ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜେଏମଏମ ଦଳର ଭିତରାମଦା ପଞ୍ଚାୟତ କମିଟୀ ଗଠିତ

 ମୟୂରଭଞ୍ଜ:- (ମସିହା)ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଭିତରାମଦା ଗ୍ରାମପଞ୍ଚାୟତ ଜାରିତାଣ୍ଡି ନିକଟସ୍ଥ ଫାଗୁ ବାଗାନ ପଡିଆ ପରିସରରେ ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ଦଳର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁନାରାମ ଟୁଡୁଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଜେଏମଏମ ଦଳର ଭିତରାମଦା ପଞ୍ଚାୟତ ସମିତି ପୁନର୍ଗଠନ ହୋଇଯାଇଛି।।

   ବୈଠକରେ ଭିତରାମଦା ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ପହଞ୍ଚିଥିବା ଦଳୀୟ ସଦସ୍ୟ ଓ ସମର୍ଥକ ମାନଙ୍କୁ ନେଇ ହୋଇଯାଇଥିବା ଏହି ବୈଠକରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ଆଭିମୁଖ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏହାପରେ ଭିତରାମଦା ଗ୍ରାମପଞ୍ଚାୟତ କୋମିଟୀ ର ସଦସ୍ୟ ଚୟନ କରାଯାଇ କୋମିଟୀ ର ପୁନର୍ଗଠନ କରାଯାଇଥିଲା। ସଭାପତି ଭାବେ କାର୍ଜି କିସ୍କୁ, ଗାଇଚାନ୍ଦ ମୁର୍ମୁ (ଉପ ସଭାପତି), କର ମୁର୍ମୁ (ସଂପାଦକ), କାର୍ଜି ହେମ୍ବ୍ରମ (ସହ ସଂପାଦକ) ଓ ତୁରସୀରାମ ଟୁଡୁ’ଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବ ସମ୍ମତ୍ତି କ୍ରମେ ଚୟନ କରାଯାଇଥିଲା। ଶେଷରେ ଜେଏମଏମ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ରାମଜିତ୍ ହାଁସଦାଃ ଓ ରାଧୁ କିସ୍କୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କନ୍ଧମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭା: ବିରୋଧୀଙ୍କ ଆତ୍ମ ପ୍ରଚାରରୁ ଦୂରେଇ ରହିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ବାନ

masiha

କେସିଙ୍ଗା ରେ ଦିବଂଗତ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ବିୟୋଗରେ ଶୋକସଭା

Sunil Chandra Nayak

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ପ୍ରସଙ୍ଗରେ ବିରୋଧୀ ରାଜନୈତିକ ଦଳ ତରଫରୁ ଜୁନ୍ ୧୨ ରାଉରକେଲା ରେଳଷ୍ଟେସନ ଆଗରେ ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!