ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଳତୁମା ଗ୍ରାମରେ ଶିଶୁ ମାନଙ୍କ ଦ୍ଵାରା ଶ୍ରୀମଦ୍ଭାଗବତ ଗ୍ରନ୍ଥ ସମର୍ପଣ

କାମାକ୍ଷାନଗର (ମିନିସ )16/3/23 //ଶ୍ରୀମଦ୍ଭାଗବତ ମହାପୁରାଣ ସର୍ବଶ୍ରେଷ୍ଠ ନିର୍ଣ୍ଣାୟକ ଗ୍ରନ୍ଥ, ଯେଉଁ ଶାସ୍ତ୍ର କେବଳ ସୂତ ଏଵଂ ଶୁକଙ୍କ ଭଳି ଶିଶୁ ସୁଲଭ ଏବଂ ପରମ ଭାଗଵତଙ୍କ ଦ୍ଵାରା ଲୋକାର୍ପିତ ହୋଇଅଛି । ଯାହାର ଶ୍ରବଣ କୀର୍ତ୍ତନ ଦ୍ଵାରା ଜୀବ ଚତୁଃଵର୍ଗ ଫଳ ପ୍ରାପ୍ତ ହୋଇଥାଆନ୍ତି । କଳି ଉଦ୍ଧlରଣ ଗ୍ରନ୍ଥ ହେଉଛନ୍ତି ଶ୍ରୀମଦ୍ଭାଗବତ। ଧ୍ରୁବ ପ୍ରହଲ୍ଲାଦ, ଗୋ କର୍ଣ୍ଣ ପ୍ରଭୃତି ଶିଶୁ ଚରିତ୍ର ହିଁ ଭାଗବତଙ୍କୁ ବହୁ ଉର୍ଦ୍ଧ୍ଵକୁ ନେଇପାରିଛି l ଏମାନଙ୍କର ପୂର୍ବ ପ୍ରାରଵ୍ଧ ହିଁ ସେମାନଙ୍କୁ ଭଗଵତମୁଖୀ କରାଇଥିଲା ଯାହାଦ୍ଵାରା କି ସେମାନେ ପ୍ରାତଃ ସ୍ମରଣୀୟ ହୋଇ ରହିଆସିଛନ୍ତି ଏଵଂ ଏହି ଗ୍ରନ୍ଥ କଳିରେ ସର୍ବଶ୍ରେଷ୍ଠ ଗ୍ରନ୍ଥ ଭାବରେ ପରିଚିତ। କଳିକଳୁଷନାଶନ ଏଵଂ ପ୍ରେତଵାଧା ବିନାଶକ ଭାବରେ ଏହା ସର୍ବ ଜନାଦୃତ। ପ୍ରତି ଗ୍ରାମରେ ଭାଗବତ ଟୁଙ୍ଗି ନିର୍ମାଣ କରି ଭାଗବତ ଗାଦି ରଖି ନିତ୍ୟ ସାନ୍ଧ୍ୟ କାଳରେ ପଠନ କରାଯାଏ । ଏହି ପ୍ରେରଣା କାମାକ୍ଷାନଗର ଆଳତୁମା ଗ୍ରାମର କିଛି ନିଷ୍ପାପ ଶିଶୁଙ୍କ ମାନସପଟକୁ ଆନ୍ଦୋଳିତ କରିଥିଲା ଫଳରେ ସେମାନେ ସେହି ଦୁର୍ଲଭ ଶ୍ରୀମଦ୍ଭାଗବତ ଗ୍ରନ୍ଥକୁ ତଥା ସର୍ଵଦର୍ଶନ ଶ୍ରେୟ ଭଗଵାନଙ୍କ ମୁଖନିସୃତ ଭଗବତ ଗୀତା ଗ୍ରନ୍ଥଙ୍କୁ ଗ୍ରାମର ଵୟ୍ୟୋଜ୍ୟଷ୍ଠ ପିତାମହ ଭୀଷ୍ମ ବରେଣ୍ୟ ସଭାପତି ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମହାନ୍ତି ମହୋଦୟ ଏବଂ ନିତୀଵାନ୍ ଵିଦୁର ତୁଲ୍ୟ ଵର୍ଷିୟାନ ଗୁରୁ ପୂଜ୍ୟ ଶ୍ରୀ ମଦନମୋହନ ମହାନ୍ତି ମହୋଦୟଙ୍କ କରକମଳରେ ସମର୍ପିତ କରାଯାଇଛି l ନୁଆ ଆଳତୁମା ପାଣିଟାଙ୍କି ସାହି ଭଗବତ ଟୁଙ୍ଗିରେ ନିତ୍ୟପଠନ ପାଇଁ ସମର୍ପିଣ କରି ଯାଇଥିବା ଏହି ପବିତ୍ର ଗ୍ରନ୍ଥ ଟି ଗୃହୀ ମାନଙ୍କ ନିମନ୍ତେ ଅତି ଶିକ୍ଷଣୀୟ l 

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଡଙ୍ଗର ଯାତ୍ରା, ରକ୍ତରେ ରଞ୍ଜିତ ହେଲା ଦେବୀ ପୀଠ

masiha

‘ ମା’ ଆସୁଛନ୍ତି ‘ ୬୫ ବର୍ଷରେ ପଦାର୍ପଣ କଲା ବାଦାମ ପାହାଡ଼ ଷ୍ଟେସନ ବଜାର ଦୁର୍ଗାପୂଜା: ପଶ୍ଚିମବଙ୍ଗର କାରିଗରୀ କଳା ରେ ଏଥର ଝଲସିବେ ମାଁ :

Sunil Chandra Nayak

ବିଞ୍ଚଣାରେ ପଞ୍ଚଶମ୍ଭୁ ମହାମିଳନ ; ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ 

Sunil Chandra Nayak

Leave a Comment

error: Content is protected !!