ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ନବରଙ୍ଗପୁର, ୨୦/୦୩( ମସିହା ) ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ରଙ୍ଗମାଟିଗୁଡା U.G.M.E., ବିଦ୍ୟାଳୟ, ନବରଙ୍ଗପୁର ଆଈନଜୀବି, ପାରା ଲିଗାଲ ସଦସ୍ୟ ଏବଂ ରଙ୍ଗମାଟିଗୁଡା ଗ୍ରାମବାସୀଙ୍କୁ ନେଇ SC & ST Prevention of Atrocities Act ଏବଂ ସ୍ଥାଇ ଲୋକ ଅଦାଲତ ଓ ସାର୍ବଜନୀକ ଉପୋଯୋଗୀତା ସେବା ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠୀତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି ଶିବିରରେ ଶ୍ରୀଯୁକ୍ତ ଜନକ ରାଉତ ସ୍ଥାଇ ଲୋକ ଅଦାଲତ ଓ ସାର୍ବଜନୀକ ଉପୋଯୋଗୀତା ସେବା ବିଷୟରେ ସଚେତନ କରିଥିଲେ । ନନ୍ଦାହାଣ୍ଡି ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ କ୍ଷୀରୋଦ ଚନ୍ଦ୍ର ସାହୁ, ଆଇନଜୀବୀ ରାଜ କିଶୋର ନାଗ,ଆଇନଜୀବୀ କିଶୋରୀ ପଟ୍ଟନାୟକ ଓ ଜିଲ୍ଲା ପରିଷଦ ନନ୍ଦାହାଣ୍ଡି ବ୍ଲକ ଶ୍ରୀ ଦିବ୍ୟଦନ ସୁନା ଭାଗନେଇ ବିଭିନ୍ନ ଆଈନ ବିଷୟରେ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟଳୟ ସମ୍ମୁଖରେ ଗ୍ରାମ୍ୟ କୃଷି କର୍ମଚାରୀ ଧାରଣା

masiha

ଆସନ୍ତା କାଲି ଅନୁଷ୍ଠିତ ହେବ ସିବିଏସ୍ଇ ଦ୍ବାଦଶ ବୋର୍ଡ୍ ପରୀକ୍ଷା

Sunil Chandra Nayak

ରାଇରଙ୍ଗପୁରରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ

Leave a Comment

error: Content is protected !!