ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ମହିଳା ସମାବେଶ

କଟକ -:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ସ୍ଥାନୀୟ ନିମପୁର ଖେଳ ପଡ଼ିଆରେ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଉପଲକ୍ଷେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସାଢେ ଚାରି କୋଟି ଓଡିଶାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ବିଜୁ ପଟ୍ଟନାୟକଙ୍କ ଭଳି ତାଙ୍କର ସୁପୁତ୍ର, ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶକୁ ସବୁ କ୍ଷେତ୍ରରେ ଆଗେଇ ନେଉଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଓଡିଶାର ମହିଳାମାନଙ୍କ ପାଇଁ ମିଶନ ଶକ୍ତି ଜରିଆରେ ଏସ୍‌.ଏଚ୍‌.ଜି ଗଠନ କରି ମହିଳା ମାନଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରିବା ଦିଗରେ ପ୍ରାୟ ସୁବ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମା’ମାନଙ୍କୁ ପ୍ରାଧାନ୍ୟ ଦେଇଆସୁଛନ୍ତି । ମହିଳା ସଶକ୍ତିକରଣ ଦିଗରେ ମହିଳା ମାନଙ୍କ ପାଇଁ ୫୦% ସ୍ଥାନ ସରକ୍ଷଣ, ମହିଳା ଆଗେଇଲେ ରାଜ୍ୟ ଆଗେଇବ, ବିଜେଡି ସବୁ ବେଳେ ମା’ମାନଙ୍କ ପାଇଁ କାମ କରିଛି ଓ କରି ଚାଲିବ, ସେମାନେ ସଶକ୍ତ ହୁଅନ୍ତୁ ଓ ଦକ୍ଷ ହୁଅନ୍ତୁ ବୋଲି ପୂର୍ବତନ ବିଧାୟକ ଡକ୍ଟର ବିଶ୍ୱାଳ କହିଥିଲେ । ଚୌଦ୍ୱାର – କଟକ ମହିଳା ବିଜେଡି ସଭାନେତ୍ରୀ ସୌଭାଗିନୀ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଉଦ୍‌ଘାଟକ ଭାବେ ଜିଲ୍ଲା ସଭାପତି ତଥା ବରାବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗାର ବିଧାୟକ ପ୍ରତାପ ଜେନା, ସମ୍ମାନିତ ଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ମୁଖ୍ୟବକ୍ତା ଭାବେ ସିଏମସି ମେୟର ସୁବାଷ ଚନ୍ଦ୍ର ସିଂହ, ବିଶିଷ୍ଟ ଅତିଥି ଭାବରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସମ୍ମାନିତ ଅତିଥି ଭାବେ ଡେପୁଟୀ ମେୟର ଦମୟନ୍ତୀ ମାଝୀ, ଜିଲ୍ଲା ମହିଳା ସଭାନେତ୍ରୀ ଅନିତା ବେହେରା, କଟକ ସିଟି ପର୍ଯ୍ୟବେକ୍ଷକ ସାଇଶ୍ରୀ ପଟ୍ଟନାୟକ, ଚୌଦ୍ୱାର ପୈାରପାଳିକାର ନଗରପାଳ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ନଗର ମହିଳା ସଭାନେତ୍ରୀ ପୂର୍ଣ୍ଣିମା ସିଂ, ପୂର୍ବତନ ମେୟର ମିନାକ୍ଷୀ ବେହେରା, ସିଏମସି ମହିଳା କର୍ପୋରେଟର ବୃନ୍ଦ, ଚୌଦ୍ୱାର ପୈାରପାଳିକାର ମହିଳା କାଉନସିଲର ବୃନ୍ଦ, ଟାଙ୍ଗୀ-ଚୌଦ୍ୱାର ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ, ଜିଲ୍ଲା ପରିଷଦ ସଦସ୍ୟା -ଜୋତ୍ସ୍ନରାଣୀ ସୁବୁଦ୍ଧିରାୟ, ପାଞ୍ଚାୟତରେ ଥିବା ମହିଳା ସରପଞ୍ଚ, ସମିତିସଭ୍ୟା, କଟକ ଜିଲ୍ଲା ମହିଳା କମିଟିର କର୍ମକର୍ତ୍ତା ବୃନ୍ଦ, ନଗର ମହିଳା କମିଟିର କର୍ମକର୍ତ୍ତା, ସମସ୍ତ ୱାର୍ଡ ଓ ପଞ୍ଚାୟତର ମହିଳା ସଭାନେତ୍ରୀ, ସମ୍ପାଦିକା ବୃନ୍ଦ, ମହିଳା ଛାତ୍ର କମିଟିର କର୍ମକର୍ତ୍ତା ଓ ମହିଳା କର୍ମୀ ଯୋଗ ଦେଇଥିଲେ । ଚୌଦ୍ୱାର ନଗର ମହିଳା ସଭାନେତ୍ରୀ କବିତାରାଣୀ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

କଟକ ରୁ ସୁକାନ୍ତ ମହପତ୍ରଙ୍କ ରିପୋର୍ଟ

Related posts

ବୌଦ୍ଧ ଜିଲ୍ଲା ନଗର ମଣ୍ଡଳ ତରଫରୁ ବିଜେଡି ଶାସନରେ ରାଜନେତାଙ୍କ ଅପରାଧର ଚରା ଭୁଇଁ ପାଲଟିଛି ଓଡିଶା ବିରୋଧର ସତ୍ୟାଗ୍ରହ

Sunil Chandra Nayak

ପାଟଭାଲେରଠାରେ ବିଜେଡିର ପଞ୍ଚାୟତସ୍ତରୀୟ ବୈଠକ ଅନୁଷ୍ଠିତ 

masiha

କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ଯୁବ କଂଗ୍ରେସ ତରଫରୁ ଦାବୀ ପତ୍ର

masiha

Leave a Comment

error: Content is protected !!