ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 ରାୟଗଡ ତା ୧୮/୦୩- ରାୟଗଡ ଜିଲ୍ଲାସ୍ଥରୀୟ ଓଡିଶା ଦିବସ ପାଳନ ନିମନ୍ତେ ଆଜି ଅପରାହ୍ନ ୪.୩୦ମିନିଟ ସମୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାୟଗଡ, ବସନ୍ତ କୁମାର ପ୍ରଧାନଙ୍କ ସଂଯୋଜନା ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଭୀମସେନ ଶବର, ରାୟଗଡ ବିଡିଓ ଲାଷ୍ମୀ ନାରାୟଣ ସାବତ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ବିଭାଗ ଡ଼ଃ ଦୟନିଧି ବାଗ,ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାୟ ଓ ଓଡ଼ିଶା ପାଳନ କମିଟିର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ଦିବସ ପାଳନ ପୂର୍ବରୁ ବକ୍ତୃତା , କଣ୍ଠ ସଙ୍ଗୀତ, ଚିତ୍ରଙ୍କନ, ପ୍ରବନ୍ଧ ଲିଖନ ଭଳି ବିଭିନ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ଆୟୋଜିତ ହେବ ।ଏହା ବ୍ୟତିତ ଝୋଟି, ଓଡ଼ିଆ ଥାଳିରେ ଓଡ଼ିଆ ଖାଦ୍ୟ,ଛୋଟ ଶିଶୁ ମାନଙ୍କ ମଧ୍ୟରେ କୌତୁକ ପୋଷାକ ପ୍ରତିଯୋଗିତାରେ ଆୟୋଜନ କରିବା ନିମନ୍ତେ ସ୍ଥିର କାରାଯାଇଛି l ଅପ୍ରେଲ ପହିଲା ଓଡ଼ିଶା ଦିବସ ଦିନ ସକାଳ ୭.୩୦ ସମୟରେ ସ୍ଥାନୀୟ ଗଜପତି ଛକରେ ଅବସ୍ଥାପିତ ମହାରାଜା ଗଜପତିଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ ପରେ ସେଠାରୁ ସଂସ୍କୃତି ଦଳ ସହିତ ଶୋଭାଯାତ୍ରା ଆରମ୍ଭ ହୋଇ କପିଳାସ ଛକ, ଅଭର ବ୍ରିଜଦେଇ ଷ୍ଟେଟବ୍ୟାଙ୍କ ଛକରୁ ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନରେ ସମବେତ ଓ ସେଠାରେ ଅବସ୍ଥାପିତ ବରପୁତ୍ର ମାନଙ୍କୁ ମାଲ୍ୟାର୍ପଣ କରାଯିବ l ଅପରାହ୍ନରେ ଜିଲ୍ଲାର ଲେଖକ ମାନଙ୍କ ଦ୍ୱାରା କବିତା ଆବୃତ କରାଯିବl ନିମନ୍ତେ ସ୍ଥିର କରାଯାଇଛିl ସନ୍ଧ୍ୟା ୬.୩୦ଘମି ସମୟରେ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ସାଧାରଣ ସଭା, ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଏବଂ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ରଙ୍ଗା ରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ l   

       ଆଜିର ଏହି ବୈଠକରେ ପୈର ନିର୍ବାହୀ ଅଧିକାରୀ ବିଲଲ ଅହ୍ମଦ, ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ନାୟକ, ସୁନୀଲ କର,ବରିଷ୍ଠ ନାଗରିକ ସଂଘ ସଭାପତି ଵିନୋଦ ଚନ୍ଦ୍ର ପଣ୍ଡା, ଶିକ୍ଷା ବିତ ଡ଼ଃ ଦୁଷ୍ମନ୍ତ ମହାନ୍ତି, ସତ୍ୟବାଦୀ ପତି, ଓକିଲ ସଂଘର ସମ୍ପାଦକ ମଙ୍ଗଳ ମୂର୍ତ୍ତି ବେଉରୀଆ, ପ୍ରେମ ପାହାଡ ୱlକର୍ସ କ୍ଲବର ସାଧାରଣ ସମ୍ପାଦକ ଜଳନ୍ଧର ପୁସିକା,ସୁନୀଲ ଚନ୍ଦ୍ର ପଣ୍ଡା, ଶଙ୍କର୍ଷଣ ମଙ୍ଗରାଜ,ସହକାରୀ ଟାଉନ ଥାନା ଅଧିକାରୀ,ରାୟଗଡ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶନ କୁମାର ଗଂତାୟତ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷl ଡ଼ଃ ଅର୍ଚ୍ଚନା ପଟ୍ଟନାୟକ,ଶିଳ୍ପ ବିକାଶ ଅଧିକାରୀ ସବ୍ୟସାଚୀ ସାହୁ,ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଆଲେନୁର, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଧ୍ରୁବ ଚରଣ ନାୟକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଯଜ୍ଞସେନି ବେହେରା,ଜିଲ୍ଲା ନିୟୋଜନ ଅଧିକାରୀ ତତ୍ତ୍ୱମୋସି ମହାପାତ୍ର, ଅତିରିକ୍ତ ପିଡ଼ି ଅଜାତଶତ୍ରୁ ଦlଶ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶିକ୍ଷକ ନୀଳାଚଳ ମିଶ୍ର, ଗଣମାଧ୍ୟମ ପ୍ରତିନିଧି ସୁରେଶ ଚନ୍ଦ୍ର ଦାଶ, ରଘୁନାଥ ପଟ୍ଟନାୟକ, ଭାଗ୍ୟଶ୍ରୀ ମିଶ୍ର ସମେତ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ମାନେ ଓ ଯୋଗଦାନ କରି ଆଲୋଚନାରେ ସ୍ୱକ୍ରିୟ ଅଂଶଗ୍ରହଣ କରିଥିଲେ lଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ବୈଠକ ଆୟୋଜନରେ ସହାୟତା କରିଥିଲେ l

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ରାଇଘର ଠାରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ 

Sunil Chandra Nayak

ଗଜ ଲକ୍ଷ୍ମୀ ପୂଜା କଲେ ଜିଲ୍ଲା କିନ୍ନର ସଂଘ 

Sunil Chandra Nayak

ଆଦିବାସୀ ଙ୍କ ନିର୍ବାଚନ ବିଚାର ବିମର୍ସ ସଭା ଅନୁଷ୍ଠିତ

masiha

Leave a Comment

error: Content is protected !!