ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ଙ୍କ ଭୁବନେଶ୍ୱର ଗସ୍ତ

ନବରଙ୍ଗପୁର—-(ମସିହା) ଓଡିଶା ରେଡକ୍ରସ ଙ୍କ ନିର୍ଦ୍ଦେଶ କ୍ରମେ ନବରଂଗପୁର ଜିଲ୍ଲା ଯୁବ ରେଡକ୍ରସ ତରଫରୁ ପାଞ୍ଚଜଣ ସ୍ବେଛାସେବୀ ଙ୍କ ସହ ନବରଙ୍ଗପୁର ମହାବିଦ୍ୟାଳୟ ର ରେଡକ୍ରସ କାଉନସିଲର ଅଧ୍ୟାପକ ଅଶ୍ଵିନୀ ବେହେରା ମାର୍ଚ୍ଚ ୧୬ ରୁ ୧୮ ପର୍ଯ୍ୟନ୍ତ ହେଉଥିବା ରାଜ୍ୟ ସ୍ତରୀୟ ତିନିଦିନିଆ ଶିବିର ରେ ଯୋଗଦାନ ପାଇଁ ଭୁବନେଶ୍ବର ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଗସ୍ତ କରିଛନ୍ତି। ନବରଙ୍ଗପୁର ମହାବିଦ୍ୟାଳୟ ରୁ ଦୁଇ ଜଣ ସ୍ଵେଚ୍ଛାସେବୀ ମଦନ ଭତରା ଓ ଯୋଗେଶ୍ୱର ପାଇକ , ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ ରାଜେନ୍ଦ୍ର ସାନ୍ତା ଓ ଗୋପାଳ ନାୟକ ତଥା ରାଜ ଚାମୁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ ଦେବେନ୍ଦ୍ର ଭତରା ଙ୍କ ସହ ରେଡକ୍ରସ ଅଫିସର ଅଶ୍ବିନୀ ବେହେରା ତିନିଦିନିଆ ଶିବିରରେ ଯୋଗ ଦେଇ ରେଡକ୍ରସ ର ମୌଳିକ ଲକ୍ଷ ଓ ଉଦ୍ଦେଶ୍ୟ, ସାଂଗଠନିକ କାର୍ଯ୍ୟ ପରିଚାଳନା, ରକ୍ତ ଦାନ, ପ୍ରାଥମିକ ଚିକିତ୍ସା, ସମାଜ ସେବା, ବୃକ୍ଷ ରୋପଣ ଆଦି ବିଷୟରେ ତାଲିମ ନେବେ । ପରବର୍ତ୍ତୀ ସମୟରେ ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ କଲେଜ ରେ ଥିବା ସ୍ବେଛାସେବୀ ଙ୍କୁ ତାଲିମ ଦେବାସହ ଆବଶ୍ୟକ ସ୍ଥଳେ ସହଯୋଗ କରିବେ । ଜିଲ୍ଳା ଯୁବ ରେଡକ୍ରସ ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ ହୋତା, ଜିଲ୍ଲା ସଂଯୋଜକ ଅଧ୍ୟାପକ ଶ୍ରୀ ଅଖିଳ ଭଟ୍ଟ , ଜାତୀୟ ପ୍ରାଥମିକ ଚିକିତ୍ସା ସମ୍ବଳ ପ୍ରଶିକ୍ଷକ ଅଧ୍ୟାପକ ରଞ୍ଜନ ସ୍ବାଇଁ ଓ ସାଂସ୍କୃତିକ ସଂଯୋଜକ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତ୍ତା ମିଳିତ ଭାବେ ଜିଲ୍ଲା ରୁ ପାଞ୍ଚଜଣ ସ୍ବେଛାସେବୀଙ୍କୁ ଚୟନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସ୍ବେଚ୍ଛାସେବୀ ମାନେ ରାଜ୍ୟ ସ୍ତରରେ ସେମାନଙ୍କ ପ୍ରତିଭା ର ଉପସ୍ଥାପନ କରିବା ସହ ଅନ୍ୟ ମାନଙ୍କ ଠାରୁ ଅନେକ କଥା ଶିଖିବା ତଥା ଜିଲ୍ଲା ର ସାମଗ୍ରିକ ବିକାଶ ନିମନ୍ତେ ଯୁବ ଗୋଷ୍ଟିଙ୍କୁ ସହଯୋଗ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆୟୋଜିତ ରାଜ୍ୟ ସ୍ତରୀୟ ଶିବିରରେ ସାରା ରାଜ୍ୟର ସ୍ବେଚ୍ଛାସେବୀ ଯୋଗ ଦେଇଥାନ୍ତି । ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ର ଯୁବ ସ୍ବେଚ୍ଛାସେବୀ ମାନଙ୍କୁ ଜିଲ୍ଲା ର ସର୍ବବୃହତ ନବରଙ୍ଗପୁର ମହାବିଦ୍ୟାଳୟ ତରଫରୁ ଯୁବ ରେଡକ୍ରସ ଚେୟାରମେନ ତଥା ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ଵାଳ ସ୍ବେଚ୍ଛାସେବୀ ଙ୍କୁ ଶୃଙ୍ଖଳାର ସହ ତାଲିମ ନେବା ସହ ଆଗାମୀ ଦିନରେ ସମାଜ ସେବାରେ ଯୁବ ଗୋଷ୍ଟୀଙ୍କୁ ନୂତନ ଦିଗଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଆଦର୍ଶ ପାଠାଗାରର ସାଧାରଣ ପରିଷଦର ବୈଠକରେ ଭଞ୍ଜଭଵନ ସ୍ଥିତି ନେଇ ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲରେ ଉଦବେଗ

masiha

ଝରିଗାଁ ବ୍ଲକ ବଣିକ ସଂଘ ଗଠନ 

masiha

ଅଜଣା ଗାଡି ଧକ୍କାରେ ଯୁବକ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

Leave a Comment

error: Content is protected !!