ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଠାରେ ସାଇନିଂ ୱାର୍ଲଡ଼ ଇଂରାଜୀ ମିଡିୟମ ସ୍କୁଲ ଉଦଘାଟନ ସମାରୋହ

କୋକସରା,୨୨/୩- କଳାହାଣ୍ଡି ଜିଲ୍ଲା କୋକସରା ଠାରେ ବୁଧବାର ସାଇନିଂ ୱାର୍ଲଡ଼ ଇଂରାଜୀ ମିଡିୟମ ସ୍କୁଲ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଉଦଘାଟନ ପୂର୍ବରୁ ଉପସ୍ଥିତ ଅତିଥି ମାନେ ଅଗ୍ରଦେଵ ଶ୍ରୀ ଗଣେଶ, ବିଦ୍ୟାଦାତ୍ରୀ ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସ୍କୁଲର ଲୋକାର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୋକସରା ତହସିଲଦାର ଦେବବ୍ରତ କରାଟି, ମୁଖ୍ୟବକ୍ତା ଭାବେ ସମାଜସେବୀ ପୁରୁଷୋତ୍ତମ ଗୁପ୍ତା, ସମ୍ମାନିତ ଅତିଥି ଭାବେ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ, ଏବିଇଓ ଆଲୋରାଣୀ ହଲଦାର, ସାଇନିଂ ଇଂରାଜୀ ମିଡିୟମ ସ୍କୁଲର ଏମଡି ପ୍ରବୀର ଗୋୟଲ, ନରେଶ ଅଗ୍ରୱାଲ ଯୋଗଦେଇ ଶିକ୍ଷା ହେଉଛି ଜୀବନର ମୁଳ ଭିତ୍ତିଭୂମି, ଶିକ୍ଷା ବିନା ସମାଜରେ ଏକ ସୁ ନାଗରିକ ଗଢିବା ଅସମ୍ଭବ, ଶିକ୍ଷା ଯେଉଁ ସ୍ତରରେ ହେଉ ନା କାହିଁକି, ସରକାରୀ ବିଦ୍ୟାଳୟ ହେଉ କି ଘରୋଇ ବିଦ୍ୟାଳୟ ହେଉ ଶିକ୍ଷାକୁ ସବୁଠି ଗୁରୁତ୍ୱ ଦେବା ଆମର ପ୍ରଥମ କର୍ତ୍ତବ୍ୟ ବୋଳି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ। ସାଇନିଂ ସ୍କୁଲର ଶିକ୍ଷା ପଦ୍ଧତି ସମ୍ପୁର୍ଣ୍ଣ ଭାରତୀୟ। ଆମ ଦେଶର ସଂସ୍କୃତି, ପରମ୍ପରା, ବିବିଧତା, ମୂଲ୍ୟବୋଧ ଉପରେ ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯାଏ ବୋଳି ସ୍କୁଲର ଏମ.ଡି ପ୍ରକାଶ କରିଛନ୍ତି। ଏହି ସ୍କୁଲ ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ଜୁନାଗଡ, ଚାରବାହାଲ ସାଇନିଂ ସ୍କୁଲର ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା ଶିକ୍ଷୟିତ୍ରୀ ଚାନ୍ଦିନୀ ଦୁର୍ଗା କରିଥିବା ବେଳେ ଚାରବାହାଲ ସାଇନିଂ ସ୍କୁଲର ଅଧ୍ୟକ୍ଷା ଶାନ୍ତିଲତା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଘାଟନ କାର୍ଯ୍ୟକ୍ରମରେ ଜୁନାଗଡ, ଚାରବାହାଲ ଓ କୋକସରା ସ୍କୁଲର ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନର ଆଉ ଏ ସଫଳତା  , ୧୮ ଗୋଟି ପୋଥି ସଂଗୃହୀତ 

masiha

ଅବସରପ୍ରାପ୍ତ ସୈନିକଙ୍କୁ ଗ୍ରାମବାସୀଙ୍କ ବିପୁଳ ସମ୍ବର୍ଦ୍ଧନା

Sunil Chandra Nayak

ରାୟଗଡ଼ ବ୍ଲକ ନବମ ସମିତି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!