ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରିଦିବସୀୟ ନାଟକ ମହୋତ୍ସବ :ଶେଷ ସନ୍ଧ୍ୟାରେ” ସମ୍ପର୍କ “

ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲାର ଗର୍ବ ଓ ଗୌରବ, କଳା ଓ ସଂସ୍କୃତିର ଆଗ୍ରଦୂତ “ଭାରତୀ କଳା ନିକେତନ” ଉମରକୋଟ ଦ୍ୱାରା ଆୟୋଜିତ ସପ୍ତଦଶ ବାର୍ଷିକ ଉତ୍ସବ ଓ ପଞ୍ଚମ ତ୍ରିଦିବସୀୟ ନାଟକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଅଧ୍ୟାପକ ଗୋପାଳ ମହାରଣାଙ୍କ ରଚିତ ଚାରୋଟି ନାଟକର ସମାହାର ନାଟ୍ୟ ପୁସ୍ତକ “ସମ୍ପର୍କ “ନାଟକ ସଂକଳନ ଓ ପ୍ରବନ୍ଧ ସଂକଳନ “ପୁରସ୍କାର ହାଟ ଓ ବିବିଧ ପ୍ରବନ୍ଧ” ମଞ୍ଚାସୀନ ଅତିଥି ମାନଙ୍କଦ୍ୱାରା ପାଠକାର୍ପିତ ହୋଇଛି |ଆୟୋଜିତ ସଭାରେ ଅଧ୍ୟାପିକା ଏମ. ମଧୁଛନ୍ଦା ସଭାପତି ଆସନ ଅଳଙ୍କୃତ କରିଥିବା ସ୍ଥଳେ ମୁଖ୍ୟଅତିଥି ଭାବେ ପୌରାଧ୍ୟାକ୍ଷା ରାଧା ଭତ୍ରା, ମୁଖ୍ୟବକ୍ତା ସାହିତ୍ୟ ଏକାଡେମୀ ସଦସ୍ୟ ବଲ୍ଲଭ ରାଉତ, ସମ୍ନାନିତ ଅତିଥିଭାବେ ସମ୍ବଦ୍ଧିତ ପ୍ରତିଭା ଇନ୍ଦ୍ରମଣି ବାରିକ, ଅନୁଷ୍ଠାନର ଅଧ୍ୟକ୍ଷା ମଧୁସ୍ମିତା ମହାରଣା ଓ ପ୍ରବନ୍ଧ ପୁସ୍ତକ ର ସମୀକ୍ଷକ ଭାବେ ପ୍ରଫୁଲ୍ଲ କୁମାର ରାଉତ ମଞ୍ଚାସୀନ ହୋଇଥିଲେ. କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ପ୍ରତିଷ୍ଠାତା ଓ ସମ୍ପାଦକ ନାଟ୍ୟକାର ଗୋପାଳ ମହାରଣା |ଇତ୍ୟବସରରେ ନାଟ୍ୟଭୂଷଣ ଇନ୍ଦ୍ରମଣି ବାରିକଙ୍କୁ “ମା ରମାଦେବୀ କଳାଶ୍ରୀ ସମ୍ନାନ-2023” ରେ ସମ୍ବର୍ଦ୍ଧିତ କରାଯାଇଥିଲା |ଏତଦ ବ୍ୟତୀତ ବିଭିନ୍ନ ବ୍ୟକ୍ତିତ୍ୱଙ୍କୁ ଅନୁଷ୍ଠାନର ସ୍ମୁତି ଫଳକ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିଲା |ଦିତୀୟ ସନ୍ଧ୍ୟାରେ ଅଧ୍ୟାପକ ରମେଶ ଚନ୍ଦ୍ର ନାହାକ ଙ୍କ ମେଜିକ ଶୋ ସମସ୍ତଙ୍କ ମନ ମୋହିଥିଲା ଓ ଆକର୍ଷଣ ହୋଇଥିଲା।ଭିକ ଓ ଅବୋଲକରା ନାଟକ ମଞ୍ଚସ୍ଥ ହୋଇଥିଲା।ଶେଷ ସନ୍ଧ୍ୟାରେ ନାଟ୍ୟକାର ଗୋପାଳ ମହାରଣାଙ୍କ ରଚିତ ଅଧ୍ୟାପିକା ମଧୁସ୍ମିତା ମହାରଣା ଙ୍କ ନିର୍ଦ୍ଧେଶିତ ନାଟକ “ସମ୍ପର୍କ “ମଞ୍ଚସ୍ଥ ହୋଇଥିଲା | ସମ୍ପଦ ସମ୍ପର୍କ ନୁହେଁ ବରଂ ସମ୍ପର୍କ ହିଁ ଅମୁଲ୍ୟ ସମ୍ପଦ, ଏହି ପବିତ୍ର ସମ୍ପର୍କର ସଂଜ୍ଞା ଯେ ବୁଝିପାରିଛି ସେହିଁ ସୁନ୍ଦର ଭବିଷ୍ୟତ ନିର୍ମାଣ କରିପାରିଛି।ପରନ୍ତୁ ସମ୍ପଦ ର ମାୟା ମରୀଚିକା ପଛରେ ଦୌଡ଼ିଥିବା ଯୁବକ ଯୁବତୀ ପଥଭ୍ରଷ୍ଟ ହୁଅନ୍ତି, ଫଳତଃ ସୁନାର ସଂସାର ଚୁରମାର ହୋଇଥାଏ |ଏପରି ଏକ ବାସ୍ତବ କଥାବସ୍ତୁ ଉପରେ ଆଧାରିତ ସମ୍ପର୍କ ନାଟକ ଅଗଣିତ ଦର୍ଶକ ଙ୍କୁ ସମ୍ପର୍କ ଡୋରି ରେ ବାନ୍ଧି ରଖିଥିଲା | ଦୀପଶିଖା ନାୟକ, ଖଗେଶ୍ୱର ଗୌଡ଼, କେଶବ ପଟ୍ଟନାୟକ ଓ ହିମାଂଶୁ ଦାସଙ୍କ ନିଖୁଣ ଅଭିନୟ ନାଟ୍ୟ ପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା | ସଂଗୀତ ନିର୍ଦ୍ଧେଶକ ଏମ. ମାଧବ ପାତ୍ରଙ୍କ ଚମତ୍କାର ସଂଗୀତ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା | ମଞ୍ଚପରିଚାଳନା ଓ ମଞ୍ଚ ସଜ୍ଜାରେ ପ୍ରବୀଣ କୁମାର ପଟ୍ଟନାୟକ, ଏନ ପୁର୍ଣଚନ୍ଦ୍ର ଚୌଧୁରୀ, ସନସାଇ ଭତ୍ରା, ଧନସିଂ ଜାନି, ଦିନୁ ସାନ୍ତା ଓ ମୋହନ ଗୌଡ଼ ସହଯୋଗ କରିଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ କର୍ମକର୍ତ୍ତା 

masiha

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା l l ଅଧିକାରୀଙ୍କ ଅନୁପସ୍ଥିତରେ ଖୁଲମ୍ ଖୁଲା ଚାଲିଛି କାର୍ଯ୍ୟ  

Sunil Chandra Nayak

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!