ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର ବାଇକ ମୁହାଁମୁହିଁ ହୋଇ 2 ଗୁରୁତର 

ପାପଡାହାଣ୍ଡି,25/4, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଅନ୍ତର୍ଗତ ୨୬ ନଂ ଜାତୀୟ ରାଜପଥଦେଇ ଯାଇଥିବା ଆମପାଣି ଘାଟିର ଭାଲୁଝର ନିକଟରେ କାର ଓ ବାଇକ ମୁହାଁମୁହିଁ ହେବା ଫଳରେ ଦୁଇ ବାଇକ ଆରୋହି ଗୁରୁତର ଆହତ ହୋଇଛନ୍ତି ।ସେମାନଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ସୂଚନା ମିଳିଛି ।ସୂଚନା ପ୍ରକାରେ ବାଇକ ଆରହି ଦୁଇ ସାଙ୍ଗ ଧନୁର୍ଯ୍ୟୟ ଚଲାଣ ଓ ଭାଗିରଥି ଗୌଡ଼ କୌଣସି କାମରେ (ଓଡ଼ି୦୮ଏମ ୬୮୪୩ )ଆମପାଣି ଯାଇଥିଲେ । ନିଜ ଘରକୁ ଫେରିବା ସମୟରେ ଭାଲୁଝର ନିକଟରେ ବିପରୀତ ଦିଗରେ ଆସୁଥିବା ଏକ ଧଳା କାର (ଓଡ଼ି୦୨ଇ ୬୭୦୪ ) ସହିତ ଧକ୍କା ହୋଇଥିଲା।ଫଳରେ ଦୁଇ ବାଇକ ଆରୋହି ଗୁରତର ହୋଇଥିଲେ ।ଲୋକଙ୍କ ସାହାଯ୍ୟରେ ଦୁଇ ଜଣଙ୍କୁ ମୈଦଲପୁର ମେଡିକାଲ ଆଣିଥିଲେ ।ଅଧିକ ଗୁରତର ହେବାରୁ ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଫ୍ୟୁଚର ଓଡ଼ିଶା ପଵ୍ଳିକ୍ ସ୍କୁଲ ତରଫରୁ ସପ୍ତାହଵ୍ଯାପୀ ଗ୍ରୀଷ୍ମ ଅଭ୍ୟାସ କ୍ଯାମ୍ପ

ଦୁବାଇ ଫେରନ୍ତା ରାଇରଙ୍ଗପୁର ବ୍ଳକ ମିଶନ ଶକ୍ତି ଫେଡେରେସନ ସଂପାଦିକା ଶାନ୍ତିଲତାଙ୍କୁ ଉତ୍ସସ୍ବିତ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!