ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

୫ ଟି ସଚିବ ଙ୍କ ନବରଙ୍ଗପୁର ଗସ୍ତକୁ ନେଇ ଡାବୁଗାଁ ବ୍ଲକ କଂଗ୍ରେସ ର ଖବରଦାତା ସମ୍ମିଳନୀ

ଡାବୁଗାଁ, ୨୦/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ପଥପ୍ରାନ୍ତ ଠାରେ ୫ ଟି ସଚିବ ଭି. କେ ପଣ୍ଡିଆନ ଙ୍କ ନବରଙ୍ଗପୁର ଗସ୍ତକୁ ନେଇ ଡାବୁଗାଁ ବ୍ଲକ କଂଗ୍ରେସ ର ଏକ ଖବରଦାତା ସମ୍ମିଳନୀ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ କଂଗ୍ରେସ ତରଫରୁ ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି ଯୋଗ ଦେଇ ୫ ଟି ସଚିବଙ୍କ ଗସ୍ତକୁ ନେଇ ସମାଲୋଚନା କରିଥିଲେ | ଏଥିରେ ଅଭିଯୋଗ କରିହତିଳେ ଯେ ୫ ଟି ସଚିବ ନବରଙ୍ଗପୁର ଜିଲା ର ଉନ୍ନତି ପାଇଁ କୌଣସି ପଦକ୍ଷେପ ନେଇନାହାଁନ୍ତି | ଯଥା:- ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ବେକାରି ସମସ୍ୟା ଉପରେ କୌଣସି ଆଲୋକପାତ କରିନାହାଁନ୍ତି | ନବରଙ୍ଗପୁର ଜିଲା ର ସବୁଠାରୁ ପୁରାତନ ଶୈବପୀଠ ଡାବୁଗାଁ ବ୍ଲକର କେଲିଆ ଶୈବପୀଠ ଓ ପାପଡାହାଣ୍ଡି ବ୍ଲକର ଶିବ ମନ୍ଦିର ଓ ପାପଡାହାଣ୍ଡି ଠାରେ ଥିବା ସହିଦ ମିନାରକୁ ଗସ୍ତ କରିନାହାଁନ୍ତି କି ତାହାର ଉନ୍ନତି ପାଇଁ କୌଣସି ଆଲୋଚନା କରିନାହାଁନ୍ତି | ନବରଙ୍ଗପୁର ଜିଲା ହେଉଛି ଏକ କୃଷି ବହୁଳ ଜିଲା ଏଠାରେ ପ୍ରଚୁର ପରିମାଣର ମକା ଚାଷ କରାଯାଇଥାଏ | ୨୦୧୭-୧୮ ମସିହାରେ ମୁଖ୍ୟମନ୍ତ୍ରୀ ପାପଡାହାଣ୍ଡି ବ୍ଲକ ର ସେମଳା ଠାରେ ମକା ଫ୍ୟାକଟ୍ରି ପାଇଁ ଶୁଭ ଦେଇଥଲେ କିନ୍ତୁ ଦୁଃଖର ବିଷୟ ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ | ୫ ଟି ସଚିବ ଜିଲା ର ବିଭିନ୍ନ ସ୍ଥାନରେ ବୁଲିଲେ କିନ୍ତୁ ଆମେ ଯାହା ଅନୁମାନ କଲୁଆ କି ସେ ଜିଲା ର ବିକାଶ ପାଇଁ ଆସିନାହାଁନ୍ତି ବିଜେଡିର ବିକାଶ ପାଇଁ ଆସିଛନ୍ତି ବୋଲି କହିଥିଲେ | ପରେ ପାପଡାହାଣ୍ଡି ଜୋନ-୨ ଜିଲାପରିଷଦ ସଭ୍ୟା ଡା. ଲିପିକା ମାଝି ଅଭିଯୋଗ କରି କହିଥିଲେ ଯେ ଜିଲାରେ ଚାଷୀଙ୍କର ଚାଷ ପାଇଁ ପାଣି ସମସ୍ୟା, ଜିଲା ଭିତ୍ତିକ ନିଯୁକ୍ତି ଦେବା, ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର, ଭିଭିନ୍ନ ଅପରେଟର ପଦବୀ ଖାଲି ପଡିଛି ଯାହା ଫଳରେ ଜନସାଧାରଣଙ୍କ ଅସୁବିଧାକୁ ୫ ଟି ସଚିବ ଙ୍କ ନଜର ନାହିଁ | ଆମେ ଜାଣିପାରୁନୁ କି ୫ ଟି ସଚିବ ହେଉଛନ୍ତି ଜଣେ ପ୍ରଶାସନିକ ସଚିବ ନା ବିଜେଡ଼ିର ସଚିବ ବୋଲି ଅଭିଯୋଗ କରିଛନ୍ତି | ଏହି ସମ୍ମିଳନୀରେ ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ଜୋନ-୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ଜୋନ-୨ ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝି, ଜିଲା ଯୁବ କଂଗ୍ରେସ ସଭାପତି ଦ୍ଵାରିକା ମହାପାତ୍ର, ଆଶୁତୋଷ ଜେନା, ରାମେଶ୍ଵର ପାଣିଗ୍ରାହୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ | ଶେଷରେ ହାଟପଦା ର ବିସ୍ଥାପିତ ଙ୍କ ସହ ଭେଟି ତାଙ୍କର ସମସ୍ୟା ବୁଝିଥିଲେ ଓ ଆସନ୍ତାକଲି ଉପଜିଲାପାଳ ଙ୍କ ସହ ଆଲୋଚନା କରି ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

ନବୀନଙ୍କ ଗୁଡ଼ ଉଇଲରେଥିବା ଧୃବ ଦ୍ଵିତୀୟ ବାର ଵିଧାୟକ ଓ ଅଂଶୁମାନ ଲୋକସଭା ପ୍ରାର୍ଥୀ

masiha

ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ୭୩ ତମ ଜନ୍ମ ଦିନ ପାଳିତ

masiha

Leave a Comment

error: Content is protected !!