ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଝୀ/ନାୟକେ/ମୁଣ୍ଡା/ଦେହୁରୀଙ୍କୁ ନେଇ ଆଇନ୍ ସଚେତନତା ଶିବିର

 ମୟୂରଭଞ୍ଜ ୧୯/୩: (ମସିହା) ମୟୂରଭଞ୍ଜ ଜିଲ୍ଲା, ଯାମଦା ବ୍ଲକ ସଭାଗୃହ ଠାରେ ଆଦିବାସୀ ସମାଜର ମୂଖ୍ୟ ମାଝୀ/ନାୟକେ/ମୁଣ୍ଡା/ଦେହୁରୀଙ୍କୁ ନେଇ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରକୁ ଯାମଦା ବ୍ଲକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ ଦୀପଜାଳି ଶୁଭାରମ୍ଭ କରିଥିଲେ ଓ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କାରାନ୍ ମାର୍ଣ୍ଡି ଶିବିରକୁ ସଂଚାଳନ କରିଥିଲେ । ଏଥିରେ ବିଡିଓ ଦେବାଶିଷ ପଣ୍ଡା, ରିଟେନର ପ୍ରିୟତ୍ତମ ନନ୍ଦ ଓ ଅକ୍ଷୟ ସୋରେନଙ୍କୁ ସଚେତନତା କାର୍ଯ୍ୟରେ ନିୟୋଜୀତ କରିଥିବା ସ୍ଥଳେ ସେଚ୍ଛାସେବୀ ଭାବରେ ପୂର୍ବତନ ରିଟେନର ବିର୍ଷା କଣ୍ଡାଂକେଲ, ଆସେକା ସଭାପତି ତଥା କୁସୁମି ବ୍ଲକ ସିଆରସିସି ମନୋରଞ୍ଜନ ମୁର୍ମୁ, ସମ୍ପାଦକ ତଥା ଓକିଲ ଜୀତେନ୍ଦ୍ରନାଥ ହାଁସଦାଃ, ଆସେକା ସୋସିଆଲ ବୋର୍ଡ ଚେୟାରମେନ୍ ସୂର୍ଯ୍ୟ ହେମ୍ବ୍ରମ ଯଥାକ୍ରମେ ଜଙ୍ଗଲ ଜମି ଅଧିକାର ଆଇନ୍, ଭୂସମ୍ପଦ ଆଇନ୍, ଏସ୍ଟିଏସ୍ସି ନିର୍ଯ୍ୟାତନା ନିବାରଣ ଅଧିନିୟମ, ଶିକ୍ଷା ଅଧିକାର ଆଇନ୍, ମୌଳିକ ଅଧିକାର ଧାରା ଓ ପେସା ଆଇନ୍ ସମ୍ବନ୍ଧରେ ସଚେତନତା କରିଥିଲେ । ଶିବିରକୁ ବରିଷ୍ଠ ସମାଜସେବୀ ଦୁଲାରାମ ଟୁଡୁ, ବଡସିହା ମାଝୀ ବିଶ୍ବନାଥ ମୁର୍ମୁ, ଚୈତନ୍ୟ ହାଁସଦାଃ, ମାନସିଂ ମାର୍ଣ୍ଡି, ରାମେଶ୍ବର ମୁର୍ମୁ ଏବଂ ପାରା ଆଇନ୍ ସ୍ବେଚ୍ଛାସେବୀ ଦୁଖୁରାମ ମୁର୍ମୁ ଶିବିରକୁ ସଫଳ କରିବାରେ ସହାୟତା କରିଥିଲେ । ଶେଷରେ ବିଜାତଳା ବ୍ଲକ୍ ଆସେକା ସଭାପତି ଲକ୍ଷ୍ମଣ କିସ୍କୁ ଆଦିବାସୀ ମୂଖ୍ୟମାନେ ନିଜକୁ ଗଣତାନ୍ତ୍ରୀକ ବ୍ୟବସ୍ଥାରେ ସାମିଲ କରି ସମାଜକୁ ଗଢି ତୋଳିବା ପାଇଁ ଆହ୍ବାନ କରିଥିଲେ । ଯାମଦା ଥାନା ଅଧିକାରୀ ଶିବିର ସୁରକ୍ଷା କରିବାରେ ସହାୟତା କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସାମାଜିକ ଅନୁଷ୍ଠାନ ପ୍ରତିଭା ବିକାଶ ପ୍ରତିଷ୍ଠାନ କଟକ ସଦର ପକ୍ଷରୁ ଶୋକ

masiha

ବରାଜିଆଣୀ ଗାଁ ରାସ୍ତା କାଦୁଅ ପଚ ପଚ

Sunil Chandra Nayak

ନିଖିଳ ଉତ୍କଳ ନିର୍ବାହୀ ଅଧିକାରୀ ବିଡ଼ିଓ ଙ୍କ ଜରିଆରେ ଚାରି ଦଫା ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!