ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦର ୧୪ଟି ଦାବି ରୁ, ୩ପୂରଣ କରିବେ ୫ଟି ସଚିବ

ନବରଙ୍ଗପୁର,୧୮/୩(ମସିହା) ନବରଙ୍ଗପୁର ଜିଲ୍ଲା ସର୍କିଟ ହାଉସ ଠାରେ ଗତ କାଲି ୫ଟି ଶ୍ରୀ ଭି କେ ପାଣ୍ଡିଆନ ୨ ଦିନିଆ ନବରଙ୍ଗପୁର ଗସ୍ତ ରେ ଆସି ପହଁଚିବା ପରେ ପ୍ରଥମେ ନବରଙ୍ଗପୁର ମାଁ ଭଣ୍ଡାର ଘରଣୀ ପରିଦର୍ଶନ କରିଥିଲେ। ଏହା ପରେ ତାଙ୍କୁ ବିଭିନ୍ନ ଜାତି ସମାଜ, ଧାର୍ମିକ ଅନୁଷ୍ଠାନ କୋରାପୁଟ ନବରଙ୍ଗପୁର ଜିଲ୍ଲାର କଲେଜ ଛାତ୍ର ଛାତ୍ରୀ ଅଧ୍ୟାପକ ସାକ୍ଷାତ କରି ନିଜ ନିଜର ସମସ୍ୟା ସମାଧାନ କରିବାକୁ ନିବେଦନ କରିଥିଲେ। ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକ୍ ର ତୁଙ୍ଗ ନେତାମାନେ ବ୍ଲକ ର ସମସ୍ୟା ଗୁଡ଼ିକ ବିଷୟରେ ଉପସ୍ଥାପନ କରିଥିଲେ।ଏହି କ୍ରମ ରେ ବିଭିନ୍ନ ଧାର୍ମିକ ପରିଷଦ ନିଜ ନିଜର ସମାଜ ର ସମସ୍ୟା ବିଷୟରେ ସମାଧାନ କରିବାକୁ ପତ୍ର ମାଧ୍ୟମରେ ଅବଗତ କରିଥିଲେ।ଜିଲ୍ଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ତରଫରୁ,୧୪ଟି ଦାବି ପୁରୁଣ କରିବାକୁ ଦାବି କରିଥିଲେ। ସେଥିରୁ ୩ ଟି ଦାବି ପ୍ରତ୍ୟେକ ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ସମ୍ପ୍ରଦାୟର ବସବାସ କରୁଥିବା ଗ୍ରାମ ରେ ଶ୍ମଶାନ ପାଇ ଜାଗା ଚିହ୍ନଟ କରି ଦେବା।୧୦ ଟି ବ୍ଲକ୍ ରେ ଗୋଟିଏ ଗୋଟିଏ କମ୍ୟୁନିଟ ସେଣ୍ଟର ନିର୍ମାଣ କରିବା । ପୁରାତନ ଗୀର୍ଜା ଗୃହ ନିର୍ମାଣ ନିମନ୍ତେ ଆର୍ଥିକ ଅନୁଦାନ ଯୋଗାଇ ଦେବା, ପ୍ରତିଶୃତି ପୂର୍ଣ୍ଣ କରିବେ ବୋଲି କହିଛନ୍ତି।ଆଜି ତାଙ୍କୁ ଭେଟି ଗୁହାରି କରିବାକୁ ସର୍କିଟ ହାଉସ ରେ ଦିନ ତମାମ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରାୟ ୧୬୦ରୁ ଉର୍ଦ୍ଧ ଅଭିଯୋଗ ର ସମାଧାନ କରିଥିବା ସୂଚନା ମିଳିଛି। ଭିଡ ଯେମିତି ପରିଲକ୍ଷିତ ହୋଇଥିଲା ରାଜ୍ୟ ବିଜେଡ଼ି ସଂଘଠନ ସମ୍ଭାଳୁ ଥିବା ପ୍ରଣବ ପ୍ରକାଶ ଦାସ ଭିଡ ପାଇଁ ନାକେ ଦମ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ , ଅନୁସୂଚତ ଜାତି ଓ ଜନ ଜାତି ବିଭାଗ ସଚିବ ରୂପା ରୋସନ ସାହୁ, କ୍ରୀଡ଼ା ସଚିବ ଆର୍ ବିନିଲ କ୍ରିଷ୍ଣା, ନବରଙ୍ଗପୁର ଜିଲ୍ଲା ପାଳ ଡ୍ କମଳ ଲୋଚନ ମିଶ୍ର ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବ୍ରହ୍ମପୁର ଆଇଟିଆଇ ସମ୍ମୁଖରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଭଙ୍ଗାରୁଜା – ତୁରନ୍ତ ମରାମତି ଦାବି

Sunil Chandra Nayak

କଳାହାଣ୍ଡି ଲେଖିକା ସଂଘ ର ଶ୍ରାବଣୀ କାବ୍ୟୋତ୍ସବ

Sunil Chandra Nayak

ଗୁଡହାଣ୍ଡି ଉନ୍ନୟନ ସମିତିର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!