ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନୂଆପଡା ତହସିଲଦାର ଦେବେନ୍ଦ୍ର କୁମାର ରାଉତ ନିଲମ୍ବିତ, ତହସିଲ କାର୍ଯ୍ୟଳୟ ସମ୍ମୁଖରେ ଆତ୍ମାହୁତି ଘଟଣା

ନୂଆପଡା // ନୂଆପଡା ଜିଲ୍ଲା ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜଣେ କଲ୍ୟାଣପୁର ଗ୍ରାମର ଦିବ୍ୟାଙ୍ଗ ଜଗଦୀଶ ଚୌହାନ ଆତ୍ମାହୁତି ଦେଇ ଥିବା ବେଳେ ବୁର୍ଲା ଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଅଛି। ଏହି ଘଟଣାକୁ କେନ୍ଦ୍ର କରି ଓଡିଶା ସରକାର ପକ୍ଷରୁ ନୂଆପଡା ତହସିଲଦାର ଦେବେନ୍ଦ୍ର କୁମାର ରାଉତ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏହା ନେଇ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ସୂଚନା ଦେଇଛନ୍ତି। ତାଙ୍କ ପରିବାର ପକ୍ଷରୁ ଏକ ମାମଲା ନୂଆପଡା ଥାନା ରେ ରୁଜୁ ହୋଇଥିବା ବେଳେ ରାଜସ୍ବ ବିଭାଗ କାର୍ଯ୍ୟକଳାକୁ ଅତିରିକ୍ତ ଜିଲ୍ଲାପାଳ ସତ୍ୟାସତ୍ୟ ତଦନ୍ତ ପାଇଁ ଦାୟିତ୍ବ ପ୍ରଦାନ କରାଯାଇଅଛି। ଏହି ଘଟଣାର ସତ୍ୟାସତ୍ୟ ତଦନ୍ତ କରି ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡିଅଛି। ଆତ୍ମାହୁତି ଦେବା ଏକ ଅଭାବନୀୟ ଘଟଣା ବୋଲି ଜିଲ୍ଲାପାଳ ହେମକାନ୍ତ ସାଏ ପ୍ରକାଶ କରିଛନ୍ତି। ସେହିପରି ସତ୍ୟାସତ୍ୟ ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ଜଣାପଡିବ ବୋଲି ଜିଲ୍ଲାପାଳ ପ୍ରକାଶ କାରିଛନ୍ତ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଯୁବତୀର ବେକରେ ଓଢଣୀ ଦେଇ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

masiha

ପାଷ୍ଟିକୁଡି କେମ୍ପରେ କର୍ମଚାରୀ ନିଆଁରେ ପୋଡି ମରିବା ଘଟଣା, ହତ୍ୟା ଅଭିଯୋଗ ଓ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Sunil Chandra Nayak

ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ 

Sunil Chandra Nayak

Leave a Comment

error: Content is protected !!