ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କାଉନସିଲର ବିଜେଡି ନେତ୍ରୀଙ୍କ ସ୍ବାମୀଙ୍କ ଦେହାନ୍ତ

ମୟୂରଭଞ୍ଜ ୨୨/୩/୨୩( ମସିହା) ରାଇରଙ୍ଗପୁର ପୌରାଞ୍ଚଳ ର ୮ ନମ୍ବର ଓ୍ବାର୍ଡର ବିଜେଡି କାଉନସିଲର ପୂର୍ଣ୍ଣିମା ମହାନ୍ତଙ୍କ ସ୍ବାମୀ ଗତିକୃଷ୍ଣ ମହାନ୍ତ(୪୮) ଙ୍କର ମଙ୍ଗଳବାର ଦିନ ରାତି ୧୧.୧୦ ସମୟରେ ରାଇରଙ୍ଗପୁର ହସ୍ପିଟାଲରେ ହୃଦଘାତ ଜନିତ ଘଟଣାରେ ଦେହାନ୍ତ ହୋଇଯାଇଛି ।ତାଙ୍କ ମୃତ୍ୟୁ ଖବର ସାରା ରାଇରଙ୍ଗପୁର ସହରରେ ଶୋକରେ ଛାୟା ଖେଳିଯାଇଛି ।ସେ ଜଣେ କୁଡୁମି ସଂପ୍ରଦାୟର ଆଗଧାଡିର ଯୁବ ସମାଜସେବୀ ଥିଲେ । ଜଣେ ଅମାୟିକ, ଭଦ୍ର,ମେଳାପି,ଧର୍ମ ପରାୟଣ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଜ୍ଞାତି ପରିଜନ ଛୁଟି ଆସିଥିଲେ । ବିଜେଡି ସଦର ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ଓଡିଶା ସରକାର ଙ୍କ ଶକ୍ତି ବିଭାଗର ଉପଦେଷ୍ଟା ଦିପ୍ତୀମାନ ବଳ,ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ଉପ- ପୌରାଧ୍ୟକ୍ଷା ମମିତା ଚୌଧୁରୀ, ତନୁଜା ମହାନ୍ତ,ମନୁ ଚୌଧୁରୀ,ବୁଲୁ ପଟ୍ଟନାୟକ,ଗୌରୀ ଦତ୍ତ,ଶାଶ୍ବତ ବଳ, କାଉନସିଲର ଧୀରା ବେଶ୍ରା, ସୁକଦେବ ବେହେରା,ଶୋଲେ ମହାନ୍ତ,ଆଲୋକ ରଂଜନ ମହାନ୍ତ,ଅନୁପ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ଭଗବତୀ ମିଶ୍ର, ସୂର୍ଯ୍ୟମଣି ହାଁସଦା,ଜନତା ଵଶା, ସଚିଦାନନ୍ଦ ମହାନ୍ତ,ପ୍ରତିଭା ମହାନ୍ତ,ରୁବି ମହାକୁଡ଼,ମହିଳା ଟାଉନ‌ ପ୍ରେସିଡେଣ୍ଟ ପୁଷ୍ପିତା ମହାନ୍ତ,କାର୍ଯ୍ୟକାରୀ ମହିଳା ସଭାନେତ୍ରୀ ସୁଷମା ବେହେରା,ତିରିଂ ବ୍ଳକ ବିଜେଡି ସଭାପତି ବଳଦେବ ହେମ୍ବ୍ରମ, ମୟୂରଭଞ୍ଜ ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ଜଲେନ ନାଏକ,ରାଜୁ ଵଶା ପ୍ରମୁଖ କାଉନସିଲର ପୂର୍ଣ୍ଣିମାଙ୍କ ଘରେ ପହଞ୍ଚି ତାଙ୍କ ପତିଙ୍କ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କୋରାପୁଟ ସମବାୟ ବ୍ୟାଙ୍କ ନାରାୟଣପାଟଣା ର ବନ୍ଧୁଗାଁ ଶାଖାରେ ଭ୍ରାମ୍ୟମାଣ ଗାଡ଼ି ଖତ ଖାଇ ନଷ୍ଟ

Sunil Chandra Nayak

କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ ପ୍ରତିଯୋଗିତା

Sunil Chandra Nayak

ଶୁଭଦ୍ରା ଯୋଜନାରେ ମିଛ ମଧ୍ୟସ୍ଥି କୁ ମିଳିବ ଦଣ୍ଡ 

masiha

Leave a Comment

error: Content is protected !!