ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀ ଶ୍ରୀ ଅଭିରାମ ଯୋଗାଶ୍ରମ ପକ୍ଷରୁ ସନାତନ ଧର୍ମ ସମ୍ମିଳନୀ, ବିଶ୍ବଶାନ୍ତି ନାମ ଓ ମହାଯଜ୍ଞ ଅନୁଷ୍ଠିତ

ରାଉରକେଲା/ ସ୍ଥାନୀୟ ଭଞ୍ଜଭବନ ନିକଟସ୍ଥ ଅଭିରାମପଲ୍ଲୀ ସ୍ଥିତ ଶ୍ରୀଶ୍ରୀ ଅଭିରାମ ଯୋଗାଶ୍ରମ ପକ୍ଷରୁ ଗତ୧୦ ତାରିଖ ରୁ ଆରମ୍ଭ ହୋଇଥିବା ଆଶ୍ରମର ୩୬ତମ ବାର୍ଷିକୋତ୍ସବ ତଥା ଷୋଡଶତମ ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଯାଇଛି। ଆଶ୍ରମର ସଭାପତି ବାବାଜୀ ଶ୍ରୀ ସ୍ବରୂପାନନ୍ଦ ଦାସମହାରାଜ ଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ବୃନ୍ଦାବନ ଲେଙ୍କା ଙ୍କ ଆବାହକତ୍ବରେ ଆଶ୍ରମର ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ମହାନ୍ତି , ବାବାଜୀ ଦେବାନନ୍ଦ ଦାସମହାରାଜ, ବାବା ଅଚୁତାନନ୍ଦ ଦାସମହାରାଜ, ବାବାଜୀ ଦତ୍ତାତ୍ରେୟ ଦାସମହାରାଜ ପ୍ରମୁଖ ଅତିଥି ତଥା ପ୍ରବଚକ ଭାବେ ଯୋଗଦେଇ କହିଲେ ଯେ  ଆମ ରାଜ୍ୟ ତଥା ଦେଶର ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରା ସମଗ୍ର ବିଶ୍ବରେ ଅନନ୍ୟ । ଆମ ସଂସ୍କୃତି ର ମହନୀୟତାକୁ ଉପଲବ୍ଧି କରି ସାମାଜିକ ଏକତାକୁ ପରିପୃଷ୍ଟ କରିବା ଆବଶ୍ୟକ । ଏହି ଚାରି ଦିନିଆ କାର୍ଯ୍ୟକ୍ରମରେ ସନାତନ ଧର୍ମ ସମ୍ମଳନୀ, ବିଶ୍ବଶାନ୍ତି ନାମଯଜ୍ଞ ସହ ବିଶ୍ବଶାନ୍ତି ମହାଯଜ୍ଞ, ଅନ୍ୟାନ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନାତନ ଧର୍ମ ସମ୍ମିଳନୀରେ ଉପରୋକ୍ତ ବାବାଜୀ ଙ୍କ ସମେତ ବଳରାମ ଦାସମହାରାଜ,ବାବାଜୀ ଜ୍ୟୋତିଶଙ୍କର ଦାସମହାରାଜ , ବାବାଜୀ ଦେବାନନ୍ଦ ଦାସମହାରାଜ ପ୍ରମୁଖ ସନାତନ ଧର୍ମ ସଂପର୍କରେ ପ୍ରବଚନ ଦେଇଥିଲେ । ଏଥିସହ ପ୍ରତିଦିନ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଭଜନ ସମାରୋହ ତଥା କାର୍ଯ୍ୟକ୍ରମ ଅବସରରେ ଅଭିପ୍ସା ଦାସ ନୃତ୍ୟ ପରିବେଷଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପୁରୀ, ଗଞ୍ଜାମ, ଅନୁଗୁଳ, ବାଲେଶ୍ବର , ସୁନ୍ଦରଗଡ ସମେତ ଭୁବନେଶ୍ବର ର ବହୁ ଶ୍ରଦ୍ଧାଳୁ ଯୋଗଦେଇ ଥିଲେ । ଆଶ୍ରମର ମୁଖ୍ୟ ଉପଦେଷ୍ଟା ରଙ୍କ ବିଶୋୟୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସାଧୁଚରଣ ରାଉତ, ଶିବପ୍ରସାଦ ସାହୁ, କାମନା ପ୍ରଧାନ, ଶ୍ରୀକାନ୍ତ ବର୍ମା, ବସନ୍ତ ବାରିକ,ବାବୁ ରାଜୁ,ବସନ୍ତ ସାହୁ, ବ୍ରିଜମୋହନ ଅଗ୍ରୱାଲ, ଆରକେ ଜୟସ୍ବାଲ, ନିରଞ୍ଜନ ଦାସ,ରାଧାନାଥ ରାଉତ,କରୁଣାକର ବାରିକ, ପର୍ଶୁରାମ ବେହେରା, ସବିତା ବାରିକ, ସାରସମଣୀ ସ୍ବାଇଁ, ଲକ୍ଷ୍ମୀ ପ୍ରଧାନ, ଶୀମନ୍ତିନୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମା’ଜଗଦ୍ଧାତ୍ରୀ ଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା

masiha

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

masiha

ପବିତ୍ର ଜନ୍ମାଷ୍ଟମୀରେ ରାଜନଗର ଅଞ୍ଚଳ କୃଷ୍ଣମୟ,ଆଜି ଶିକ୍ଷା ନିକେତନରେ ନନ୍ଦ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!