ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

ବାଲିଗୁଡା,24/03.(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ଦିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବେରେଡାକିଆ ପଞ୍ଚାୟତ ର ସରପଞ୍ଚ ଅକ୍ଷୟ କୁମାର ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ଛାତ୍ରଛାତ୍ରୀ ମାନେ ନିଜ ନିଜର ପାଞ୍ଚ ବର୍ଷର ଅନୁଭୂତି ବଖାଣିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦାୟୀ ଛାତ୍ର ଛାତ୍ରୀ ମାନଙ୍କୁ ସତପଥ ରେ ଯିବା ତଥା ଉତ୍ତମ ନାଗରିକ ହୋଇ ଦେଶ ଗଠନରେ ସହାୟକ ହେବାପାଇଁ ଉପଦେଶ ଦେଇଥିଲେ । ଏହି ବିଦ୍ୟାଳୟ ରେ ୨୦୧୮/୧୯ ମସିହାର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ୨୦୨୨-୨୩ ପରୀକ୍ଷା ବର୍ଷରେ ସିବିଏସଇ ବୋର୍ଡ ପରୀକ୍ଷା ସଫଳତାର ସହ ଦେଇଥିବାରୁ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଜଗଦୀଶ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ବିଦାୟୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ସରକାରୀ କ୍ୟାଲେଣ୍ଡର, ପ୍ରଶଂସା ପତ୍ର ତଥା ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ବିଦ୍ୟାଳୟ ର ଶିକ୍ଷକ ମଧୁକର ପ୍ରଧାନ, ଅଲେଖ ପ୍ରଧାନ, ନରେଶ କହଁର, ଦିବ୍ୟ ପ୍ରକାଶ ସାହୁ , ଶିକ୍ଷୟତ୍ରୀ ଡେଜଲିନ ପ୍ରଧାନ, ଲିପିନା ସ୍ୱାଇଁ ତଥା ମାଟ୍ରନ ଆସ୍ଵସିନି ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

କନ୍ଧମାଳ ଜିଲ୍ଲା ରାଇକିଆରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ପୋଖରୀ ରେ ବୁଡି ଯୁବକ ମୃତ

Sunil Chandra Nayak

କିସ ଓ କିଟ ପକ୍ଷରୁ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡାରେ ତୃତୀୟ ରାଷ୍ଟ୍ରୀୟ  ଲୋକ ଅଦାଲତ

masiha

Leave a Comment

error: Content is protected !!