ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଐତିହାସିକ ପୋଡାଗଡ଼ ର ରୂପ ବଦଳିବା ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ

ନବରଙ୍ଗପୁର–(ମସିହା) ଆଜି ନବରଙ୍ଗପୁରର ଐତିହାସିକ ପୀଠ ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସ୍ୱତନ୍ତ୍ର ବୈଠକ ହୋଇଥିଲା। ଏହି ବୈଠକରେ ନବରଙ୍ଗପୁରର ଜିଲ୍ଲାପାଳ ଡ଼ କମଳ ଲୋଚନ ମିଶ୍ର ଓ dco ଅନ୍ୟା ମାଡାମ. ଅତିରିକ୍ତ ଜିଲ୍ଲାପାଳ, ବି ଡି ଓ ଡ଼ ହିମାଞ୍ଚଳ ମାଝୀ ଓ ଉମରକୋଟ ତହସିଲଦାର ଙ୍କ ସମେତ ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ଶୁଶିଳା ମାଝୀ ,ଉଠା ଜଳସେଚନ ଅଧକ୍ଷ ଶ୍ରୀଯୁକ୍ତ ପ୍ରମୋଦ ପାଢ଼ୀ, ବିଧାୟକ ପ୍ରତିନିଧି ସଞ୍ଜୟ ଗୁପ୍ତା ଓ ପୋଡାଗଡ଼ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ଉପସ୍ଥିତ ଥିଲେ। ସଭାପତି ଉର୍ଦ୍ଧବ ଚରଣ ନାୟକ, ସମ୍ପାଦକ ପୁରୁଷୋତ୍ତମ ଭତ୍ରା, ଉପସଭାପତି ଜଗଦୀଶ ନାୟକ, ସହ-ସମ୍ପାଦକ ତୁଳସୀରାମ ଭତ୍ରା, ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବେହେରା ଉପସ୍ଥିତ ରହି ଆକ୍ସନ ପ୍ଲାନ ପ୍ରସ୍ତୁତି ହେଲା ।ସର୍ବ ସମ୍ମତି କ୍ରମେ ଭୈରବ ମନ୍ଦିର, କଳା ଭୈରବ ମନ୍ଦିର ବୁଢା ଚାଉରିଆ ମନ୍ଦିର ପାଟ ରାଣୀ ମନ୍ଦିର ଝାଜଲଡେଇ ମନ୍ଦିର, ମଙ୍ଗଳା ମନ୍ଦିର, ଗାଦିମା ମନ୍ଦିର, ଦୁର୍ଗା, କଙ୍କଳିନୀ, ଭଙ୍ଗାରାମ ମନ୍ଦିର ନିର୍ମାଣ ହେବାସହିତ, ଶିଶୁ ଉଦ୍ୟାନ, ପାର୍କିଙ୍ଗ ପ୍ଲେସ, ଉପରଗଡ଼ କୁ ପାହାଚ ନିର୍ମାଣ, ସାଇଡ ରେଲିଙ୍ଗ ବସାଯିବ, ବିଦ୍ୟୁତ କରଣ, ଜଳ ଯୋଗାଣ, ଶୌଚାଳୟ ନିର୍ମାଣ, ମାର୍କେଟ କମ୍ପ୍ଲେକ୍ସ, ପିକନିକ ପିଣ୍ଡି ନିର୍ମାଣ ସାଙ୍ଗକୁ ପାନୀୟଜଳ ବ୍ୟବସ୍ଥା କରାଯିବାକୁ ନିଷ୍ପତି ନିଆଗଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ 

masiha

ସାଂସ୍କୃତିକ ଅନୁଷ୍ଠାନ ଓଜସ୍କରର ସମୀକ୍ଷା ବୈଠକ ଓ କର୍ମକର୍ତ୍ତା ଚୟନ

Sunil Chandra Nayak

ନବରଙ୍ଗପୁର ଠାରେ ବିହନ ଉତ୍ପାଦକମାନଙ୍କୁ ନେଇ ବୈଠକ  ଅଣସ୍ୱୀକୃତିପ୍ରାପ୍ତ ବିହନ କମ୍ପାନୀମାନଙ୍କ ବିହନ ବିକ୍ରି ରୋକିବାକୁ ଗୁରୁତ୍ୱ 

masiha

Leave a Comment

error: Content is protected !!