ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ ଗୁରୁତର, ଜଣେ ଆହତ

ବାଲିଗୁଡ଼ା:21/03/23(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପ୍ରକାରେ ଆଜି ସକାଳେ ପ୍ରାୟ ୧୧ଟା ସମୟରେ ତୁମୁଡ଼ିବନ୍ଧ ପଟୁ ଜଣେ ମଦ୍ୟପ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ମୋଟରସାଇକେଲ ଯୋଗେ ଦୃତ ଗତିରେ ଆସୁଥିବା ବେଳେ ତୁମୁଡ଼ିବନ୍ଧ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଦୁଇ ବାଇକ୍ ମୁହାଁମୁହିଁ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଲିଗୁଡ଼ା ଥାନା କତେରୀଭଟ୍ଟା ଗ୍ରାମର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ କୈଳାସଚନ୍ଦ୍ର ମଲ୍ଲିକ ଜେକେପୁର,ରାୟଗଡ଼ା ମଡେଲ ଡିଗ୍ରୀ କଲେଜରେ କାର୍ଯ୍ୟରେ ଯୋଗଦେବାକୁ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ଭାରସାମ୍ୟ ହରାଇ ସାମ୍ନା ପଟୁ ଧକ୍କା ଦେଇଥିଲା ମଦ୍ୟପ ମୋଟରସାଇକେଲ ଚାଳକ । ଫଳରେ ମଦ୍ୟପ ମୋଟରସାଇକେଲ ଚାଳକ ଗୁରୁତର ହୋଇଥିବା ବେଳେ ଅନ୍ୟ ମୋଟରସାଇକେଲ ଚାଳକ ପ୍ରଫେସର ଡ଼ଃ କୈଳାସ ଚନ୍ଦ୍ର ମଲ୍ଲିକ ସାମାନ୍ୟ ଆହତ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସେହି ସମୟରେ ବାଲିଗୁଡ଼ାର ଯୁବ ସମାଜସେବୀ ଅମିତ୍ କୁମାର ନାୟକ କୌଣସି କାମରେ ସେହି ରାସ୍ତା ଦେଇ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିବା ଦେଖି ଆମ୍ବୁଲାନ୍ସ ଡକାଇ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କରିଥିବା ବେଳେ ଖବରପାଇ ଅଗ୍ନିଶମ କର୍ମଚାରୀ ଓ ତୁମୁଡ଼ିବନ୍ଧ ଥାନା ପୋଲିସ୍ ଘଟଣାସ୍ଥଳରେ ପହଁଚି ଉଭୟଙ୍କୁ ଉଦ୍ଧାର କରିଥିବା ବେଳେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଧର୍ମଗଡ଼ ବ୍ଲକରେ ଚାଷୀଙ୍କ ଟୋକନ ଅବଧି ସରିବା ଉପରେ, ମିଲର୍ସ ଙ୍କ ଦେଖା ନାହିଁ

Sunil Chandra Nayak

ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି 

masiha

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଙ୍କ ପର୍ଯ୍ୟଟନ ସ୍ଥଳି ଗୁଡହାଣ୍ଡି ଡୋକରିଚଞ୍ଚରା ଗ୍ରସ୍ତ

Sunil Chandra Nayak

Leave a Comment

error: Content is protected !!