ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନ୍ ଜବତ: ପୋଲିସକୁ ଚକମା ଦେଇ ଦୁଇ ମାଫିଆ ଫେରାର୍

ବାଲିଗୁଡ଼ା:22/03/23(ମନିସ): ଦିନକୁ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରୁ ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବଢ଼ୁଥିବା ବେଳେ ଗଞ୍ଜେଇ ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ ଜୋରଦାର ପ୍ରଚେଷ୍ଟା ଜାରି ରଖିଛି ପୋଲିସ l ବୁଧବାର ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ଏକ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଗଞ୍ଜେଇ ଚୋରାଚାଲାଣ ହେବା ନେଇ ସୂଚନା ପାଇଥିଲା । ସିଟି ସ୍କୁଲ୍ ଛକ ନିକଟରୁ ଗଞ୍ଜେଇ ଭର୍ତ୍ତି ଏକ ବୋଲେରୋ ପିକ୍ ଅପ୍ ଭ୍ୟାନକୁ ଜବତ କରିଥିବା ବେଳେ ପୋଲିସକୁ ଚକମା ଦେଇ କୌଶଳକ୍ରମେ ଦୁଇଜଣ ମାଫିଆ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି । ସମ୍ପୃକ୍ତ ଭ୍ୟାନ ନଂ.ଓଡି-33-ଏବି-9906 ରୁ ୧୪୧ କେଜି ୩୦୦ ଗ୍ରାମ ବେଆଇନ୍ ଗଞ୍ଜେଇ ଜବତ ହୋଇଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ଏନେଇ ବାଲିଗୁଡ଼ା ଥାନା କେସ୍ ନଂ ୭୫/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍ । ଗଞ୍ଜେଇ ଚୋରା ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ ପୋଲିସ ସଜାଗ ରହିଛି ଏବଂ ଏବଂ ଏହାର ମୂଳ ଉତ୍ପାଟନ କରିବା ପାଇଁ ଆମେ ଆମର ପ୍ରଚେଷ୍ଟା ଜାରି ରଖିଛୁ ବୋଲି ଥାନା ଅଧିକାରୀ ବାବାଶଙ୍କର ସରାଫ୍ ପ୍ରକାଶ କରିଛନ୍ତି l

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

କେନ୍ଦ୍ର ସରକାର ର ନାମ ନେଇ ଦୋକାନୀମାନଙ୍କ ଠାରୁ ବେନିୟମ ଟଙ୍କା ଅସୁଲି !!

Sunil Chandra Nayak

ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ଘଟଣା ରେ ନିଲମ୍ବିତ ହେଲେ ସ୍କୁଲ ପ୍ରଧାନ ଶିକ୍ଷକ

Sunil Chandra Nayak

ନାବାଳକ ନିଖୋଜ ଥାନା ରେ ଅଭିଯୋଗ କଲେ ବାପା

Leave a Comment

error: Content is protected !!