ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନଜିବୀ ଭଗବାନ ମହାନ୍ତି ସଡ଼କ ଦୁର୍ଘଟଣା ରେ ଆହତ , ଟ୍ରାଫିକ କଣ୍ଟ୍ରୋଲ ରେ ପୋଲିସ ବିଫଳ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ବରିଷ୍ଠ ଆଇନଜିବୀ ଭଗବାନ ମହାନ୍ତି ସ୍ଥାନୀୟ ପେଞ୍ଜିସାହି ବିଦ୍ୟାଳୟ ସମ୍ମୁଖ ରାଜ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି l ସ୍ତାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ତାଙ୍କର ଆଶୁ ଆରୋଗ୍ୟ ପାଇଁ ଓକିଲ ସଂଘର ସମସ୍ତ ସଦସ୍ଯଙ୍କ ସମେତ ବିଭିନ୍ନ ଦଳର ନେତୃବୃନ୍ଦ ଓ ଫୁଲବାଣୀ ପ୍ରେସକ୍ଳବ ର ସାମ୍ବାଦିକ ବନ୍ଧୁ ମାନେ ସମବେଦନା ଜଣାଇଛନ୍ତି l ସୂଚନାଯୋଗ୍ୟ ଉକ୍ତ ରାଜ ରାସ୍ତାରେ ପ୍ରାୟତଃ ଛୋଟ ବଡ଼ ଦୁର୍ଘଟଣା ହେଉଥିବା ନଜିର ରହିଛି । ଏହାର କାରଣ ନିମ୍ନ ମାନର ରାସ୍ତା କାମ ଯୋଗୁଁ ଦୁର୍ଘଟଣା ମାନ ଘଟିଥାଏ। ସେହି ରାସ୍ତା ର କେତେକ ସ୍ଥାନରେ ଅଧା ରାସ୍ତା ଉପରେ ପିଚୁ ପଡିଛି ଆଉ ଅଧା ରାସ୍ତା ଖାଲ ଢିପ ଆବଡାଖାବଡା ରାସ୍ତା ହୋଇ ରହିଥିବାରୁ ଦୁର୍ଘଟଣା ଘଟିବା ସ୍ୱାଭାବିକ ଅଟେ l ଏ ସମ୍ପର୍କରେ ବାରଂବାର ଅଭିଯୋଗ ହେଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ l ସେହି ରାସ୍ତା ଦେଇ ପ୍ରତିଦିନ ନାମିଦାମୀ ନେତା ମନ୍ତ୍ରୀ ଓ ସରକାରୀ ଅଧିକାରୀ ମାନେ ଯାତାୟତ କରୁଥିଲେ ମଧ୍ୟ ଉକ୍ତ ରାସ୍ତା ପ୍ରତି କାହାର ନଜର ପଡୁ ନାହିଁ l ଦୁର୍ଘଟଣା ଗ୍ରସ୍ତ ସ୍ଥାନ ନିକଟସ୍ଥ କେପି ସାଲୁଙ୍କି ହୋଟେଲ ରେ ନେତା ସାଂସଦଙ୍କ ସଭା ବୈଠକ ନିୟମିତ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି l ଫଳରେ ନେତା ଓ କୁଜି ନେତାଙ୍କ ର ଗାଡି ପାର୍କିଂ ଯୋଗୁଁ ଅଧା ରାସ୍ତା କଭର ହେଉଛି l ରାସ୍ତାର ଅପର ପାର୍ଶ୍ବରେ ପେଞ୍ଜିସାହି ପ୍ରାଥମିକ ବିଦ୍ୟାଳୟ ରହିଛି। ଆଜିର ଯୁବ ପିଢିର ଆଖି ପିଛୁଳାକେ ଦ୍ରୁତଗତିରେ ଗାଡି ଚାଳନା ଯୋଗୁଁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ସୁରକ୍ଷିତ ନୁହଁନ୍ତି। ଟ୍ରାଫିକ୍ ନିୟମ କଡା କଡି ହେଉ ନଥିବା ଏବଂ ଦ୍ରୁତଗତି ବାଇକ ଚାଳନା ଙ୍କୁ ତାଗିଦ କରିବା ପାଇଁ ପୋଲିସ ଅଧିକାରୀ ଓ ପ୍ରଶାସନ ଅଧିକାରୀ ଙ୍କୁ ବାରମ୍ବାର ଏ ସମ୍ପର୍କରେ କୁହାଯାଉ ଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନ ଥିବାରୁ

  ଏପରି ଦୁର୍ଘଟଣା ଘଟୁଛି ବୋଲି ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ସଭାପତି କମଳା କାନ୍ତ ପାଣ୍ଡେ, ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ତଥା ଆଇନଜିବୀ ସତ୍ୟ ନାରାୟଣ ବେହେରା,ପ୍ରେସକ୍ଳବ ସଭାପତି ସୁନିଲ ପଟ୍ଟନାୟକ, କନ୍ଧମାଳ ପିପୁଲ୍ସ ଫୋରମ ର ସଭାପତି ତଥା ସାମ୍ବାଦିକ ରାଧାମୋହନ ମହାପାତ୍ର,ସମାଜସେବୀ ଅଶୋକ ପରିଡା, ପୌର ପରିଷଦ ୫ ନଂ ୱାର୍ଡ କାଉନସିଲ ର ତଥା ଆଇନଜିବୀ ରମେଶ ଚନ୍ଦ୍ର ମହାନ୍ତି ପ୍ରମୂଖ ଅଭିଯୋଗ କରିଛନ୍ତି l ଏଥି ପ୍ରତି ଯଥା ଶୀଘ୍ର ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ନିମନ୍ତେ ବୁଦ୍ଧିଜୀବୀ ଓ ଆଇନଜୀବୀ ମହଲ ରୁ ଦାବି ହେଉଛି l

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ପର୍ଯ୍ୟାପ୍ତ ପରିମାଣ ରେ ୟୁରିଆ ସାର ଯୋଗାଣ ପାଇଁ ଦାବୀ, ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ

Sunil Chandra Nayak

୧- ଅବସର ପ୍ରାପ୍ତ ଯବାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୁତି ଚାରଣ କଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି  , ୨- ଅଗ୍ନିକାଣ୍ଡରେ ୩ ବଖରା ଘର ଭସ୍ମଭୂତ

masiha

କୋକସରା ଓ ଆମପାଣି ପୁଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!