ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭେଳା ଗ୍ରାମର ଷୋହଳ ପ୍ରହରୀ ନାମ ଯଜ୍ଞ ବାତିଲ

ନୂଆପଡା, ଆସନ୍ତା ୨୪ ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ କୋମନା ବ୍ଲକ ଭେଳା ଜଗନ୍ନାଥ ମନ୍ଦିର ପରିସରରେ ହେବାକୁ ଥିବା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଜଗନ୍ନାଥ ମନ୍ଦିର ଠାରେ ବୁଧବାର ସନ୍ଧ୍ୟା ୬ ଟା ସମୟରେ ଭେଳା ସରପଞ୍ଚ ବିମଲ୍ ଯୋଷୀଙ୍କ ସଭାପତିତ୍ବ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।। ଉକ୍ତ ବୈଠକରେ ଭେଳା ଗ୍ରାମ ବାସୀଙ୍କ ସର୍ବସମତି କ୍ରମେ ପାଣିପାଗ ବିଭାଗ ର ସୂଚନା କୁ ଦୃଷ୍ଟିରେ ରଖି ୧୬ ପ୍ରହରୀ ନାମ ଯଜ୍ଞ କୁ ବାତିଲ କରିବାକୁ ନିଷ୍ପତି ନିଆଗଲା।। ଓଡ଼ିଶା ପାଣିପାଗ ବିଭାଗ ର ସୂଚନା ଅନୁସାରେ ଆସନ୍ତା ୨୩ ତାରିଖରୁ ଆଉ ଗୋଟିଏ ପଶ୍ଚିମାଝଡ଼ ଆସୁଥିବା ସୂଚନା ରହିଛି,ଯାହା ଫଳରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଓ ଝଡ଼ ତୋଫାନ ହେବାର ଆଶଙ୍କା ଥିବାରୁ ନାମ ଯଜ୍ଞ ହେବା ସମ୍ଭବ ହୋଇ ପାରୁନି।। ତେଣୁ ଗ୍ରାମ ବାସୀଙ୍କ ତରଫରୁ ୧୬ ପ୍ରହରୀ ନାମ ଯଜ୍ଞ ବାତିଲ କରିବାକୁ ନିଷ୍ପତି ନିଆଗଲା।। ଉକ୍ତ ୧୬ ପ୍ରହରୀ ନାମଯଜ୍ଞ ଆସନ୍ତା ମେ ମାସ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ସ୍ଥିର କରାଗଲା।। ଉକ୍ତ ବୈଠକରେ ବିମଲ୍ ଯୋଷୀ, ସନ୍ତୋଷ ସୂପକାର, ଗୁଣସାଗର ନିଆଳ, ଚନ୍ଦ୍ର ପ୍ରକାଶ ଯୋଷୀ, ପ୍ରଭାସ ଚନ୍ଦ୍ର ମହାନ୍ତି, ଦେବାନନ୍ଦ ଚଣ୍ଡୀ, ଶ୍ୟାମ ସୁନ୍ଦର ମିଶ୍ର, ସୁଧୁରାମ୍ ମାଝୀ, ଚିତରଞ୍ଜନ ବନଗୋଲା, ସପ୍ନେଶ୍ୱର୍ ଯୋଷୀ, ସଞ୍ଜୀବ ମିଶ୍ର, ତାରାନନ୍ଦ ଶବର, ତୁକାରାମ୍ କମ୍ପାନ,ଜଗମୋହନ ବନଗୋଲା, ଧରମ ସିଂ ଦଣ୍ଡସେନା,ଭୁବନେଶ୍ୱର ମିଶ୍ର, ଆମ୍ବରନାଥ ଯୋଷୀ, ରାଧାକାନ୍ତ ତାଣ୍ଡି, ମକାରୁ କୁମ୍ଭାର, ରାଧେ ଶବର, ନଟ ଆଡ଼ବଙ୍ଗ, ଚିନ୍ମୟ କୁମ୍ଭାର, ନିଳାମ୍ବର ଦଣ୍ଡସେନା, ରାଜ କୁମାର ନିଆଳ, ହେତୁରାମ ଶବର, ପ୍ରମୁଖ ଉପସ୍ଥିତ ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନଙ୍କ ରିପୋର୍ଟ

Related posts

ଅନ୍ତ୍ୟୋଦୟ ଗୃହ ଯୋଜନା ଦ୍ୱାରା ଶ୍ରୀ ଦିଗମ୍ବର ଠେଲାଙ୍କ ସ୍ୱପ୍ନ ସାକାର , ୪ ମାସ ମଧ୍ୟରେ ଗୃହନିର୍ମାଣ ସମ୍ପୂର୍ଣ୍ଣ

Sunil Chandra Nayak

ବିଧାୟକ ଙ୍କ ଦ୍ଵାରା ନୂତନ କୃଷି ସମବାୟ ସମିତି ଉଦଘାଟିତ

୧୬୩ ତମ ଗଙ୍ଗାଧର ଜୟନ୍ତୀ ମହା ସମାରୋହ ରେ ପାଳିତ  କୁଳମଣି ସାହୁ ଙ୍କୁ ଗଙ୍ଗାଧର ମେହେର ସମ୍ମାନ

Sunil Chandra Nayak

Leave a Comment

error: Content is protected !!