ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଳେତେର ଗ୍ରା:ପ ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

ଗୋଲାମୁଣ୍ଡା ତା ୨୦/୦୩ /ମସିହା//, ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଲେତେର ଗ୍ରାମପଞ୍ଚାୟତ ପରିସରରେ ଳେତେର ସରପଞ୍ଚ’ଶ୍ରୀମତି ଦମୟନ୍ତୀ ଭୋଇ ଙ୍କ ନେତୃତ୍ୱରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣି ଶିବିରରେ ଳେତେର ପଂଚାୟତର ଜନସାଧାରଣ ନିଜ ନିଜର ଅଭିଯୋଗ ନେଇ ଆସିଥିଲେ । ଅଭିଯୋଗ ପାଇଁ 602ଜଣ ପଞ୍ଜିକରଣ କରିଥିବା ବେଳେ  କେତେ ଜଣ ଲୋକଙ୍କ ଅଭିଯୋଗର ଶୁଣାଣି ହୋଇଥିଲା ତାହା ପଷ୍ଟ ଜଣା ପଡ଼ିନାହିଁ । ଉକ୍ତ ଜନ ଶୁଣାଣି ଶିବିରରେ ମୁଖ୍ୟ ଅତିଥି ଭାବେ ଗୋଳାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡ,ଗ୍ରାମୀଣ ଆବାସ ବିଭାଗର, ସାମାଜିକ , ଜଳ ଓ ପରିମଳ ବିଭାଗ ରୁ ଜେ ଇ ପଣ୍ଡା , କୃଷି କର୍ମଚାରୀ ଛନ୍ଦା ଚରଣ, ନରେଗା ବିଭାଗର ଖିରାଧୀ ପଟେଲ , କନିଷ୍ଠଯନ୍ତ୍ରୀ ଓ ସମସ୍ତ ଭିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିବାବେଳେ,ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ ବିଭାଗ,ଯୋଗାଣ ବିଭାଗ,ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବିଭାଗର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ପ୍ରକୃତି ପ୍ରେମୀ ପାଳିଲେ ବିଶ୍ଵ ପରିବେଶ ଦିବସ

ହାଣ୍ଡିଶାଳରେ ମହଙ୍ଗା ମାଡ଼ : ରାସନ,ପନିପରିବା,ଇନ୍ଧନ ସବୁ ମହଙ୍ଗା

Sunil Chandra Nayak

ଆଳି ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!