ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତା ଗୃପର ଆନ୍ତର୍ଜାତିକ ମହିଳା ଦିବସ ଓ ସ୍ବାସ୍ଥ୍ୟସେବା ଶିବିର ଆୟୋଜିତ

ରାଉରକେଲା/ ମହିଳା ସଂଗଠନ ଏକତା ଗୃପ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଓ ମହିଳାଙ୍କ ଗର୍ଭାଶୟ ଜନିତ ଚିକିତ୍ସା ଶିବିର ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକତା ଗୃପର ସଭାପତି ବସୁମତି ମହାନ୍ତି ଙ୍କ ସଭାପତିତ୍ବ ଓ ସଂପାଦିକା ଅଂଶୁପା ଦଳେଇଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରଦ୍ଧା ଷଡଙ୍ଗୀ, କବି କୁଞ୍ଜବିହାରୀ ରାଉତ, ସରପଞ୍ଚ ଅଜିତ ତିର୍କୀ,ସମାଜସେବୀ ବେଣୁଧର କୁମ୍ଭାର, ଜୋୟା ତ୍ରିପାଠୀ, ଗ୍ରେସୀ ଡେଭିଡ, ଅମ୍ରିତ ନୀଲମ, ଛବି ଚକ୍ରବର୍ତ୍ତୀ, ଏମଡି ପରଭେଜ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ବରିଷ୍ଠ ମହିଳା ବାସନ୍ତୀ ବିଶ୍ବାଳ ଓ ଗୀତା ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରମୁଖ ସଦସ୍ୟ ବିଜୟ ସୁନ୍ଦରରାୟ ଓ ସୁମତି ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ ମହିଳାଙ୍କ ଉନ୍ନତି, ମୁକ୍ତି ଓ ସଶକ୍ତିକରଣ ଉପରେ ଅତିଥିମାନେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ମହିଳାଙ୍କ ମଧ୍ୟରେ ଆତ୍ମବିଶ୍ବାସ, କର୍ମ ପ୍ରତି ପ୍ରତିବଦ୍ଧତା ତଥା ଆଚରଣ ଓ ଉଚ୍ଚାରଣରେ ସମନ୍ବୟ ରଖିଲେ ସମାଜରେ ନିଜର ସ୍ଥିତି ଦୃଢ କରିପାରିବ। ସଂପ୍ରତି ନାରୀ ସମାଜର ପ୍ରତ୍ୟେକ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି । ଏହି ଅବସରରେ ୮୨ ଜଣ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ତଥା ଗୃପର ସମସ୍ତ ସଦସ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଜେପି ହସପିଟାଲ୍ ଓ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ମହିଳା ଗର୍ଭାଶୟ ଜନିତ ଏକ ନିଃଶୁଳ୍କ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୬୨ ଜଣ ମହିଳା ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଜେପି ହସପିଟାଲର ସଂଯୋଜକ ସୁରେଶ ଶର୍ମା ଓ ଡାକ୍ତର ସୁଜାତା କୁମାରୀ ତଥା ଅନ୍ୟାନ୍ୟ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ସହରର ବିଭିନ୍ନ ମହିଳା ଅନୁଷ୍ଠାନର ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଏକତା ଗୃପର ସମସ୍ତ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଯୁବ ଭାରତ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ 

masiha

ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ନେଇ କଳାହାଣ୍ଡି ରେ ପଦ୍ମଶ୍ରୀ ବାବା ବଳିଆ

masiha

ଜାମଦା ଵ୍ଳକରେ ଝାଡାବାନ୍ତୀରେ ଜଣେ ଚାଷୀ ମୃତ

Sunil Chandra Nayak

Leave a Comment

error: Content is protected !!