ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୁଳ ରାମପୁର ବ୍ଳକ ଡ୍ରାଇଭର ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ

ଥୁଆମୁଳ ରାମପୁର:୧୬/୩ – (ମନିସ):- ସାରା ଓଡିଶାରେ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଥିବାବେଳେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଠାରେ ମଧ୍ୟ ବ୍ଳକ ସ୍ତରୀୟ ଡ୍ରାଇଭର ସଂଘର ଆନ୍ଦୋଳନ ଜାରି ରହିଥିବା ଜଣାପଡିଛି। ଆନ୍ଦୋଳନରୁ ମିଳିଥିବା ସୂଚନା ଅନୁସାରେ ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବିପତ୍ର ନେଇ ସରକାରଙ୍କୁ ଜଣାଇ ଆସୁଥିବା ସତ୍ତ୍ୱେ ସରକାର ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି। ତେଣୁ ରାଜ୍ଯ ଡ୍ରାଇଭର ମହାସଂଘର ନିର୍ଦ୍ଦେଶ କ୍ରମେ ଥୁଆମୁଳ ରାମପୁର ବ୍ଳକରେ ମଧ୍ୟ ଡ୍ରାଇଭର ସଂଘ ରାଜରାସ୍ତାକୁ ଆନ୍ଦୋଳନ ପାଇଁ ଓହ୍ଲେଇ ଥିବା ଜଣାପଡିଥିଲା। ସଂଘ ଦେଇଥିବା ୧୦ ଦଫା ଦାବିପତ୍ରରେ ଉଲ୍ଲେଖ ଥିବା ବିଷୟ ମଧ୍ୟରୁ କୋରନା ଯୋଦ୍ଧା ମାନ୍ଯତା, ଡ୍ରାଇଭର ମାନଙ୍କ ପାଇଁ ସ୍ବତନ୍ତ୍ର ଆଇନ ବ୍ଯବସ୍ତା, ୫୫ ବର୍ଷ ପରେ ପରେ ଭତ୍ତା ଯୋଗାଇ ଦେବା ସହିତ ଆବାସ ଯୋଜନାରେ ସାମିଲ କରିବା, ଡ୍ରାଇଭରଙ୍କ ବିଶ୍ରାମ ନିମନ୍ତେ ପାର୍କିଂ ବ୍ଯବସ୍ତା ଓ ଦୂରତା ଅନୁସାରେ ଏକ ଶହ କିଲୋମିଟର ଦୂରତାରେ ଗୋଟିଏ ଗୋଟିଏ ଶୌଚାଳୟ ନିର୍ମାଣ, ଦୁର୍ଘଟଣା ଜନିତ ବୀମା ରାଶି ୨୦ ଲକ୍ଷ ଟଙ୍କା ଓ ଅକର୍ମଣ୍ଯଙ୍କୁ ୧୦ ଲକ୍ଷ ଟଙ୍କା ଏହା ବ୍ଯତୀତ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ଦିଆଯାଉ, ଗାଡି ଚଳାଇବା ପାଇଁ ସମୟ ସୀମା ସହ ଦ୍ବିତୀୟ ସୈନିକ ଭାବରେ ମାନ୍ଯତା ଦିଆଯାଉ। ନିଜ ପିଲାମାନଙ୍କୁ ଉଚ୍ଚ ଶିକ୍ଷାର ବ୍ଯବସ୍ତା କରାଯାଉ, ରାସ୍ତାରେ ଡ୍ରାଇଭର ମାନଙ୍କୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ନାନା ପ୍ରକାର ହଇରାଣ କରନ୍ତୁ ନାହିଁ। ଡ୍ରାଇଭର ମାନଙ୍କର ଲାଇସେନ୍ସରେ ସ୍ବଳ୍ପ ମୂଲ୍ୟ ଧାର୍ଯ୍ୟ କରାନ୍ତୁ ବୋଲି ସଂଘ ଦାବି କରିଛନ୍ତି। ଆନନ୍ଦ ଶତାଧିକ ଡ୍ରାଇଭର ସାମିଲ ହୋଇ ଥିବାବେଳେ ଥୁଆମୁଳ ରାମପୁର ବ୍ଳକ ଡ୍ରାଇଭର ସଂଘର ସଭାପତି ଶ୍ରୀ ମଦନମୋହନ ନାୟକ, ଉପ ସଭାପତି ଶ୍ରୀ ସୁଦାମ୍ବର ଗଉଡ, ଆଡମିନ୍ ପରମେଶ୍ବର ନାଏକ, ସମ୍ପାଦକ ଶ୍ରୀ ପରମେଶ୍ବର ନାଏକ, ସମ୍ପାଦକ ଶ୍ରୀ ଚକ୍ରଧର ମାଝୀ ସହ ସମ୍ପାଦକ ଶ୍ରୀ ଅଶୋକ ସାହୁ, କୋଷାଧ୍ୟକ୍ଷ ଶ୍ରୀ ମହେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଥୁଆମୁଳ ରାମପୁର ବ୍ଳକରେ ଏହି ଆନ୍ଦୋଳନ ସମୟରେ କୌଣସି ଅପ୍ରୀତିକର ଘଟଣା ଘଟିନଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରାଯାଇଥିଲା।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କବୟିତ୍ରୀ ସରସ୍ୱତୀ ପଣ୍ଡାଙ୍କ ପୁସ୍ତକ ନୀଳନିମନ୍ତ୍ରଣ ଉନ୍ମୋଚିତ

Sunil Chandra Nayak

ବିଷମକଟକ ବ୍ଲକ ପ୍ରଶାସନ ବିରୁଦ୍ଧରେ ଜନସ୍ୱାର୍ଥ ମାମଲା ଖାରଜ କଲେ ଉଚ୍ଚ ନ୍ୟାୟାଳୟ

Sunil Chandra Nayak

ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବିରେ କ୍ରିୟାନୁଷ୍ଠାନ କମିଟି ତରଫରୁ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣାର ଶୁଭାରମ୍ଭ

Leave a Comment

error: Content is protected !!