ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଣ୍ଡାୟତ ମାନଙ୍କୁ ଏକତ୍ରିତ ହେବା ପାଇଁ ଆହ୍ୱାନ

 ମୟୂରଭଞ୍ଜ ୧୨/୦୩ : (ମସିହା)ବାରିପଦା ସ୍ଥିତ ଷ୍ଟାଡିୟମ କନଫେରେନ୍ସ ହୋଲ ଠାରେ ବାରିପଦା ଖଣ୍ଡାୟତ ପରିବାର ତରଫରୁ ତୃତୀୟ ଥର ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବାରିପଦା ର ଖଣ୍ଡାୟତ ଭାଇ ଓ ଭଉଣୀ ମନେ ବହୁ ସଂଖ୍ୟାରେ ଯୋଗ ଦେଇ ଖଣ୍ଡାୟତ ମାନଙ୍କ ମୌଳିକ ସମସ୍ୟା ଗୁଡିକ ଉପରେ ଆଲୋକପାତ କରିଥିଲେ। ଆଜିର ଯୁଗରେ ସାଧାରଣତଃ ଖଣ୍ଡାୟତ ପରିବାର ଗୁଡିକ ମଧ୍ୟବିତ୍ତ ବର୍ଗରେ ଗଣତି ହୋଇଥାଏ। ତେବେ ଯେଉଁ ଖଣ୍ଡାୟତ ପରିବାର ର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବା ସେ ପରିବାର କୁ ସାହାଯ୍ୟର ହାତ ବଢ଼ାଇବା ଖଣ୍ଡାୟତ ପରିବାର ମୁଖ୍ୟ ଲକ୍ଷ। ଏଥି ସହ ଖଣ୍ଡାୟତ ଜାତିକୁ ଓବିସି ବର୍ଗରେ ଯୋଗ କରିବା ପାଇଁ ଆଗାମୀ ଦିନରେ ସ୍ୱର ଉତ୍ତୋଳନ କରିବେ ବୋଲି ମତ ପ୍ରକାଶ କରିଥିଲେ। ତେବେ ବାରିପଦା ସହର ସହ ସାରା ଓଡ଼ିଶାରେ ଆମେ ଖଣ୍ଡାୟତ ବର୍ଗର ଲୋକେ ଏକତ୍ରିତ ହୋଇ ନିଜର ମୌଳିକ ହକ ପାଇଁ ଲଢେଇ କରିବେ ବୋଲି ବୈଠକରେ ନିଷ୍ପତ୍ତି ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଲକ୍ଷ୍ମୀଧର ହାବଡା, ସୁନୀଲ ନାୟକ, ପ୍ରକାଶ ନାୟକ, ମୋନାଜ କୁମାର ଦାସ, ଲକି ଜେନ, ସାଧୁ ଚରଣ ଦାସ, ମହେଶ୍ବର ମଢୁଆଳ, ଦିଲ୍ଲୀପ ଜେନା, ପ୍ରଦୀପ କୁମାର ଭୁଜବଳ ଓ ଅନ୍ୟ ବହୁ ଖଣ୍ଡାୟତ ଭାଇ ମାନେ ଉପସ୍ଥିତ ଥିଲେ। ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ ଆସନ୍ତା ମାସ ଏପ୍ରିଲ ୨୩ ତାରିଖରେ ଷ୍ଟାଡିୟମ କନଫେରେନ୍ସ ହୋଲ ରେ ଅନୁଷ୍ଠିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ମାରଓ୍ବାଡି ଯୁବମୋର୍ଚ୍ଚା ତରଫରୁ ପ୍ରତିମାସ ଅମାବାସ୍ୟାରେ ଅନ୍ନ ସେବା ଵଣ୍ଟନ

Sunil Chandra Nayak

ରାୟଗଡ ମୁଖ୍ୟ ଡାକ୍ତରଖାନାରେ ସିଟି ସ୍କାନ ବ୍ୟବସ୍ଥାକୁ ଉଦଘାଟନ କଲେ ଜିଲ୍ଲାପାଳ 

masiha

ବହଳଦା ର କେନ୍ଦୁଆ ଗାଁ ରେ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ପାଳିତ।

masiha

Leave a Comment

error: Content is protected !!