ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗର୍ଭବତୀ ମହିଳା ଙ୍କୁ ଧର୍ଷଣ ଓ ଶାରୀରିକ ସମ୍ପର୍କ ବେଳେ ଭିଡିଓ ଉତ୍ତୋଳନ ଜୀବନରେ ମାରିଦେବା ଧମକ ଅଭିଯୋଗ : ଧର୍ଷଣକାରୀ ଓ ସହଯୋଗୀ ଗିରଫ

ତେନ୍ତୁଳିଖୁଣ୍ଟି -୧୪/୦୩/୨୩ — ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଥାନା ରେ ଜଣେ ଆଶା କର୍ମୀ ତା ସ୍ବାମୀ ସହ ଝଗଡା କରିଥିବା ବ୍ୟକ୍ତି ଉପରେ ପ୍ରତିଶୋଧ ପାଇଁ ତା କାର୍ଯ୍ୟ ର ଦୁରୂପଯୋଗ କରି ଜଣେ ଗର୍ଭବତୀ ମହିଳା ଙ୍କୁ ନିଜ ସ୍ୱାମୀ ଦ୍ୱାରା ଜୋର ଜବରଦସ୍ତ କରିବା ଭିଡିଓ ଉତ୍ତୋଳନ କରି ଜୀବନରେ ମାରିଦେବା ଧମକ ସମ୍ପର୍କିତ ଅଭିଯୋଗ ହୋଇଛି। ଜଗନ୍ନାଥପୁର ଗ୍ରାମ ର ପଦ୍ମା ରଂଜିକାର ନିଜ ସମ୍ପର୍କୀୟ ପାଞ୍ଚ ମାସ ର ଗର୍ଭବତୀ ଙ୍କୁ ରୁଟିନ ଚେକ ଅପ ପାଇଁ ନବରଙ୍ଗପୁର ଜିଲ୍ଲା ଡାକ୍ତରଖାନା ଯିବାକୁ ଡାକିଥିଲେ, ଆଶା କର୍ମୀ ତାଙ୍କ ପୁଅ ଓ ଗର୍ଭବତୀ ଗୋଟିଏ ବାଇକ ରେ ବାହାରିଥିଲେ ଜିଲ୍ଲା ଡାକ୍ତରଖାନା। କିନ୍ତୁ ପୂର୍ଵ ଯୋଜନା ଅନୁସାରେ ବରା ଗାଁ ବାଇକ ରଖି ଆଶା କର୍ମୀ ଙ୍କ ପୁଅ ଚାଲି ଯାଇଥିଲେ। ଆଶା କର୍ମୀ ସମ୍ପର୍କରେ ପିଡ଼ିତା ଙ୍କ ଦେଢ଼ଶୁର ହେବେ ଏଣୁ ପରମ୍ପରା ଅନୁସାରେ ଦେଢଶୁର ଙ୍କ ବାଇକ ରେ ଯିବାକୁ ପୀଡିତା ମନା କରିଥିଲେ,କିନ୍ତୁ ବୁଝା ସୁଝା କରି ଗର୍ଭବତୀ ଙ୍କୁ ବାଇକ ରେ ବସାଇ ଜିଲ୍ଲା ଡାକ୍ତରଖାନା ବଦଳରେ ପଦ୍ମା ତା ସମ୍ପର୍କୀୟ ଘରକୁ ନେଇ ଲେଇଲା ରଂଜିକାର ଙ୍କ ଦ୍ଵାରା ଜବରଦସ୍ତି ଶାରୀରିକ ସମ୍ପର୍କ କରାଇ ଭିଡିଓ ଉତ୍ତୋଳନ କରିଥିଲା। ପୀଡିତ ର ସ୍ୱାମୀ ଉପରେ ରାଗ ସୁଝାଇ ବାକୁ ଏଭଳି କରିଛି ବୋଲି କହିଥିଲେ।ଏସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବା ଧମକ ଦେଇ ଘରେ ଛାଡ଼ିଦେଇଥିଲେ। ପୀଡିତା ଆତ୍ମହତ୍ୟା ଉଦ୍ୟମ କରିବାରୁ  ପରିବାର ସାହସ ଦେଇ ସମସ୍ତ କଥା ଶୁଣି ଆଇନ ଆଶ୍ରୟ ନେଇ ନ୍ୟାୟ ଆଶାରେ ଖାତିଗୁଡା ଥାନାରେ ଅଭିଯୋଗ କରିଛନ୍ତି। କେଶ ନମ୍ବର 26 ରେ କେଶ ଦରଜ କରି ପଦ୍ମା ଓ ଲେଇଲା ରଂଜିକାର କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବାର ଟି ଦଫା ରେ କେଶ ର ତଦନ୍ତ ହେଉଛି। ଡି ଏସ ପି ବି ତ୍ରିପାଠୀ ତଦନ୍ତ କରୁଥିବା ବେଳେ ଏସ ପି ଏସ ସୁଶ୍ରୀ ତଦାରଖ କରୁଛନ୍ତି। ଏଭଳି ଘଟଣା ଏହି ଅଞ୍ଚଳ ରେ ନୂଆ ହୋଇଥିବା ଓ ସ୍ପର୍ଶକାତର ପ୍ରସଙ୍ଗ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ର ବଡ଼ ସଫଳତା ୧୨ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ୍ ସୁଗାର ଜବତ ୧ ଅଭିଯୁକ୍ତ ଗିରଫ କୋଟ୍ ଚାଲାଣ 

Sunil Chandra Nayak

ଅବୈଧ ନକଲି ଲଟେରୀର ପର୍ଦ୍ଦାଫାସ : ରାଉରକେଲା ପୋଲିସ୍ ଦ୍ବାରା ୪ ଅଭିଯୁକ୍ତ ଗିରଫ ସହ ୨୫,୩୭,୨୬୦ ଟଙ୍କା ଜବତ.

Sunil Chandra Nayak

ଅବକାରୀ ଚଢାଉ ୧ ଗିରଫ

masiha

Leave a Comment

error: Content is protected !!