ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଓକିଲ ସଂଘ ର କଥାରେ ସାବାଡ ହେଲେ ବିଭାଗୀୟ ଅଧିକାରୀ ?

ତେନ୍ତୁଳିଖୁଣ୍ଟି -୨୧/୦୩/୨୩ ନବରଙ୍ଗପୁର ଜିଲ୍ଲା ନନ୍ଦ।ହାଣ୍ଡି ବ୍ଲକ ସାଗରମୁଣ୍ଡା ଠାରୁ ଜିଲ୍ଲା କୋର୍ଟ ଯାଏ ଦୀର୍ଘ ୧୨କିମି ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଅତି ଧିମା ରେ ଚାଲିଛି। ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟ କରୁଥିବା ଠିକାଦାର ମନ ଇଚ୍ଛା ଗାତ ଖୋଲି ଛାାଡି ଦେଇଛି। ଗ୍ରୀଷ୍ମ ର ଟାଣ ଖରା ରେ କୌଣସି ଯାତ୍ରୀ ଗଲା ମାନେ କଥା ସରିଲା। ରାସ୍ତା ରେ ଏତେ ଧୂଳି ଉଡୁଛି ଯେ ଠିକାଦାର ଜାଣି ବି ରାସ୍ତା ନିର୍ମାଣ ରେ ପାଣି ପକାଇ ପାରୁ ନାହି। ଏହି ରାସ୍ତା ନିର୍ମାଣ କୁ ନେଇ କିଛି ଦିନ ମଧ୍ୟରେ ଜିଲ୍ଲା ର ଜନ ସାଧାରଣ ଙ୍କ ସ୍ଵାର୍ଥ ପାଇଁ ଓକିଲ ସଂଘ ତରଫରୁ ବିଭାଗୀୟ ଅଧିକାରୀ ଙ୍କ ଉପରେ ଓକିଲ ସଂଘ ଜିଲ୍ଲା ସଭାପତି ନରସିଂହ ନାଥ ତ୍ରିପାଠୀ ବର୍ଷି ଥିଲେ। ତଥାପି ବିଭାଗୀୟ ଅଧିକାରୀ ଓ ଠିକାଦାର କୌଣସି ପ୍ରଭାବ ପଡିଲାନି।ଯାହା ଫଳ ରେ ଗତ କିଛି ଦିନ ହେଲା ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିବା ବେଳେ ଗ୍ରୀଷ୍ମ ବର୍ଷା ରେ ରାସ୍ତା ରେ ରାସ୍ତା ଆଉ ଦେଖା ଗଲା ନାହି। ଯୁଆଡେ ଦେଖିଲେ ପାଣି , ଆପ୍ରୋଚ ରାସ୍ତା ମଧ୍ୟ ଠିକାଦାର ନ କରି ରାସ୍ତା ନିର୍ମାଣ କରୁଛନ୍ତି। ଗତ କାଲି ର ବର୍ଷା ଦେଖି ଯାତ୍ରୀ ମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ଜିଲ୍ଲା ଓକିଲ ସଂଘ କାଦୁଅ ପଚ୍ ପଚ୍ ରାସ୍ତା ଦେଖି ଅବାକ୍ ହୋଇ ଯାଇଥିଲେ। ରାସ୍ତା ପାଶ୍ୱର ଉଭୟ ପଟେ ଶହ ଶହ ଗାଡ଼ି ମଟର ସହିତ ଯାତାୟତ କାରୀ ମାନଙ୍କୁ ଦେଖି ଅବାକ୍ ହୋଇଯାଇଥିଲେ। ତୁରନ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଶୀତଳ ପବନ ରେ ସରକାରୀ କାର୍ଯ୍ୟାଳୟ ରେ ନିରାପଦ ଚୌକି ରେ ଘୁଙ୍ଗୁଡ଼଼ି ମାରି ନ ବସି ରାସ୍ତା ନିର୍ମାଣ ସ୍ଥଳ ପରିଦର୍ଶନ କରି କାର୍ଯ୍ୟ କରିବାକୁ କହିଛନ୍ତି। କୋର୍ଟ ଚିକିତ୍ସାଳୟ ବିଦ୍ୟାଳୟ ମହା ବିଦ୍ୟାଳୟ ପୋଲିସ ଥାନା ରାସ୍ତା ଅତି ଜରୁରୀ କାଳୀନ ବୋଲି ଜାଣି ନାହାନ୍ତି କି ବୋଲି କହିବା ସହିତ, ଏହି ରାସ୍ତା ବିଷୟ କୁ ନେଇ ଜିଲ୍ଲାପାଳ ଙ୍କ ସହିତ ଫୋନ୍ ରେ ଆଲୋଚନା କରିବି କହିବାରୁ ସମ୍ପୃକ୍ତ ଅଧିକାରୀ ଓ ଠିକାଦାର ନେହୁରା ହୋଇଥିଲେ। ତୁରନ୍ତ ଆପ୍ରୋଚ୍ ରାସ୍ତା ନିର୍ମାଣ କରିବେ,ବୋଲି ଓକିଲ ସଂଘ ଙ୍କୁ ପ୍ରତିଶ୍ରୁତି ଦେବା ପରେ ଓକିଲ ସଂଘ ନିରବି ଯାଇଥିଲେ।ଏହି ରାସ୍ତା ନିର୍ମାଣ ସ୍ଥଳ ରେ ଓକିଲ ସଂଘ ସଭାପତି ସମେତ ଗୋପାଳ କୃଷ୍ଣ ପାଣୀଗ୍ରାହୀ, ସତୀଶ ନାୟକ, ମୁନା ମାଝୀ, ଦିନେଶ ରାଜ୍ କର୍କରା, ଚନ୍ଦନ ପାତ୍ର ସନ୍ତୋଷ ମିଶ୍ର, ଶ୍ରୀକାନ୍ତ ପଣ୍ଡା ସମେତ ଅନ୍ୟାନ ଓକିଲ ମାନେ ରାସ୍ତା ନିର୍ମାଣ କାର୍ଯ୍ୟସ୍ଥଳ ରେ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନବମ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ।ଧାରଣାରେ ସାମିଲହେଲେ ଗୋଲାମୁଣ୍ଡାବାସୀ

masiha

୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆସନ୍ତା ୨୩ ରୁ ୨୬ ……

masiha

ରାଜଧାନୀରେ ଗୋପାଳ ପ୍ରହରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିଷ୍ପତି ପାଇଁ ସରକାରଙ୍କୁ କୃତଜ୍ଞତା : ପ୍ଲାଟିନମ ଜୁବୁଲି ପାଳନ ପାଇଁ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!