ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନି ନିରାପତ୍ତା ଓ ଗ୍ରୀଷ୍ମ ପ୍ରବାହ ସଚେତନତା କାର୍ଯ୍ୟକ୍ରମ ର ଏକ ମକ୍ ଡ୍ରିଲ୍ ପ୍ରଦର୍ଶନ

ନବରଙ୍ଗପୁର ୨୧.୩.୨୦୨୩ :(ମସିହା) ଆଜି ନବରଙ୍ଗପୁର ଜିଲ୍ଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟ ପରିସରରେ ରାଜ୍ଯ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅଗ୍ନିଶମ ବିଭାଗ ତରଫରୁ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଉପସ୍ଥିତିରେ ଏକ ଅଗ୍ନି ନିରାପତ୍ତା ଓ ଗ୍ରୀଷ୍ମ ପ୍ରବାହ ସଚେତନତା କାର୍ଯ୍ୟକ୍ରମ ର ଏକ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଜରୁରୀକାଳୀନ ପରିସ୍ଥିତି ରେ ଅଗ୍ନିକାଣ୍ଡ ର ମୁକାବିଲା ପାଇଁ ବିଭିନ୍ନ କୌଶଳ ପ୍ରଦର୍ଶନ କରିବା ସହ ନିଜକୁ ଏବଂ ଅନ୍ୟ ମାନଙ୍କୁ କିପରି ନିଆଁ ଦାଉରୁ ସୁରକ୍ଷିତ କରାଯାଇପାରିବ ସେ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ,ଅଗ୍ନିଶମ ଅଧିକାରୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ, ଜିଲ୍ଲା ଜରୁରୀକାଳୀନ ବିଭାଗ ର ପ୍ରୋଗ୍ରାମ ଅଫିସର,ମୁଖ୍ୟ ଚିକିତ୍ସାଳୟ ର ସମସ୍ତ ଅଧିକାରୀ ଙ୍କ ସହ ସମସ୍ତ ସଫେଇ କର୍ମଚାରୀ , ଷ୍ଟାଫ ନର୍ସ,ସୁରକ୍ଷା କର୍ମଚାରୀ, ଜିଲ୍ଲା ଜରୁରୀ କାଳୀନ ବିଭାଗ ର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ସଦର ମହକୁମା ଠାରେ ବକ୍ରା ଇଦ୍ଦ ପାଳିତ 

Sunil Chandra Nayak

ରାୟଗଡ଼ା ଭାରତୀୟ ମଜଦୁର ସଂଘ ଏବଂ ଓଡ଼ିଶା ଠିକା ମଜଦୁର ମହାସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପତ୍ର ପ୍ରଦାନ

masiha

କଳାହାଣ୍ଡି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ୭୩ ଟି ଉଚ୍ଚ ବିଦ୍ୟାଳୟ କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!