ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଡବ୍ଲୁଏସ ପକ୍ଷରୁ ମହିଳାଙ୍କ ଆନୁଷ୍ଠାନିକ ବୈଠକ

ରାଉରକେଲା/ କମ୍ୟୁନିଟି ୱେଲଫେୟାର ସୋସାଇଟି ( ସିଡବ୍ଲୁଏସ) ପକ୍ଷରୁ ମହିଳାଙ୍କ ଆନୁଷ୍ଠାନିକ ସଭା ସେକ୍ଟର ୧୫ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ସିଷ୍ଟର କୁସୁମ ଓ ରୀନାରାଣୀ ଲେଙ୍କାଙ୍କ ଆବାହକତ୍ବ ଓ ସଂଯୋଜନାରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ପ୍ରମିଳା ପଣ୍ଡା ମୁଖ୍ୟଅତିଥି ଓ ମଞ୍ଜୁଳା ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡିଜିଟାଲ ଲିଙ୍ଗଗତ ସମାନତା ପାଇଁ ଅଭିନବ ପ୍ରଯୁକ୍ତି ଶିକ୍ଷା ତଥା ମହିଳାଙ୍କ ମଧ୍ୟରେ ଆତ୍ମବିଶ୍ବାସ ଓ ଦାୟିତ୍ୱବୋଧ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୧ଟି ମହିଳା ଅନୁଷ୍ଠିତ ଯଥା ତୁଳସୀ, ମା ବିରଜା, ମା ଶାରଳା, ରୋଜଗୃପ, ଅଲିଭା, ଶୁଭମ, ଅଞ୍ଜନା, ସାଇଲକ୍ଷ୍ମୀ,ମା ଦୁର୍ଗା, ସାହାରା, ଶିବାନୀ ଓ ଶାଳିନୀ ମହିଳା ଗୃପରୁ ଶତାଧିକ ସଭ୍ୟା ଯୋଗଦେଇ ଥିଲେ । ଏହି ଅବସରରେ ସଂଗୀତ,ନୃତ୍ୟ ପରିବେଷଣ ସହ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ମହିଳା ଅନୁଷ୍ଠାନର ଶ୍ରେଷ୍ଠ ସଭାପତି ଭାବେ ବି ଜୟଲକ୍ଷ୍ମୀ ପାତ୍ର ଓ ଶ୍ରେଷ୍ଠ ସଂପାଦକ ଭାବେ ସୁକମତୀ ସୋରେନ ଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସୁମିତ୍ରା ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସିଷ୍ଟର ସୁସ୍ମିତା, ସିଷ୍ଟର ମେରୀ, ସୁଜାତା, ରୀନା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ମହିଳାଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆବାହକ ରୀନାରାଣୀ ଲେଙ୍କା କହିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସ୍ବସ୍ତି ସାହିତ୍ୟ ସଂସଦର ମାସିକିଆ ସାହିତ୍ୟ ଆସର

Sunil Chandra Nayak

ଓଡିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଭାରତ ପାଇଁ ଆଞ୍ଚଳିକସ୍ତରୀୟ ପରାମର୍ଶ କର୍ମଶାଳା

masiha

ବହଳଦା ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!