ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସବୁ ସମସ୍ୟା କୁ ମିଳିତ ଭାବେ ସମ୍ମୁଖୀନ କରିବ ଓବିସି, ଏସ୍ ଟି, ଏସ୍ ସି ଓ ସଂଖ୍ୟାଲଘୁ ମିଳିତ ମହାସଂଘ

ଭବାନୀପାଟଣା ଆମ୍ବେଦକର ଭବନ ଠାରେ କଳାହାଣ୍ଡି ଓବିସି ଏସ୍ ସି ଏସ୍ ସି ଓ ସଂଖ୍ୟାଲଘୁ ମିଳିତ ମହାସଂଘ ର ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ ହୋଯାଇଅଛି। ଏଥିରେ ଏହି ବର୍ଗ ର ସାମାଜିକ ,ଆର୍ଥିକ ରାଜନୈତିକ ତଥା ସାମ୍ବିଧାନିକ ଅଧିକାର ହାସଲ ପାଇଁ ସମସ୍ତେ ଏକ ହୋଇ ଆଗାମୀ ଦିନରେ ସରକାର ପାଖରେ ଦାବୀ ଉପସ୍ଥାପିତ କରିବା ସହିତ ଆବଶ୍ୟକ ପଡିଲେ ଭୟଙ୍କର ଭାବେ ଜନ ଆନ୍ଦୋଳନ କରାଯିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି। ବିଶେଷକରି ଓବିସି ବର୍ଗ ର ଜନଗଣନା,ସେମାନଙ୍କୁ ଶିକ୍ଷା, ନିଯୁକ୍ତି ଓ ରାଜନୀତି ରେ ସେମାନଙ୍କ ଜନସଂଖ୍ୟା ଅନୁସାରେ ୫୨% ସଂରକ୍ଷଣ ଦେବାକୁ ଦାବୀ କରିଥିଲେ। ବର୍ତ୍ତମାନ ରାଜ୍ୟ ସରକାର ଏସ ଟି ମାନଙ୍କୁ ଶିକ୍ଷା ରେ ୧୨% ଓ ଏସ୍ ସି ମାନଙ୍କୁ ୮%ସଂରକ୍ଷଣ ଦେବା ନିନ୍ଦନୀୟ । ଉକ୍ତ ଦୁଇ ବର୍ଗକୁ ଉଚ୍ଚ ଶିକ୍ଷା ରେ ସେମାନଙ୍କ ଜନସଂଖ୍ୟା ଅନୁପାତରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ର ରେ ସଂରକ୍ଷଣ ଦେବାକୁ ଦାବୀ କରିଥିଲେ। ପୁନଶ୍ଚ ଜିଲ୍ଲାରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଏହି ଚାରି ବର୍ଗର ଲୋକମାନେ ମିଳିତ ସହଯୋଗରେ ନିର୍ବାଚନ ମୁକାବିଲା କରାଯିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆବାହକ ପୂର୍ବତନ ଜିଲା ଯାଦବ ସମାଜ ସଭାପତି ଡମ୍ବରୁଧର ଲହଜଲ , ପଣ୍ଡରମାଳି ସମାଜ ର କୁଳପତି ଶିକ୍ଷାବିତ୍ ପ୍ରକାଶ ନାଏକ , ଆଦିବାସୀ ସମାଜର ସଭାପତି ହରେକୃଷ୍ଣ ମାଝୀ, ପୂର୍ବତନ ଜେଲ ଅଧ୍ୟକ୍ଷ ପ୍ରେମାନନ୍ଦ ବାଗ , ସତ୍ନମୀ ସମାଜ କୁଳପତି କ୍ଷେତ୍ର ସତନାମି, ରାଷ୍ଟ୍ରୀୟ ମୁଲନିବାସି ମହିଳା ସଭାନେତ୍ରୀ କମଳିନୀ ଯାଦବ,ଜଗଦୀଶ ଯାଦବ, ମୁସଲିମ ସମାଜର ସଲିମ୍ ମହମ୍ମଦ, ଶୟଦ ରହିମ , ବିଏମପି ର ରାଜ୍ୟ ସଭାପତି ଗଙ୍ଗାଧର ଜାଲ ,ପଣ୍ଡରା ମାଳି ଯୁବ ବାହିନୀର ରତନ ନାଏକ, ଯୁବ ଯାଦବ ସମାଜ ର ଡାକେଶ୍ୱର୍ ଲହଜଲ୍, ମହିଳା ସଂଗଠିକା ରିନା ଭୋଇ ଏଓଏସସିଏଫ୍ ର ଯୁବ ସଂଗଠକ ଯତୀନ୍ଦ୍ର କର, ସୂର୍ୟ କୁମାର, ଜୟପ୍ରକାଶ ଜାଲ, ଭୀମ ଆର୍ମି ସଭାପତି ରଜନୀକାନ୍ତ ସମର୍ଲିଆ, ଆଇନଜୀବୀ ଦିଗମ୍ବର ଦୁରୀଆ ,ମନୁ କାଣ୍ଡ ଆଦି ବୁଦ୍ଧିଜୀବୀ ଉପସ୍ଥିତି ଥିବାବେଳେ ଏହାକୁ ବିଭୀଷଣ ନାଏକ ପରିଚାଳନା କରିଥିଲେ ।

ରଜନୀ କାନ୍ତ ସମର୍ଲିଆ ଙ୍କ ରିପୋର୍ଟ 

Related posts

ବିଜେଡି ଛାଡି ବିଜେପିରେ ମିଶିଲେ ଭଣ୍ଡାରୀଗୁଡା ସମିତି ସଭ୍ୟ 

masiha

ଧର୍ମଗଡ ଠାରେ ଭାରତୀୟ ଜନତା ପାର୍ଟି ର ବିଜୟ ସଂକଳ୍ପ ଅଭିଯାନ ଯାତ୍ରା ଓ ସାଧାରଣ ସଭା ଯୋଗଦେଲେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ୟାଦବ

masiha

ବିଷମକଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ନିମନ୍ତେ ତିନଜଣ ପ୍ରାର୍ଥି ଙ୍କ ପ୍ରାର୍ଥିପତ୍ର ଦାଖଲ

masiha

Leave a Comment

error: Content is protected !!