ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଲ୍ୟ ବିବାହ ରୋକିଲେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ପୋଲିସ

ତେନ୍ତୁଳିଖୁଣ୍ଟି ୧୪/୦୩/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ବାଲ୍ୟ ବିବାହ ରୋକିବା ପାଇଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ସୁପରଭାଇଜର ଯେତିକି କ୍ରିୟାଶୀଳ ସେହି ମାତ୍ରାରେ ନାଗରିକ ସଚେତନ ହୋଇ ନ ଥିବା ଦେଖା ଯାଉଛି। ଆଜି ଖାତିଗୁଡା ଥାନା ଅନ୍ତର୍ଗତ ଲମତାଗୁଡା ଗ୍ରାମ ପଞ୍ଚାୟତ ଖୁଣ୍ଟିଆଗୁଡା ଗ୍ରାମରେ ଏକ ନାବାଳିକା ର ନିର୍ବନ୍ଧ ହେଉଥିଲା। ଖବର ପାଇ ତେନ୍ତୁଳିଖୁଣ୍ଟି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁରମା ମହାପାତ୍ର କଂଗ୍ର। ସୁପର ଭାଇଜର ସବିତା ମାଲିକ ଓ ଲମତା ଗୁଡା ସୁପର ଭାଇଜର ସ୍ଥାନୀୟ ଅଙ୍ଗନବାଡି କର୍ମୀ ପାର୍ବତୀ ହିଆଲ ଙ୍କ ସହ ନାବାଳିକା ଙ୍କ ଘରେ ପହଞ୍ଚି ୱାର୍ଡ ସଭ୍ୟ ଗ୍ରାମବାସୀ ଙ୍କୁ ନେଇ ଏକ ବୈଠକ କରିଥିଲେ। ନାବାଳିକା ବିବାହ ଅପରାଧ ,ଏତଦ୍ଭିନ୍ନ ନାବାଳିକା ବିବାହ ର ସାମାଜିକ ଓ ଶାରୀରିକ କ୍ଷତି ସମ୍ପର୍କରେ ନାବାଳିକା ର ପିତା ରଘୁନାଥଓ ମା ମରୁଆ କୁ ବୁଝାଇଥିଲେ। ଝିଅ ର ବୟସ ସତର ବର୍ଷ ସାତ ମାସ ହୋଇ ଥିବାରୁ ବର୍ଷେ ପରେ ହିଁ ବାହାଘର କରିବାକୁ ପ୍ରବର୍ତ୍ତାଇ ଥିଲେ। ରଘୁନାଥ ବର୍ଷେ ପରେ ହିଁ ବାହା ଦେବେବୋଲି ରାଜି ହୋଇ ଲିଖିତ ଭାବେ ସମ୍ମତି ପ୍ରକାଶ କରିଥିଲେ। ଏହି ବୈଠକ ରେ କନ୍ୟା ପିତା ସମେତ ଶିବ ବିଶୋଇ ,ଚୁମୁକି ଦଣ୍ଡସେନା,ଡମ୍ବରୁ ଧର ବିଶୋଇ , ଖଗପତିବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ। ଖାତିଗୁଡା ଥାନା ଏ ଏସ ଆଇ ଦିଲ୍ଲୀପ ବାଘ ମଧ୍ୟ ବୁଝାଇଥିଲେ। ଏତେ ସବୁ ଆଇନ ଓ ସଚେତନତା ସତ୍ତ୍ୱେ ବାଲ୍ୟ ବିବାହ ରୋକା ଯାଇ ପାରୁନି କାରଣ ସାମାଜିକ ନା ନିରକ୍ଷରତା ନା ଆଇନ ପ୍ରତି ଭୟ ନଥିବା କାରଣ ଅନୁସନ୍ଧାନ ସାପେକ୍ଷ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବେଆଇନ ଭାବେ ପିଡିଏସ ଚାଉଳ ଚାଲାଣ ବେଳେ ପୋଲିସ ଦ୍ୱାରା ଜବତ କିନ୍ତୁ ମଧ୍ୟରାତ୍ରରେ ୩ ଟି ଟ୍ରକ ଛାଡ଼ି ଦେଲେ !!

Sunil Chandra Nayak

ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବ୍ୟକ୍ତିଙ୍କୁ ଦଳିଦେଲା ହାତୀ

ଵହଳଦା ଥାନା !ଅଜଣା ଗାଡ଼ି ଧକ୍କାରେ ପ୍ରାତଃ ଭ୍ରମଣକାରୀଙ୍କ ମୃତ୍ୟୁ 

masiha

Leave a Comment

error: Content is protected !!