ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୋବାଇଲ ଲୁଟ୍ ଘଟଣାରେ ଦୁଇ ଲୁଟେରା ଗିରଫ

ମୟୂରଭଞ୍ଜ ୧୬/୩/୨୩ (ମସିହା) ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁସୁମି ବ୍ଳକର ମୟୂଦର ପଞ୍ଚାୟତର ବାଲିଆଢିପା ସହ ସୁଲାଇପାଟ ରାସ୍ତାରେ ଦୁଇସାଙ୍ଗ ସାଇକେଲ ଯାଉଥିବା ବେଳେ ପଛପଟୁ ଏକ ମଟର ସାଇକେଲରେ ଦୁଇ ଲୁଟେରା ଆସି ସାଇକେଲ ବାଲାଙ୍କଠାରୁ ଦୁଇଟି ମୋବାଇଲ ଝାମ୍ପି ମାରି ଦୃତ ଗତିରେ ଆସି ପଳାଇଥିଲେ । ସୂଚନାଯୋଗ୍ୟ ଯେ ଗତ ୧୫/୩/୨୩ ତାରିଖ ଦିନ ବାଦାମ ପାହାଡ଼ ଥାନା ଅନ୍ତର୍ଗତ ମୟୂରଦର ଗ୍ରାମର ଲାଲୁ ସୋରେନ ଏବଂ ପିଥ ମାଝୀ ଦୁଇ ସାଙ୍ଗ ବାଲିଆଢିପାକୁ ଯାତ୍ରା ଦେଖି ସୁଲାଇପାଟ ରାସ୍ତାରେ ସାଇକେଲରେ ଫେରୁଥିବାବେଳେ ଅପରାହ୍ନ ୪.୩୦ ପାଖାପାଖି ସମୟରେ ଦୁଇ ଲୁଟେରା ଏକ ବାଇକରେ ଆସି ଛଡ଼ାଇ ନେଇ ପଳାଇଥିଲେ । ସେମାନେ ରାଇରଙ୍ଗପୁର ଗ୍ରାମାଞ୍ଚଳରେ ଲିଖିତ ଅଭିଯୋଗ କରିଥିଲେ । ଏଥିନେଇ ଏକ କେଶ ମାମଲା ୬୦/୨୩ ରୁଜୁ ହୋଇଥିଲା । ଗ୍ରାମାଞ୍ଚଳ ଥାନାଧିକାରୀ ନୀରଦ ମଲ୍ଲିକ ଘଟଣାକୁ ତଦନ୍ତ କରି କୁସୁମି ଗ୍ରାମରେ ଜନୈକ ଘରେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ଦୁଇଟି ଯାକ ମୋବାଇଲ ଉଦ୍ଧାର କରିବା ସହ ଆଜି ଗୁରୁବାର ଦିନ ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି ।ଲୁଟେରା ଦୁଇଜଣକ ହେଲେ ପଡୋଶୀ ଝାଡଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର ମଝିଗାଁ ଅଂଚଳର ମହମ୍ମଦ ଅଶାଦୁଲ୍ଲା (୩୫) ଏବଂ ମହମ୍ମଦ ଫୈଜଲ (୪୧) ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସାବିତ୍ରୀ ଅମାବାସ୍ୟା ! ଝିଅର ମୃତ୍ୟୁ ନେଇ ଥାନାରେ ଦ୍ଵାରସ୍ଥ ହେଲେ ପରିବାର ଲୋକେ 

ବେଆଇନ କରତକଳ ଉପରେ ଚଢ଼ାଉ; ଲମ୍ବୁ ତାରିଣୀ ଗିରଫ , ୩ ମାଉଜର ସହ କାଠ-ଯନ୍ତ୍ରପାତି ଜବତ 

Sunil Chandra Nayak

ମଦ ଭାଟି ଲୁଟ ଘଟଣା,ଜୟପାଟଣା ପୋଲିସକୁ ସଫଳତା।  ୧୦ ଜଣିଆ ଚୋର ଗ୍ୟାଙ୍ଗ ଗିରଫ….

masiha

Leave a Comment

error: Content is protected !!