ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ପାରୁଲ ପଟୱାରୀ

ଜଗତସିଂହପୁର :- ସରକାରଙ୍କ ଦ୍ୱାରା ଦିଆଯାଉଥିବା ଖାଦ୍ୟସାମଗ୍ରୀ ଗୁଡିକୁ ସଠିକ ଭାବରେ ଆବଣ୍ଟନ ହେଉଛି କି ନାହିଁ, ହିତାଧିକାରୀ ମାନେ ଠିକ ଭାବେ ପାଉଛନ୍ତି କି ନାହିଁ ତାର ତଦାରଖ କରିବାକୁ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ନିଜ ସହିତ କେତେଜଣ ଅଧିକାରୀଙ୍କୁ ନେଇ ଜିଲ୍ଲାର ସାନ୍ଦିଗ୍ଧ ସ୍ଥାନ ଗୁଡିକ ପରିଦର୍ଶନ କରିଛନ୍ତି ! ତିର୍ତ୍ତୋଲର ସଂକେତ ପାଟଣା, ଜଗତସିଂହପୁର ର ସାଂପୁର ଏବଂ ଜଗତସିଂହପୁର ମୁନିସିପାଲଟି ର 18 ନମ୍ବର ୱାର୍ଡ ଆଦି ସ୍ଥାନରେ ପରିଦର୍ଶନ ଜାରି ରହି ଥିବାର ଶୁଣିବାକୁ ମିଳିଥିଲା ! ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ଅଜାଦୀ କୀ ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ସରକାରଙ୍କ ନିୟମ ଅନୁସାରେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ଗୁଡିକୁ ପରିଦର୍ଶନ କରିବାର ନିର୍ଦ୍ଧେଶ ରହିଥିବାର ଜଣାଯାଇଥିଲା ! ଅଧିକାରୀ ମାନେ ବିଭିନ୍ନ କେନ୍ଦ୍ରରେ ହିତାଧିକାରୀଙ୍କୁ ସୁଷମ ଆବଣ୍ଟନ ବିଷୟରେ ପଚାରି ବୁଝି ଥିଲେ ! ଏହି ଟିମରେ ଜିଲ୍ଲା ଯୋଗାଣଅଧିକାରିଣୀ ସୁଜାତା ମିଶ୍ର,ସରକାରୀ ଯୋଗାଣ ଅଧିକାରିଣୀ ମଧୁସ୍ମିତା ମହାପାତ୍ର ଏବଂ ଯୋଗାଣ ନିରୀକ୍ଷକ ମାନେ ଉପସ୍ଥିତ ଥିବାର ଦେଖାଯାଇଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦ ମସୀହା ନ୍ୟୁଜ ଓଡିଶା !

Related posts

ଆମେରିକାରେ ଏମବିଏ ପଢିବେ ଶ୍ବାସତ ବିଶି

Sunil Chandra Nayak

ଉତ୍ତେଇ ଭେଲି ଉତ୍ପାଦକ କମ୍ପାନୀ ଲିମିଟେଡ଼ର ଏକ ବୈଠକ

masiha

ମର୍ମନ୍ତୁଦ ସଡକ ଦୁର୍ଘଟଣା ,  ୨ ମୃତ ୨ ଆହତ

masiha

Leave a Comment

error: Content is protected !!