ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ହିନ୍ଦୋଳ ଏନ୍ ଏ ସି ନିର୍ବାଚନ ପାଇଁ ବିଜେଡ଼ି ର ନାମାଙ୍କନ ପତ୍ର ଦାଖଲ

ଢେ଼ଙ୍କାନାଳ(ମ ସୀ ହା)୧୪)୦୩_ଆଜି ହିନ୍ଦୋଳ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଙ୍କ ନେତୃତ୍ବ ରେ ବିଜେଡି ତରଫରୁ ଏନ୍ ଏ ସି ନିର୍ବାଚନ ପାଇଁ ୧୬ ଟି କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରଯାଇଛି l

ଏଥି ନିମନ୍ତେ ଏକ ଦଳୀୟ କର୍ମୀ ନେତୃବର୍ଗ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ସହରକୁ ଉତ୍ସବ ମୁଖର କରିଥଲେ l ନବୀନ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଯଥା ଜାଗା ମିଶନ, ମୁକ୍ତା ଯୋଜନା, ଗୋଷ୍ଠୀ ମହିଳା ମାନଙ୍କୁ ସମ୍ମାନ , ରାସ୍ତା ଘାଟ, ପୋଖରୀ ଖନନ କାର୍ଯ୍ୟକ୍ରମ ଆଦି ସଫଳତା ହାସଲ ଆଦି ଏହି ନିର୍ବାଚନ ରେ ଦଳ ସ୍ଥିତି ସୁଦୃଢ଼ କରିବ ବୋଲି ଦଳୀୟ ନେତା ମାନେ ପ୍ରକାଶ କରିଛନ୍ତି l

 ଏହି ନାମାଙ୍କନ ବେଳେ ସଦର ବିଧାୟକ ସୁଧୀର କୁମାର ସାମଲ, ଉତ୍ତର ଭୁବନେଶ୍ଵର ବିଧାୟକ ସୁଶାନ୍ତ ରାଉତ୍, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ, ବିଜେଡ଼ି ସଭାପତି ବରୁଣ କୁମାର ସର, ନରୋତ୍ତମ ସାହୁ , ରାଜ୍ୟ ମହିଳା ସେଲ୍ ସଂପାଦିକା ନମିତା ନାୟକ , ପ୍ରିୟ ରଂଜନ ମାହୁନ୍ତ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତି ହୋଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଧର୍ମଗଡ ରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ। ଓଡିଶାକୁ ସଶକ୍ତ ରାଜ୍ୟର ପରିଚୟ ଦେଇଛି ବିଜେଡି….

masiha

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲା ବିଜେଡି ସଭାପତି ଓ ପ୍ରତିନିଧି ଦଳ

Sunil Chandra Nayak

ରାଉରକେଲା ବିଧାନସଭାର ପୁନର୍ବାର ବିଜେଡିପ୍ରାର୍ଥୀ ଘୋଷଣା ପରେ ରାଉରକେଲରେ ସାରଦାଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଧନା 

masiha

Leave a Comment

error: Content is protected !!