ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଯୁବା ଉତ୍ସବ , ଆକର୍ଷିତ କଲା ଜନଜାତି ସାମଗ୍ରୀ ପ୍ରଦର୍ଶନୀ

ଭବାନୀପାଟଣା, ୧୩।୩: କଳାହାଣ୍ଡି ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ଯୁବା ଉତ୍ସବ ଅବସରରେ ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ଜନଜାତି ସାମଗ୍ରୀ ପ୍ରଦର୍ଶନୀ ଜନସାଧାରଣଙ୍କୁ ଆକର୍ଷିତ କରିଛି। ଜନଜାତି ସାଧନ କେନ୍ଦ୍ର ପକ୍ଷରୁ ନିର୍ମିତ ଆଦିବାସୀ କୁଟୀର, ମଞ୍ଚା, ଲୁପ୍ତପ୍ରାୟ ଅଳଙ୍କାର, ଅସ୍ତ୍ରଶସ୍ତ୍ର, କୃଷି ଓ ଘରୋଇ ଉପକରଣ ଅତିଥି ତଥା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ଲୋକେ ଏସବୁ ସାମଗ୍ରୀ ଦେଖିବା ସହ ପଚାରି ବୁଝିଥିଲେ ଏବଂ ଫଟୋ ଉଠାଇଥିଲେ। ଏହାକୁ ଡିଜାଇନ୍ କରିଥିଲେ ଯୁବ ଲେଖକ ତଥା କେନ୍ଦ୍ରର ଗାଇଡ୍ ଡିଲେଶ୍ୱର ରଣା, ଉଛଲା ସିଆରସିସି ଅଜିତ ପଧାନ ଏବଂ ଯୁବ ଲେଖକ ତଥା ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ। ସହଯୋଗ କରିଥିଲେ କେନ୍ଦ୍ରର ଇନଚାର୍ଜ ଯୁଗେଶ୍ବର ମାଝୀ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦାଶ, ଧନଞ୍ଜୟ ସାହୁ, ଜିତେନ୍ଦ୍ର କୁମାର ସାହୁ, ନୀଳମଣି ସାହୁ, ବନ୍ଧପାରୀ ସିଆରସିସି ତ୍ରିନାଥଶ୍ୟାମ କୁମାର ପ୍ରମୁଖ। ଆଦିବାସୀ ସଂସ୍କୃତିର ସଂରକ୍ଷଣ ଦିଗରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଜନଜାତି ଶିକ୍ଷା ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ତଥା ସମଗ୍ର ଶିକ୍ଷାର ଏହି ପ୍ରୟାସକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି।

ମସିହା ନିଉଜ ସର୍ଭିସ୍ 

Related posts

ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଭବ୍ୟ ମଶାଲ ଶୋଭାଯାତ୍ରା 

masiha

ରାଉରକେଲାକୁ ଜି.ସି.ସି. ସହର ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଉ- ଥିଂକର୍ସ ଫୋରମ୍‍ 

Sunil Chandra Nayak

ଆମକୋ-ସିମକୋ ଶହିଦ ଦିବସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!