରମୁଖ ନାଗରିକ ସଂଗୋଷ୍ଠି କାର୍ଯ୍ୟକ୍ରମ

Sunil Chandra Nayak

ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର କାର୍ଯ୍ୟକାରିଣୀ ବୈଠକ, ସମାନ ନାଗରିକ ସଂହିତା କୁ ବିରୋଧ

Leave a Comment

error: Content is protected !!