ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୦ ବର୍ଷ ହେଲା ମାନସିକ ରୋଗୀ ଙ୍କୁ ସହ ଯୋଗ ର ହାତ ବଢ଼ାଇଲେ କରୋନା ଯୋଦ୍ଧା ଡାକ୍ତର ଅନ୍ନଦା ଶଙ୍କର ଦାସ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟର କରୋନା ଯୋଦ୍ଧା ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ ଜଣେ ରୋଗୀ ଙ୍କୁ ବ୍ୟକ୍ତିଗତ ଭାବରେ ସହଯୋଗ ର ହାତ ବଢ଼ାଇ ଛନ୍ତି । ସୂଚନା ଥାଉକି ଖଡ଼ିଆଳ ବ୍ଲକ ବରଗାଁ ଗ୍ରାମର ଅନ୍ତର୍ଯ୍ୟାମୀ ଯୋଶୀ (50) ଦୀର୍ଘ15 ବର୍ଷ ହେଲା ମାନସିକ ରୋଗରେ ପୀଡିତ ହୋଇ 20 ବର୍ଷ ହେଲା ଏକ ନିଭୃତ କୋଠରୀ ଭିତରେ ପଡିରହିଛନ୍ତି । ସେ ବିବାହ କରିନଥିବା ବେଳେ ପୁତୁରା ଓ ପୁରୁରା ବୋହୁ ସେବା କରୁଛନ୍ତି । ଦୁଃଖ ର ବିଷୟ ଯେଉଁ ଦୁଇଜଣ ମାନସିକ ରୋଗୀର ସେବା କରୁଛନ୍ତି ସେମାନେ ମଧ୍ୟ ସ୍ୱାମୀ ସ୍ତ୍ରୀ ଦୁଇଜଣ ମୁକ । ଏପରି ପ୍ରେକ୍ଷୀ ରେ ମାନସିକ ବିକୃତ ଯୋଶୀ ଭଲ ହେବାର ପରିବେଶ ସୃଷ୍ଟି ହୋଇ ପାରିନାହିଁ । ଏହି ଖବର ଡକ୍ଟର ଅନ୍ନଦା ଶଙ୍କର ଦାସ ଙ୍କ ଜ୍ଞାତ ରେ ଆସିଲା ପରେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ରଞ୍ଜିତ ରାଉତ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ମାନସିକ ଅଧିକାରୀ ଡାକ୍ତର ଉମାକାନ୍ତ ମେହେର ଓ ଟିମ ଆରଦିନ ସାଙ୍ଗେ ସାଙ୍ଗେ ବରଗାଁ ଗ୍ରାମ କୁ ଯାଇ ଅନ୍ତର୍ଯ୍ୟାମୀ ଯୋଶୀ ଙ୍କ ଚିକିତ୍ସା ର ଦାୟିତ୍ୱ ନେଇ ଗୋଟିଏ ମାସର ଔଷଧ ପ୍ରଦାନ କରିଛନ୍ତି । ସୂଚନା ଥାଉକି ତିନି ରୋଗୀ ସମେତ ଚିକିତ୍ସା କରୁଥିବା ପରିବାର ଭିନ୍ନକ୍ଷମ ରେ ଅନ୍ତର୍ଭୁକ୍ତ କିନ୍ତୁ ତାଙ୍କୁ ଅନ୍ତର୍ଦ୍ୱୟ କାର୍ଡ ରେ ସାମିଲ କରା ଯାଇ ନାହିଁ । ପ୍ରଶାସନ ଆଗରେ ଅନୁରୋଧ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଡାକ୍ତର ଅନ୍ନଦା ଶଙ୍କର ଦାସ ଙ୍କ ଉଦ୍ୟମ ରେ ଚିକିତ୍ସା ଦଳ ଆଗଭର ହୋଇ ଚିକିତ୍ସା ହାତକୁ ନେଇଥିବା ରୁ ଅଞ୍ଚଳ ବାସୀ ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପରାକ୍ରମ ଦିବସ ଉପଲକ୍ଷେ ଜୁନାଗଡ଼ରେ ଭବ୍ୟ ତ୍ରିରଙ୍ଗା ଯାତ୍ରା

masiha

କଳାହାଣ୍ଡି ଡିଜିଟାଲ ମିଡିଆ ଆସୋସିଏସନ ର ବିର୍ଷିକ ଉତ୍ସବ ପାଳିତ

masiha

ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ରାଜ୍ୟ ସ୍ତରୀୟ କ୍ରାନ୍ତିବୀର ବିର୍ସା ମୁଣ୍ଡା ଜୟନ୍ତୀ ମହୋତ୍ସବ ପାଳିତ

masiha

Leave a Comment

error: Content is protected !!