ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଓ ଡାକ୍ତର ନିଯୁକ୍ତି ଦାବିରେ ଆମରଣ ଅନଶନ ଚତୁର୍ଥ ଦିନରେ ସମର୍ଥନ ଦେଇ ଧାରଣା ରେ ବସିଲେ ବିବେକ ସେନା ର ରାଷ୍ଟୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ

ଜୁନାଗଡ 12/03/2023 ଜୁନାଗଡ଼ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର କୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ମାନ୍ୟତା, ମେଡ଼ିସିନ ସରର୍ଜ଼ରୀ ବିଶେଷଜ୍ଞ ଡାକ୍ତର ଅତିଶୀଘ୍ର ନିଯୁକ୍ତି ଦାବି ନେଇ ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ତରଫରୁ ସ୍ଥାନୀୟ ଡାକ୍ତରଖାନା ସମ୍ମୁଖରେ ଆମରଣ ଅନଶନ ଚତୁର୍ଥ ଦିନ ରେ ପହଁଚିଛି| ଏହାକୁ ସମର୍ଥନ ଜଣାଇ ଧାରଣାରେ ବସିଛନ୍ତି |ବିବେକ ସେନା ର ରାଷ୍ଟ୍ରୀୟ ଅଧକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ | ଏହି ଧାରଣାକୁ ଜିଲ୍ଲା ର ବହୁ ସଂଗଠନ ର କର୍ମକର୍ତ୍ତା ସାମିଲ ହୋଇ ସମର୍ଥନ ଜଣାଇଥିବା ବେଳେ ଆମରଣ ଅନଶନ ରେ ବସିଥିବା ଜୁନାଗଡ଼ ସଚେତନ ସଂଗ୍ରମ ସମିତି ତରଫରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଶ୍ମିରଞ୍ଜନ ନାୟକ ଓ ପ୍ରଭାତ ଦାଶ ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି ଏବଂ ଡାକ୍ତର ଆସି ସ୍ୱାସ୍ଥ୍ୟବସ୍ଥା କୁ ନିରୀକ୍ଷକ କରୁଥିବା ସୂଚନା ମିଳିଛି | ଦାବି ପୂରଣ ନ ହେବା ଯାଏଁ ଆମରଣ ଅନଶନ ଜାରି ରହିବ ବୋଲି ସମିତି ତରଫରୁ ସୂଚନା ମିଳିଛି |

ମସିହା ନିଉଜ ସର୍ଭିସ୍ 

Related posts

ଇମ୍ଫା ଥେରୁବାଲୀ ରେ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

masiha

ଅନୁଷ୍ଠିତ ହେଲା ୯ମ ପଞ୍ଚାୟତ ସମିତି ଅଧିବେଶନ, ଅନୁପସ୍ଥିତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ପାଇଁ ନିର୍ଦ୍ଦେଶ

masiha

ବସ୍ତି ବାସିନ୍ଦାଙ୍କୁ ଆଗ ଥଇଥାନ କଲାପରେ ଉଚ୍ଛେଦ ପାଇଁ ଯୋଜନା 

masiha

Leave a Comment

error: Content is protected !!