ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛୁରା ମାଡ଼ରେ ଦୁଇ ଗୁରୁତର

ଖଡ଼ିଆଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ପଞ୍ଚାୟତର ମାଲପଡା ଗ୍ରାମରେ ବିଭାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦୁଇ ଯୁବକଙ୍କୁ ବଜା ପାର୍ଟିର ଛୁରା ମାଡ ଦୁଇ ଯୁବକ ଗୁରୁତର । ପୁଲିସ ସୂତ୍ରରୁ ପ୍ରକାଶ ଯେ ଅଭିଯୋଗ କାରୀ କୁମ୍ଭ ରଣା ଗତ ଫେବ୍ରୁଆରୀ ୨୩ ତାରିଖରେ ମାଲପଡା ଗ୍ରାମରେ ପରେଶ୍ୱର ଭୋଇଙ୍କ ବିଭାହ କାର୍ଯ୍ୟକ୍ରମରେ ରାତ୍ର ୭ ଘଣ୍ଟା ସମୟରେ ଗ୍ରାମର ନରେଶ ରଣା (୨୩) ବର୍ଷ ଓ ଲଳିତ ଥପା ବିଭାହ କାର୍ଯ୍ୟରେ ଯୋଗେ ଦେଇଥିଲେ । ରାଣୀମୁଣ୍ଡା ପଞ୍ଚାୟତ କୋଟମାଲରୁ ମାଲପଡାକୁ ବରାତି ଆସିଥିବା ବେଳେ ଢ଼ଙ୍କସର ଗ୍ରାମର ବଜା ପାର୍ଟି ବରାତି ପାର୍ଟି ସହିତ ଆସିଥିଲେ । ବିଭାହ କାର୍ଯ୍ୟ ସାରି ନରେଶ ରାଣା ଓ ଲଳିତ ଥପା ମୋଟର ସାଇକେଲ ଓଡ଼ି ୨୬ ୨୩୨୬ ଯୋଗେ ଘର ଫେରୁଥିବା ବେଳେ ନରେଶ ରଣାଙ୍କ ଘର ସାମନାରେ ବଜା ପାର୍ଟିର ଯୁବକ ମାନେ ଦୁଇ ଜଣଙ୍କୁ ଅଟକାଇ ମୋଟର ସାଇକେଲର ଚାବି  ଟାଣି ନେଇ ଯୁକ୍ତିତର୍କ କରିଥିଲେ ଓ ଛୁରା ମାଡ କରିଥିଲେ । ନରେଶ ରାଣାଙ୍କ ପେଟରେ ଛୁରା ମାଡ ହୋଇଥିବାରୁ ପେଟରୁ ପୁଟା ବାହାରି ଯାଇଥିବା ବେଳେ ଲଳିତ ଥପାଙ୍କ ଡ଼ାହାଣ ଜଙ୍ଘରେ ଛୁରା ମାଡ କରିଥିଲେ । ନରେଶ ରଣା ଗୁରୁତର ଅବସ୍ଥାରେ ଥିବାରୁ ପ୍ରଥମେ ଖଡ଼ିଆଳ ଉପଖଣ୍ଡ ଚିକତ୍ସାଲୟରେ ଚିକିତ୍ସା ପରେ ବଲାଙ୍ଗୀର ଅଧିକ ଚିକିତ୍ସା ପାଇଁ ବୋର୍ଲ୍। ସ୍ଥାନାନ୍ତର କରାଯାଇଛି ଓ ଲଳିତ ଥପା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଚିକିତ୍ସିତ ହେଉଛନ୍ତି । ଏନେଇ ଖଡ଼ିଆଳ ଥାନାରେ ବଜା ପାର୍ଟିର ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ୭୧/୨୨ ରେ ରୁଜୁ ହୋଇଛି । ଏନେଇ ପୁଲିସ ତଦନ୍ତ ଆରମ୍ଭ କରି ଥିବା ବେଳେ ତଦନ୍ତ ଅଧିକାରୀ ତାରକାନ୍ତ ବିଶ୍ୱାଳ ଅଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୋଖରୀରେ ବୁଡି ଯୁବକର ମୃତ୍ୟୁ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଭୁଲି ହୁଏନା

ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!