ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରମ୍ଭ ହେଲା ପବିତ୍ର ରମଜାନ ମାସ

ଚନ୍ଦାହାଣ୍ଡି ୨/୪(ମନି ସ)ଆଜି ଠାରୁ ଆରମ୍ଭ ହୋଇଛି ମୁସଲମାନ ଧର୍ମାବଲମ୍ବୀ ଙ୍କ ପବିତ୍ର ରମଜାନ ମାସ । ଗୁରୁବାର ସନ୍ଧ୍ୟା ରେ ଜହ୍ନ ଦେଖିବା ପରେ ଏହି ଧର୍ମାବଲମ୍ବୀ ମାନେ ପରଷ୍ପର କୁ ଅଭିନନ୍ଦନ ଜଣାଇ ଏହି ପବିତ୍ର ମାସ ପାଳନ ଆରମ୍ଭ କରିଛନ୍ତି ।ଆଜି ଜହ୍ନ ଦେଖିବା ପରେ ସମସ୍ତେ ସମୁହ ନମାଜ ପାଠ କରିବାକୁ ମୋହରା ମସଜିଦ କୁ ପହଞ୍ଚି ଥିବା ଦେଖିବାକୁ ମିଳିଛି । ଏହି ଅବସରରେ ମୋହରା ମୁସଲିମ କମିଟି ସଭାପତି ସୁଲତାନ ଅଲ୍ଲୀ ଏବଂ ବେହେରାମୁଣ୍ଡା ମୁସଲିମି କମିଟି ସଭାପତି ମହମ୍ମଦ ଜିନା ସମସ୍ତ ମୁସଲିମ ଭାଇଙ୍କୁ ରମଜାନ ର ଅଭିନନ୍ଦନ ଜଣାଇଥିଲେ । ପବିତ୍ର ରମଜାନ ମାସ ରେ ମୁସଲମାନ ମାନଙ୍କ ପବିତ୍ର ଧର୍ମ ଗ୍ରନ୍ଥ କୋରାନ ର ରଚନା ହୋଇଥିବାରୁ ଏହି ମାସ କୁ ମୁସଲମାନ ଧର୍ମରେ ଏକ ଧର୍ମ ମାସ ଭାବେ ପାଳନ କରାଯାଇଥାଏ । ପ୍ରତ୍ୟହ ସୂର୍ଯ୍ୟ ଉଦୟ ରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମୁସଲମାନ ଭାଇ ଭଉଣୀ ମାନେ ନିର୍ଜଳ ଉପବାସ କରିଥାନ୍ତି ଓ ସନ୍ଧ୍ୟା ସମୟ ରେ ନମାଜ ପାଠ କରିବା ସହ ତରାବି ନମାଜ ପାଠ କରିଥାନ୍ତି।

ଏହି ମାସ ରେ ମୁସଲିମି ସମ୍ପ୍ରଦାୟର ବ୍ୟକ୍ତି ନିଜ ଉପାର୍ଜନ ସମ୍ପତ୍ତିର ଅଢେଇଁ ଭାଗ ଦାନ କରିବାର ମଧ୍ୟ ବିଧି ରହିଛି । ଚଳିତ ବର୍ଷ ତରାବି ନମାଜ ପାଠ ନିମନ୍ତେ ଧର୍ମଗୁରୁ ହାଫିଜ୍ ସୋହେବ ରଜା ଆସିଥିବା ଜଣାପଡିଛି।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ, ଦଲୀୟ କର୍ମିଙ୍କୁ ନିର୍ବାଚନ ରଣନୀତି ପାଇଁ ଗୁରୁମନ୍ତ୍ର ଦେଲେ ବିଜେଡି ମାଷ୍ଟର ଟ୍ରେନର

masiha

୮ବର୍ଷ ର ଅସମ୍ପୂର୍ଣ ପ୍ରକଳ୍ପ,ରେକର୍ଡ ୩ଦିନ ରେ ସମ୍ପୂର୍ଣ କଲେ ବିଡିଓ , ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

Sunil Chandra Nayak

ଜର୍ମାନୀରେ ଆରମ୍ଭ ହେଇଥିବା ଆର୍ନ୍ତଜାତୀୟ ଧାତବ ବାଣିଜ୍ୟ ମେଳା ରେ କଳାହାଣ୍ଡି ର ଯୁବଦ୍ୟୋଗୀ ବିଭୁ ପ୍ରସାଦ

Sunil Chandra Nayak

Leave a Comment

error: Content is protected !!