ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ଜଳ ଦିବସ ରେ ଜଳ ଓ ପରିମଳ ସମସ୍ୟା ସମ୍ବନ୍ଧରେ ଆଲୋଚନା ଚକ୍ର

ଢ଼େଙ୍କାନାଳ -:  ଅଦ୍ୟ ତା ୨୨/୦୩/୨୩ ରିଖ ବୁଧବାର ସମୟ ଦିବା ୧୧ ଘଟିକା ସମୟରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ତଥା ବିଶ୍ଵ ଜଳ ଦିବସ ଅବସରରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ସ୍ଥିତ ନୂଆଗାଁ ଗ୍ରାମପଞ୍ଚାୟତ ର ଗୋଡିସାହି କୋଠଘର ଠାରେ ସମାଜର ଦଳିତ ତଥା ଅବହେଳିତ ବର୍ଗର ନାଗରିକ ମାନଙ୍କର ଦୈନନ୍ଦିନ ଜୀବନରେ ବିଶୁଦ୍ଧ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା କୁ ନେଇ ଭୋଗୁଥିବା ବିଭିନ୍ନ ସମସ୍ୟା ସଂକ୍ରାନ୍ତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଫାନ୍ସା, ଆଇଆଇୱାଈଡି ଓ ଏଣ୍ଡ୍ ୱାଟର ପୋଭର୍ଟି ର ସହଯୋଗରେ ଆଶୀର୍ବାଦ ଓ ଫ୍ରେଣ୍ଡ୍ ଦ୍ଵାରା ଏହି ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା।ଏହି ଆଲୋଚନା ଚକ୍ରରେ ବରିଷ୍ଠ ନାଗରିକ, ମହିଳା, ଶିଶୁ ଓ ଦିବ୍ୟାଙ୍ଗ ଶ୍ରେଣୀର ୩୫ ଜଣ ଅବହେଳିତ ଗୋଷ୍ଠୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଏହି ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳର ସମସ୍ୟା ସମ୍ବନ୍ଧରେ ଆଲୋଚନାରୁ ଜଣାଗଲା ଯେ ନଳକୂପ ଗୁଡ଼ିକ ବାରମ୍ବାର ଖରାପ ହେଉଥିବାରୁ ଅନେକ ସମୟରେ ଲୋକମାନେ ବହୁତ ଜଳ କଷ୍ଟ ଭୋଗୁଛନ୍ତି ଏବଂ ଏହି ଅଞ୍ଚଳଟି ପଥୁରିଆ ହୋଇଥିବାରୁ ଅନେକ ପରିବାରରେ ପାଇଖାନା ଟାଙ୍କି ନିର୍ମାଣ ହୋଇପାରିନାହିଁ। ତେଣୁ ଲୋକମାନେ ବାଧ୍ୟ ହୋଇ ବାହାରେ ମଳତ୍ୟାଗ କରୁଛନ୍ତି। ଏଥିସହିତ ତରଳ,କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଆବର୍ଜନା କୁଣ୍ଡର ମଧ୍ୟ ବ୍ୟବସ୍ଥା ହୋଇନାହିଁ।ଏସବୁ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଗ୍ରାମପଞ୍ଚାୟତ ସ୍ତରରେ ଏକ କୋରକମିଟି ଗଠନ କରାଯାଇଛି।ଏହି କମିଟି ମାଧ୍ୟମରେ ଉପରୋକ୍ତ ସମସ୍ୟା ଗୁଡ଼ିକ ସରକାରୀ କାର୍ଯ୍ୟାଳୟ ତଥା ଜନ ପ୍ରତିନିଧିଙ୍କ ନିକଟରେ ପହଞ୍ଚାଇବାକୁ ସ୍ଥିର କରାଯାଇଅଛି। ଆଶୀର୍ବାଦ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ମିଶ୍ର ଏହାକୁ ପରିଚାଳନା କରିଥିଲେ ଓ ଫ୍ରେଣ୍ଡ୍ ର ସମ୍ପାଦକ ଶ୍ରୀଯୁକ୍ତ ପ୍ରତାପ ରାଉତ ସହଯୋଗ କରିଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ତେନ୍ତୁଳୀଖୁଣ୍ଟି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪

masiha

କୁସୁମି ବ୍ଳକ ପରିସରରେ ୦ ରୁ ୬ ଵର୍ଷୀୟ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

Sunil Chandra Nayak

ଡାବୁଗାଁରେ ବଳରାମ ମାସ ପାଳନ

Leave a Comment

error: Content is protected !!