ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ରେ ପୁଣି ବାଘ ଆତଙ୍କ, ଶୌଚ ପାଇଁ ଯାଇଥିବା ବୃଦ୍ଧା ଙ୍କୁ ମାରୀ ଖାଇଲା ବାଘ

ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ସୋସେଙ୍ଗ ପଞ୍ଚାୟତ ଜଳମଡେଇ ଗାଁରେ ଘଟିଛି ଏକ ଅଭାନୀୟ ଘଟଣା। ୮୦ ବର୍ଷୀୟ ବୃଦ୍ଧା ଙ୍କୁ ମାରୀ ଖାଇଲା ବାଘ। ବୃଦ୍ଧା ଜଣକ ଜଳମଡେଇ ଗାଁର ସନମତି ବାରିକ ବୟସ ୮୦ ବର୍ଷ ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟା ୬ ଟା ସମୟରେ ଘର ପଛପଟେ ଶୌଚ ପାଇଁ ଯାଇଥିବା ସମୟରେ ହଠାତ୍ ଏକ ମହାବଳ ବାଘ ଆସି ବୃଦ୍ଧା ଙ୍କୁ ଟାଣି ନେଇ ଅଧା ଶରୀର କୁ ଖାଇ ଦେଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି। ଘଟଣା ସ୍ଥଳରେ କୋମନା ପୋଲିସ୍ ଓ ଫରେଷ୍ଟ କର୍ମଚାରୀ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମେଡ଼ିକାଲ କର୍ମଚାରୀଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

ରାଇରଙ୍ଗପୁର ବ୍ଳକ ପରିସରରେ ବୟସ୍କ ଓ ଦିଵ୍ଯାଙ୍ଗଙ୍କ ପାଇଁ ବ୍ଳକ ପ୍ରଶାସନ ଏବଂ ଆଲମିକୋ ତରଫରୁ ସହାୟକ ଉପକରଣ ଵଣ୍ଟନ ଶିବିର

Sunil Chandra Nayak

ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!