ଆସନ୍ତା ଏପ୍ରିଲ ମାସରୁ ବିମାନ ଉଡାଣ ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି….
କଳାହାଣ୍ଡି ଜିଲ୍ଲାର ବହୁ ପ୍ରତିକ୍ଷିତ ଉକେଲା ଏୟାରଷ୍ଟ୍ରିପରୁ ଶିଘ୍ର ବିମାନ ଚଳାଚଳ ଆରମ୍ଭ ହେବ ।ସରକାରଙ୍କ ଉଡାଣ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ଶେଷ ହୋଇଛି । ଯାହାର ସମୀକ୍ଷା କରିଛନ୍ତି। ଡିଜିସିଏର ୫ ଜଣିଆ ସ୍ବତନ୍ତ୍ର ଟିମ୍ । ଏହି ଟିମ୍ର ସମୀକ୍ଷା ପରେ ବିମାନ ଉଡାଣ ପାଇଁ ଲାଇସେନ୍ସ ମିଳିବ ବୋଲି ଜଣାପଡିଛି ।
ଉକେଲା ଏୟାରଷ୍ଟ୍ରିପକୁ ଉଡାଣ ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ସାମିଲ କରାଯାଇଥିଲା । ଆବଶ୍ୟକ ଭିତ୍ତିଭୂମିର ପାଇଁ ଅନୁମତି ମିଳିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ବେସରକାରୀ ବିମାନ ଚଳାଚଳ ସଂପୃକ୍ତ କର୍ତ୍ତୃପକ୍ଷ ପର୍ଯ୍ୟାୟ କ୍ରମେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଉଡାଣ ଯୋଜନାରେ ୧୬ କୋଟି ବ୍ୟୟରେ ଭିତ୍ତିଭୂମି ପ୍ରସ୍ତୁତ ସରିଥିବା ବେଳେ ୨-ବି ଲାଇନସେନ୍ସ ପାଇଁ ପଦକ୍ଷେପ ନିଆଯାଇଛି ।
ଏହାସହ ବଡ଼ ଏୟାରପୋର୍ଟ ପାଇଁ ୫୫ କୋଟି ବ୍ୟୟର ଟେଣ୍ଡର ପରେ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି।ଏହାର ଭିତ୍ତିଭୂମିରେ ରନୱେ ସମ୍ପ୍ରସାରଣ, ଟର୍ମିନାଲ୍ ବିଲଡିଂ, ଷ୍ଟାଫ୍ କ୍ୱାଟର୍ସ, ବାରାକ, ଅଗ୍ନିଶମ କାର୍ଯ୍ୟାଳୟ ଭଳି ଅନ୍ୟାନ୍ୟ ଆନୁସଙ୍ଗିକ ନିର୍ମାଣ କାର୍ଯ୍ୟର ଆରମ୍ଭ ହୋଇଯାଇଛି । ୨-ବି କାଟାଗୋରିରେ ଡିଜିସିଏ ନୂଆଦିଲ୍ଲୀରେ ବିମାନ ଚଳାଚଳ ଲାଇସେନ୍ସ ପାଇଁ ଆବେଦନ କରାଯାଇଥିଲା । ଏହାର ସମୀକ୍ଷା କରିବା ସହ ଲାଇସେନ୍ସ ପ୍ରଦାନ ଆଜି ଉକେଲା ବିମାନ ବନ୍ଦରରେ ପହଞ୍ଚିଛନ୍ତି ଡିଜିସିଏର ୫ ଜଣିଆ ସ୍ବତନ୍ତ୍ର ଟିମ୍ ।
ଏହି ପରିପ୍ରେକ୍ଷୀରେ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକୁ ସଚିବ, କଳାହାଣ୍ଡି ଜିଲ୍ଲାପାଳ, ପୂର୍ତ୍ତ ବିଭାଗ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କୁ ଆବଶ୍ୟକ କର୍ମଚାରୀ ଡିଜିସିଏ ନିୟମ ଅନୁଯାୟୀ ଯୋଗାଇବା ପାଇଁ ପତ୍ରଯୋଗେ ସୂଚନା ଦିଆଯାଇଥିଲା । ଡିଜିସିଏର ଅନୁମତି ପରେ ଏଠାରେ ବିମାନ ସେବା ଆରମ୍ଭ ହେବ । ତେଣୁ ଆସନ୍ତା ଏପ୍ରିଲ ମାସରୁ ବିମାନ ଉଡାଣ ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
ପ୍ରକାଶ ଥାଉକି, ନିକଟରେ ଗଞ୍ଜାମ ଜିଲ୍ଲା ସ୍ଥିତ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ପ୍ରଥମ ଥର ପାଇଁ ବ୍ୟବସାୟିକ ବିମାନ ଚଳାଚଳ ଆରମ୍ଭ ହୋଇଥିଲା । ଉତ୍କେଲା ବିମାନ ବନ୍ଦରରୁ ଖୁବଶୀଘ୍ର ୨ଟି ବିମାନ ଚାଲିବାକୁ ଥିବା ବେଳେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।