ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ରତିନାରାୟଣ ରାଉତ ଙ୍କ କବିତା = ପଖାଳ ମାହାତ୍ମ

= ପଖାଳ ମାହାତ୍ମ =

କାଳିଆ ସଂସ୍କୃତି ଉତ୍କଳେ ମହାନ
     ବଢାଏ ଓଡ଼ିଆ ମାନ
ଛପନ ଭୋଗର ପ୍ରସାଦ ଲାଗଇ
    ଶ୍ରୀମନ୍ଦିରେ ପ୍ରତିଦିନ ॥୧॥ 
ତା ମଧ୍ୟୁ ପଖାଳ ଜଗତ ନାଥଙ୍କ
    ଟଙ୍କ ତୋରାଣି ଅନନ୍ୟ
ଦହି,ଘିଅ,ମିଠା, ସଜ ପଖାଳରେ
    ତୁଷ୍ଟ ହୁଏ ତାଙ୍କ ମନ ॥୨॥
ପ୍ରକ୍ଷାଳନ ଶବ୍ଦୁ ଉତ୍ପତ୍ତି ପଖାଳ
    ଧୋଇବା ଅର୍ଥ ବୁଝାଏ
ଖାଇସାରି ଯେଉଁ ବଳକା ଭାତରେ
    ପାଣି ଢାଳି ବନାଯାଏ॥୩॥
ଉତ୍କଳେ ଆମର ପରମ୍ପରା କ୍ରମେ
     ରହିଅଛି ଏଇ ଧାମେ
ଜିରା,ବାସି,ଆମ୍ବ, ମଲ୍ଲିଫୁଲ,ତାୱା
     ମାଣ୍ଡିଆ ଚିପୁଡ଼ା ନାମେ॥୪॥
ଓଡ଼ିଆ ଘରଣୀ ଅନେକ ପ୍ରକାର
        ପଖାଳ ପ୍ରସ୍ତୁତି କରି
ପରସି ଦିଅନ୍ତି ଆଦରେ ସଭିଙ୍କୁ
ତୁଷ୍ଟନ୍ତି ମନ ସବୁରି ॥୫॥
ବହୁମୁଖୀ ସୁଖ ଗବେଷଣା ଲବ୍ଧ
      ଉପକାର କରୁ ଅଛି
ଜୀବନ ଶୈଳିରେ ସୁସ୍ଥତା ମହତ୍ଵ
   ପଖାଳ ଭାତ ଦେଉଛି ॥୬॥
ପୁଷ୍ଟିକର ଏହା ଶକତି ବର୍ଦ୍ଧକ
     ଶରୀର ତାପ କମାଏ
ହଜମ କରାଏ ଥକ୍କାପଣ ମାରେ
    ସୁନିଦ୍ରା ଏହା କରାଏ॥୭॥
ଅନ୍ତନଳୀ ସୁସ୍ଥ ମେଦ ହ୍ରାସ ପୁଣି
        ପଖାଳ ପାଇଁ ଟି ହୁଏ
କୋଷ୍ଠକାଠିନ୍ୟତା ଅଂଶୁଘାତ କୁ ସେ
        ପ୍ରତିରୋଧ କରିଥାଏ॥୮॥
ଧନୀ ଗରିବଙ୍କ ପ୍ରୀୟ ଖାଦ୍ୟ ଏଇ
         ଗୁଣି ଜ୍ଞାନୀ ମାନି ଖାଇ
ଋତୁ ଅନୁଯାୟୀ ଭିନ୍ନ ସ୍ଵାଦ ପାଇ
        ଗ୍ରୀଷମେ ଅମୃତ ଏଇ॥୯॥
ମାଟିହାଣ୍ତି ଭାତ ପଖାଳର ସ୍ଵାଦ
         ଅନନ୍ୟ ମହକ ତାର
ବଳ ବୃଦ୍ଧି କରେ ଅମ୍ଳ ନାଶକରେ
       କ୍ଷୁଧା ତୃଷା କରେ ଦୂର ॥୧୦॥
ପାଖାଳର ମଜା ଅତିବ ନିଆରା
        ଖାଇବା ଲୋକ ଜାଣଇ
ପାଶ୍ଚାତ୍ୟ ସଭ୍ୟତା ଆଧୁନିକ ଖାଦ୍ୟ
      ରୋଗ ଆହ୍ୱାନ କରଇ ॥୧୧॥
ମାର୍ଚ୍ଚକୋଡିଏ ରେ ପଖାଳ ଦିବସେ
         ଭାଇ ଚାରା ବଣ୍ଟି ଦେଇ
ପରମ୍ପରା ଆମ ବଜାୟ ରଖିବା
        ଖୁଆଇ ପାଖାଳ ଖାଇ ॥

ରତିନାରାୟଣ ରାଉତ

ହରିଚନ୍ଦନପୁର,କେନ୍ଦୁଝର,ଓଡ଼ିଶା

Related posts

ନର୍ମଦା ନାୟକ ଙ୍କ କବିତା = ଶ୍ରମିକ

ମଧୁମିତା ମିଶ୍ର ଙ୍କ କବିତା = ବ୍ୟାଖ୍ୟା =

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା _ଶୀତ ସକାଳ _

Sunil Chandra Nayak

Leave a Comment

error: Content is protected !!