ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

5 ଟି ସଚିବଙ୍କ ଚନ୍ଦାହାଣ୍ଡି ଗସ୍ତ

ଚନ୍ଦାହାଣ୍ଡି-18/3(ମ ନି ସ )ନବରଙ୍ଗପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ 5 ଟି ସଚିବ ଭି କେ ପାଣ୍ଡିଆନ ଦୁଇଦିନ ଗସ୍ତରେ ଆସିଥିବା ବେଳେ ଆଜି ଅପରାହ୍ନରେ ଚନ୍ଦାହାଣ୍ଡି ମାଲଗାଁ ହାଟପଦା ଠାରେ ପହଂଚିଥିଲେ l ଅଂଚଳର ବାରେହି ନଦୀରେ ଜଳସେଚନ ପ୍ରକଳ୍ପ ଏବଂ ତେଲନଦୀରେ ବ୍ୟାରେଜ ନିର୍ମାଣ ସମୀକ୍ଷା ନେଇ 5 ଟି ସଚିବ ଶ୍ରୀପାଣ୍ଡିଆନଙ୍କ ଗସ୍ତ ଅଂଚଳରେ ଖୁସିର ଲହରୀ ଖେଳିଯିବା ସହ ବହୁ ସଂଖ୍ୟାରେ ଜନ ସମାଗମ ହୋଇଥିବା ବେଳେ ଅଦିନିଆ ବର୍ଷା ଯୋଗୁଁ ଲୋକଙ୍କ ଉତ୍ସlହରେ ବାଧକ ସୃଷ୍ଟି ହୋଇଥିଲେ ମଧ୍ୟ ଲୋକଙ୍କ 35 ଗୋଟି ଅଭିଯୋଗ ଯଥା ଚାଷୀ, ଜନସାଧାରଣ ଏବଂ ବିଭିନ୍ନ ଗୋଷ୍ଠୀ ,ବିଭିନ୍ନ ଶିବ ଓ ଜଗନ୍ନାଥ ମନ୍ଦିର କମିଟି ଦ୍ୱାରା ମନ୍ଦିର ଏବଂ ଭବନ ନିର୍ମାଣ , କଲେଜ ଉନ୍ନୟନ ପାଇଁ କଲେଜ କମିଟି,ମସଜିଦ ଉନୟନ ପାଇଁ ମୋହରା ଓ ବେହେରାମୁଣ୍ଡା ମସଜିଦ କମିଟି, କଳାକାର ସଙ୍ଘ,ଯାଦବ ସମାଜ,ବ୍ରାହ୍ମଣ ସମାଜ,ପଣ୍ଡରl ମାଳି ସମାଜ,ପାନାବେଡା ଗଣ୍ଡା ସମାଜ,ଦଣ୍ଡସେନା କଲାର ସମାଜ, କୌଶଲ୍ୟା ସମାଜ, ଝରିଆ ସାହୁ ସମାଜ, କେଉଁଟ ସମାଜ, ଧ୍ରୁବ ଗଣ୍ଡ ସମାଜ,ପାଇକ ସମାଜ ଭୁଞ୍ଜିଆ ସମାଜ, ବଞ୍ଜରା ସମାଜ ନିଜର ସାମାଜିକ ଭବନ ପାଇଁ ଓ ଜୟଗୁରୁ କମିଟି, ଅବସର କର୍ମଚାରୀ ସଙ୍ଘ,ଭଏଁରl ଘୁମର ଜଳପ୍ରପାତ ଉନୟନ ପାଇଁ, ଓମ ଶାନ୍ତି ଟ୍ରଷ୍ଟ କମିଟି,ସ୍ୱାଧୀନ ସଂଗ୍ରାମୀ ସୋନୁ ମାଝୀ ସେବାସଙ୍ଘ ଦ୍ୱାରା ଭବନ ଅନ୍ୟ ଉନ୍ନୟନ କାର୍ଯ୍ୟ, ଅଂଚଳର ଦେବୀ ପାଟରାଣୀ ପlଟେନ ପିଠ,ଫଟକି କୋଶଳେଶ୍ୱରୀ ପିଠ,ମା ପାନାବେଡେନ ପିଠ,ଚନ୍ଦାହାଣ୍ଡି ମା ପେଣ୍ଡ୍ରାଣୀ ମନ୍ଦିର ର ନିର୍ମାଣ ତଥା ଅଂଚଳର ଉନ୍ନତି ପାଇଁ ଏବଂ ବିଭିନ୍ନ ସମସ୍ୟାର ସମାଧାନ ନେଇ 5 ଟି ସଚିବ ପାଣ୍ଡିଆନଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ l ଏହି ଗସ୍ତ ଅବସରରେ ଜିଲ୍ଲାପାଳ କମଲ ଲୋଚନ ମିଶ୍ର, ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ଅନ୍ୟା ଦାଶଙ୍କ ସମେତ ସମସ୍ତ ଜିଲ୍ଲା ଅଧିକାରୀ ଏବଂ ଚନ୍ଦାହାଣ୍ଡି ବିଡ଼ିଓ ଧର୍ମରାଜ ମାଝୀ,ତହସିଲଦାର ସ୍ନିଗ୍ଧରାଣୀ ପଲେଇଙ୍କ ସମେତ ବ୍ଲକ କର୍ମଚାରୀ, ଏବଂ ବହୁ ସଂଖ୍ୟାରେ ଅଂଚଳର ଜନସାଧାରଣ ଉପସ୍ଥିତ ରହିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

masiha

ଏକ ଭାରତ ଶ୍ରେଷ୍ଠ ଭାରତ କ୍ୟାମ୍ପ-୧ ରେ ଜୁନିଅର ରକ୍ଷକ ଟ୍ରେନିଙ୍ଗ

Sunil Chandra Nayak

ବର୍ଷ।ରେ ଭାଙ୍ଗିଲା ପେଟ ଭୁଲିଆ ସାଇଡ ଗାଡ଼ୟାଲ ବ୍ରିଜ

Sunil Chandra Nayak

Leave a Comment

error: Content is protected !!