ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜେଏମଏମ ଦଳର ଭିତରାମଦା ପଞ୍ଚାୟତ କମିଟୀ ଗଠିତ

 ମୟୂରଭଞ୍ଜ:- (ମସିହା)ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଭିତରାମଦା ଗ୍ରାମପଞ୍ଚାୟତ ଜାରିତାଣ୍ଡି ନିକଟସ୍ଥ ଫାଗୁ ବାଗାନ ପଡିଆ ପରିସରରେ ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ଦଳର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁନାରାମ ଟୁଡୁଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଜେଏମଏମ ଦଳର ଭିତରାମଦା ପଞ୍ଚାୟତ ସମିତି ପୁନର୍ଗଠନ ହୋଇଯାଇଛି।।

   ବୈଠକରେ ଭିତରାମଦା ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ପହଞ୍ଚିଥିବା ଦଳୀୟ ସଦସ୍ୟ ଓ ସମର୍ଥକ ମାନଙ୍କୁ ନେଇ ହୋଇଯାଇଥିବା ଏହି ବୈଠକରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ଆଭିମୁଖ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏହାପରେ ଭିତରାମଦା ଗ୍ରାମପଞ୍ଚାୟତ କୋମିଟୀ ର ସଦସ୍ୟ ଚୟନ କରାଯାଇ କୋମିଟୀ ର ପୁନର୍ଗଠନ କରାଯାଇଥିଲା। ସଭାପତି ଭାବେ କାର୍ଜି କିସ୍କୁ, ଗାଇଚାନ୍ଦ ମୁର୍ମୁ (ଉପ ସଭାପତି), କର ମୁର୍ମୁ (ସଂପାଦକ), କାର୍ଜି ହେମ୍ବ୍ରମ (ସହ ସଂପାଦକ) ଓ ତୁରସୀରାମ ଟୁଡୁ’ଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବ ସମ୍ମତ୍ତି କ୍ରମେ ଚୟନ କରାଯାଇଥିଲା। ଶେଷରେ ଜେଏମଏମ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ରାମଜିତ୍ ହାଁସଦାଃ ଓ ରାଧୁ କିସ୍କୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜିଲ୍ଲା କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ବିକ୍ଷୋଭ ସମାବେଶ 

Sunil Chandra Nayak

ପଲାସା ଇଚ୍ଛାପୁରମକୁ ଦକ୍ଷିଣତଟ ରେଳବାଇରେ ସାମିଲ ନେଇ ବିଜ୍ଞପ୍ତି ପ୍ରକାଶ ପ୍ରସଙ୍ଗ ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ବଦଳରେ ଧୋକା ପ୍ରଦାନ କରୁଛି: ବିଜେଡି

ବ୍ଲକ କଂଗ୍ରେସ ର ମେଡିକାଲ, ବ୍ଲକ ଓ ତହସିଲ କାର୍ଯ୍ୟ|ଳୟରେ ଅଧିକାରୀ ମାନଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!