ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଜୀବନଟା ଏକ ଖସଡ଼ା ପଥ

।। ଜୀବନଟା ଏକ

                ଖସଡ଼ା ପଥ ।।

ଜୀବନର ପଥ ସହଜ ନୁହଇଁ
କେତେ ଅଙ୍କା ବଙ୍କା ଅଛି,
ପ୍ରତି ମୁହୂର୍ତ୍ତଟି ବିପଦ ସଙ୍କୁଳ
ଖସଡ଼ା ପଥ ଲମ୍ବିଛି।।
ତଥାପି ମଣିଷ ସଂଗ୍ରାମ କରଇ
ଲଙ୍ଘିଯେ ଦୂର୍ଗମ ପଥ ,
ଅସୀମ ସାହାସ ଭରିଛି ପ୍ରାଣରେ
ବାହି ପ୍ରତିକୂଳ କାତ।।
ସୃଷ୍ଟିର ଶ୍ରେଷ୍ଠ ଅଭିନେତା ସିଏ
ଜୀବନ ନାଟକଟିରେ,
ପଛକୁ ଦେଖେନା ଆଗ ଦେଖୁଥାଏ
ଦର୍ଶକକୁ ସମ୍ମୁଖରେ।।
ଝଡ଼ ଝଞ୍ଜା ସବୁ ତୁଚ୍ଛ ମଣିଥାଏ
ସଂଗ୍ରାମୀ ମଣିଷ ପରି,
ପଡ଼ି ଉଠି ସିଏ ଚାଲିପାରେ ରାସ୍ତା
 ଧୈର୍ଯ୍ୟର ଯଷ୍ଟିକୁ ଧରି।।
ନିମିଷକେ ସବୁ ଦୂର କରିପାରେ
ଦୁସ୍ତର ଯେତେକ ପଥ,
ଧନ୍ୟ ତାହାର ଅସୀମ ଶକତି
କରୁଛିମୁଁ ପ୍ରଣିପାତ।।

     ।। ଚିତ୍ରା ରାଣୀ ପାତ୍ର।।

                ।।ବାଲେଶ୍ଵର।।

Related posts

ଭାଗବତ ପ୍ରସାଦ ଙ୍କ କବିତା = ସାମ୍ବାଦିକତା = ସମ୍ବିଧାନ ର ଗୌରବ ଗାଥା

Sunil Chandra Nayak

ପ୍ରତାପ କେଶରୀ ସାହୁ ଙ୍କ କବିତା // ଆସୁଛି ମକର ମେଳା

Sunil Chandra Nayak

ନନ୍ଦିନୀ ରାଉତ ଙ୍କ କବିତା = ମୋ ନିକିମାମାର ଜନ୍ମଦିନ ପାଇଁ

Sunil Chandra Nayak

Leave a Comment

error: Content is protected !!